ହେଡଲାଇନସ୍:

କଂଗ୍ରେସ ୮ରେ କରିବନି "ଚାଷୀ ଗର୍ଜନ": ହେଲା ବାତିଲ, ଗଡ଼ିଲା ଦିନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ଆସନ୍ତା ଜାନୁଆରୀ ୮ ତାରିଖ, ମଙ୍ଗଳବାର ଦିନ ପ୍ରତ୍ୟେକ ଜିଲ୍ଲା ସଦର ମହକୁମାସ୍ଥ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ  ହେବାକୁ ଥିବା “ଚାଷୀ ଗର୍ଜନ ସମାବେଶ”କୁ ସାମୟିକ ଭାବେ ବାତିଲ୍ କରାଯାଇଛି । ପ୍ରକାଶ ଥାଉକି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ଉକ୍ତ ଦିବସ, ତାରିଖ ସମେତ ୯ ଜାନୁଆରୀ ୨ଦିନ ଦେଶବ୍ୟାପି ସାଧାରଣ ଧର୍ମଘଟର ଆହ୍ୱାନ ଦେଇଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟରେ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଧର୍ମଘଟରେ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀମାନେ ସକ୍ରିୟ ସହଯୋଗ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଅନୁରୋଧ କରିଛନ୍ତି । 

“ଚାଷୀ ଗର୍ଜନ ସମାବେଶ”ର ପରବର୍ତୀ ତାରିଖ ଓ ଦିବସ ବିଷୟରେ ରାଜ୍ୟବାସୀଙ୍କ ନିକଟରେଖୁବ ଶୀଘ୍ର  ରୂପରେଖ କଂଗ୍ରେସ ଦଳ ଘୋଷଣା କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । 

0
0
0
s2sdefault