ହେଡଲାଇନସ୍:

କୃଷିି ଓ କୃଷକଙ୍କ ସମସ୍ୟା ପ୍ରତି ସମ୍ବେଦନଶିଳ ହୁଅନ୍ତୁ ଅଧିକାରୀ-ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନରସିଂହଙ୍କ ନିର୍ବାଚନମଣ୍ଡଳି ସ୍ତରୀୟ ସମୀକ୍ଷା

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି ସରକାର - ନରସିଂହ

ବଲାଙ୍ଗିର –(ନିରୋଜ ମିଶ୍ର) – ଫସଲବୀମା ହେଉ କି ମରୁଡି ସହାୟତା କୌଣସି  ଫାଇଦା ଆମର ·ଷୀମାନେ ପାଇପାରୁନାହାନ୍ତି । ସରକାର ନିଯୁକ୍ତ ବୀମା କଂପାନୀ ଚାଷୀଙ୍କଠୁଁ ନେଇଥିବା ପ୍ରିମିୟମ ପଇସା ଫୋୖଜଦାରୀ  ମାମଲା ଭୟରେ ଏବେ ଫେରାଇବାରେ ଲାଗିଛନ୍ତି । ସେମାନେ କରିଥିବା ଫସଲର ବୀମାରାଶି ଆଜି ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ପାଇପାରିନାହାନ୍ତି । ଜିଲ୍ଲାରେ କେତେ ଚାଷୀ ଅଛନ୍ତି, କେତେ ଚାଷଜମି ଅଛି ସେଥିରୁ କେତେ ବୀମାଭୁକ୍ତ ହୋଇଛି ବୀମା କଂପାନୀ ଦ୍ୱାରା କେତେ ଲୋକ ତାଙ୍କ ·ଷର ବୀମା ପଇସା ପାଇଛନ୍ତି, କେତେ ·ଷ ଅଦିନିଆ ବର୍ଷାରେ କ୍ଷତି ହୋଇଛି, କେତେ ରୋଗ ପୋକ ଦ୍ୱାରା ନଷ୍ଟ ହୋଇଛି । ଏ ସବୁ କୌଣସି  ଉତ୍ତର ଆଜିର ସମୀକ୍ଷା ବୈଠକରେ ଦେଇପାରିନାହାନ୍ତି ଅଧିକାରୀ । ·ଷୀ ଓ ·ଷ ପ୍ରତି ଏପରି ଖାମ ଖିଆଲି ମନୋଭାବ ଛାଡି ଅଧିକାରୀମାନେ ସମସ୍ୟା ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ନଚେତ ଆଗାମୀ ଦିନରେ ହଜାର ହଜାର ·ଷୀ ପ୍ରତ୍ୟକ୍ଷ ଭାବରେ  କୃଷି ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ସିଧାସଳଖ ଯାଇ ପ୍ରଶ୍ନ ପ·ରିବେ ବୋଲି ଆଜି ସ୍ଥାନୀୟ ପ୍ରକଳ୍ପ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଥିବା ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ର ଉପସ୍ଥିତ ଅଧିକାରୀମାନଙ୍କୁ ସତର୍କ କରିଦେଇଛନ୍ତି । 

ଆଜିର ସମିକ୍ଷା ବୈଠକରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ସମେତ ପ୍ରାୟ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । କୃଷକଙ୍କ ସମସ୍ୟା ବେଳେ ଆଲୋଚନା ବେଳେ କୃଷି ସମସ୍ୟାକୁ ନେଇ ବିଧାୟକ ପ·ରିଥିବା ପ୍ରଶ୍ନର କୌଣସି  ମଧ୍ୟ ସଠିକ୍ ଉତ୍ତର କୃଷି ଅଧିକାରୀଙ୍କ ପାଖରେ ନଥିବା ସ୍ପଷ୍ଟ ଜଣାପଡିଥିଲା । କୃଷିବୀମା ଆଜି ପର୍ଯ୍ୟନ୍ତ କେତେ କୃଷକ ପାଇଛନ୍ତି କେତେ ବୀମା ରାଶି ବ୍ୟାଙ୍କରେ ଡିପୋଜିଟ ହୋଇ ରହିଛି ଏବଂ କାହିଁକି ବୀମାଭୁକ୍ତ ·ଷୀ ବାରମ୍ବାର ବ୍ୟାଙ୍କଙ୍କୁ ଦଉଡିଲେ ମଧ୍ୟ ତାଙ୍କ ବୀମାରାଶି ପାଉ ନାହାନ୍ତି ତାର ପ୍ରଶ୍ନର ଉତ୍ତର କିଛି ନ ଥିଲା ଅଧିକାରୀଙ୍କ ପାଖରେ । ଏପରି କି କୃଷକ ସମସ୍ୟା ଆଲୋଚନା ବେଳେ କୃଷି ସମବାୟ ଏବଂ ପରିସଂଖ୍ୟାନ ବିଭାଗ ଅଧିକାରୀ ଉପସ୍ଥିତ ରହିବା କଥା କିନ୍ତୁ କୃଷି ବିଭାଗ ଛଡା ଅନ୍ୟ ଅଧିକାରୀମାନେ ଉପସ୍ଥିତ ନ ଥିବାରୁ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ ଏ ଦିଗରେ ବିଭାଗିୟ କାର୍ଯ୍ୟାନୁଷ୍ଠାନ  ନେବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଆଲୋଚନା ବେଳେ ଦେଖାଯାଇଥିଲା କୃଷି ବିଭାଗ କ୍ଷୟକ୍ଷତି ଆକଳନ ରିପୋର୍ଟକୁ ସାର୍ବଜନିନ କରୁନାହିଁ । ଏଥରୁ ବିଭାଗିୟ ଅଧିକାରୀମାନେ ବୀମାକଂପାନୀ ସହ ସଲାସୁତୁରା କରି ·ଷୀଙ୍କ କ୍ଷତି କରୁଛନ୍ତି ବୋଲି ଯେଉଁ ଅଭିଯୋଗ ସବୁ ଆସୁଛି ତାହା ସତ୍ୟ ବୋଲି ଜଣାପଡୁଥିଲା । ଏ ବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ଆଜି ପର୍ଯ୍ୟନ୍ତ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଇନ୍ସୁରେନ୍ସ କଂପାନୀ ଏବଂ ସରକାର ପାଖକୁ ପଠାଇନଥିବାରୁ ବିଧାୟକ ଶ୍ରୀ ମିଶ୍ର ଅଧିକାରୀମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ମୋଟାମୋଟି ଭାବେ ଚାଷୀ ଓ ଚାଷ ପାଇଁ ନା ବିଭାଗ ନା ସରକାର କେହି ମଧ୍ୟ ସମ୍ବେଦନଶୀଳ ନୁହନ୍ତି ବୋଲି ଆଜି ସମୀକ୍ଷା ବୈଠକରୁ ସ୍ପଷ୍ଟ ସୂଚନା ମିଳୁଥିଲା । ବାଇପାସ ଆଲୋଚନା ବେଳେ ୨୦୧୫ ମସିହାରୁ ଆସିଥିବା ୪୦ କୋଟି ଟଙ୍କା କାହିଁକି ଏ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ଏବଂ ସେ କହିଥିଲେ ବଲାଙ୍ଗିରରେ ବାଏପାସ ଏକ ମୁଖ୍ୟ ସମ୍ବେଦନଶିଳ ସମସ୍ୟା । ଏ ଦିଗରେ ନା ରାଜ୍ୟ ସରକାରର କର୍ମ·ରୀ ନା କେନ୍ଦ୍ର ସରକାର କେହି ମଧ୍ୟ ଧ୍ୟାନ ଦେଉନାହାନ୍ତି । ବାଏପାସ ପାଇଁ ଜମି ଚିହ୍ନଟ ତଥା ବ୍ୟାଞ୍ଚ ମାର୍କ ଭ୍ୟାଲୁ ତିନି ବର୍ଷର ହାରାହାରି ମୁଲ୍ୟ କିମ୍ବା ଗୋଟିଏ ବର୍ଷର ସର୍ବୋଚ୍ଚ ବେଞ୍ଚ ମାର୍କ ଭ୍ୟାଲୁ କୁ ସଠିକ୍ ବ୍ୟାଞ୍ଚ ମାର୍କ ହିସାବରେ ନିଆଯାଏ । କିନ୍ତୁ ଏହା ଯେହେତୁ ସରକାରୀ ପ୍ରକଳ୍ପ ତାହା ତିନି ବର୍ଷର ହାରାହାରି ଉପରେ ଦର ନିର୍ଣ୍ଣୟ ହେବା କଥା ବୋଲି ସ୍ଥାନୀୟ ତହସିଲଦାର କହିଥିଲେ । ଏହାକୁ ନେଇ ଏନ୍ଏଚ୍ ର ନିର୍ବାହୀ ଯନ୍ତ୍ରୀ ଏବଂ ସ୍ଥାନୀୟ ତହସିଲଦାରଙ୍କ ମଧ୍ୟରେ ତଥା କଥା କଟାକଟି ତଥା ଉଭୟଙ୍କର ଉତ୍ତଙ୍କ ତଥ୍ୟ ପ୍ରଦାନରେ ତାଳମେଳ ଖାଉନଥିବାରୁ ଦେଖାଯାଇଥିଲା । ବର୍ତ୍ତମାନ ଯାହା ବାଏପାସକୁ ନେଇ ସମସ୍ୟା ଉପୁଜିଛି ଏବଂ କେନ୍ଦ୍ର ସରକାରର ଷ୍ଟାଡିଂ ଫାଇନାନ୍ସ କମିଟି ଯାହା ତଥ୍ୟ ମାଗିଛି ତାହାର ଶିଘ୍ର ସମାଧାନ କରି କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଉ ବୋଲି ବିଧାୟକ ଶ୍ରୀ ମିଶ୍ର ନିଦେ୍ର୍ଧଶ ଦେଇଥିଲେ । ଲୋୟର ସୁକତେଲ ଆଲୋଚନା ବେଳେ ଅଧିକାରୀମାନେ ଜୁଲାଇ ମାସରୁ ପ୍ରକଳ୍ପ କାମ ବନ୍ଦ ଅଛି ବୋଲି ଉତ୍ତର ରଖିଥିଲେ । ଏଥିରେ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିବା ସହ ପ୍ରକଳ୍ପ ବନ୍ଦ କରିବା ପାଇଁ ସରକାର ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଏକ କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା ଶ୍ମଶାନ ଘାଟ ପାଇଁ ୫୦ ଲକ୍ଷ ଟଙ୍କା ଆସିଯାଇଛି । ଏହାର କାମ ଶିଘ୍ର ପୂର୍ତ୍ତ ବିଭାଗ ଦ୍ୱାରା କରାଇବାକୁ ବିଧାୟକ ଶ୍ରୀ ମିଶ୍ର ନିଦେ୍ର୍ଧଶ ଦେଇଥିଲେ । ତାପରେ ଟ୍ରକ୍ ଟର୍ମିନାଲ କୁ ନେଇ ଜମି ଚିହ୍ନଟ, ଏବଂ ସହର ମଧ୍ୟରେ ଥିବା ଖାଲି ସ୍ଥାନ ଗୁଡିକୁ ଶିଘ୍ର ପାର୍କିଂ ଜୋନରେ ପରିଣତ କରାଇବା ପାଇଁ ବିଭାଗିୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେବା ସହ ବଲାଙ୍ଗିର ଏବଂ ପୁଇଁନ୍ତଲା ବ୍ଲକର ବିଭିନ୍ନ ସମସ୍ୟା ଯଥା ଇନ୍ଦିରା ଆବାସ ଗୃହ, ବିଜୁଳି ସମସ୍ୟା, ବନ୍ଧ ପୋଖରୀ ଉନ୍ନତିକରଣ କୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ସ୍ଥାନୀୟ ଡାକ୍ତରଖାନା ଏବଂ ମେଡିକାଲ କଲେଜ ହସ୍ପିଟାଲରେ କିଭଳି ଶିଘ୍ର ଜଟିଳ ଅସ୍ତ୍ର ପ୍ରଚାର ସବୁ ହେବ ଏବଂ ତାହା ପାଇଁ ଦରକାର ହେଉଥିବା ଆନୁସଙ୍ଗିକ ଯନ୍ତ୍ରପାତିକୁ ନେଇ ଏକ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ଅଧିକାରୀ ନିଦେ୍ର୍ଧଶ ଦେବା ସହ ହସପିଟାଲ ଭିତରେ ଥିବା ବିଭିନ୍ନ ଅବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାକୁ କହିଥିଲେ । ଶେଷରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇ ସମୀକ୍ଷା ବୈଠକ ଶେଷ ଘୋଷଣା କରିଥିଲେ ।

0
0
0
s2sdefault