ହେଡଲାଇନସ୍:

ଚାଷ ଓ ଚାଷପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ : ଜବାବ ମାଗିବ କୃଷକ ମୋର୍ଚ୍ଚା - ରାଜ୍ୟ ସାଧାରଣ ସମ୍ପାଦକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Paralakhemundi/Balakrishna Panigrahi

ଗଜପତି ଜିଲ୍ଲାର ଧାନମଣ୍ଡି ଖୋଲିବାରେ ବିଳମ୍ୱ, ଅଭାବି ଧାନବିକ୍ରି ଏବଂ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ନିର୍ଦ୍ଧାରିତ ୧୭୫୦ଟଙ୍କା ନ ମିଳିବା ବେଳେ ରାଜ୍ୟ ସରକାର କେତେବେଳେ କାଳିଆ ଯୋଜନାରେ ଭଣ୍ଡାଉଛନ୍ତି ତ କେତେବେଳେ ମଣ୍ଡି ନଖୋଲି ଚାଷୀମାନଙ୍କୁ ହଇରାଣ କରୁଛନ୍ତି । ଏହିଭଳି ବୈମାତୃକ ମନଭାବ ପ୍ରତିବାଦରେ ଜବାବ ମାଗିଛି ଓଡିଶା ଓ ଭାଜପା କୃଷକ ମୋର୍ଚ୍ଚା ଏବଂ ଆସନ୍ତା ୮ ତାରିଖ ନବୀନ ନିବାସ ଘେରାଉ କରାଯିବ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ବୋଲି ଆଜି ପାରଳାଖେମୁଣ୍ଡି ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଭାଜପା କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କୁମାର ସାହୁ ଏବଂ ରାଜ୍ୟ ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ସୁର୍ଯ୍ୟନାରାୟଣ ଦାସ କହିଛନ୍ତି । ରାଜ୍ୟ ସାଧାରଣ ସମ୍ପାଦକ ସାହୁ ଏବଂ ରାଜ୍ୟ ସଂଯୋଜକ ଦାଶ ଅଭିଯୋଗ ଓ ସମାଲୋଚନା କରି କହିଥିଲେଯେ ତିତଲି ବାତ୍ୟାରେ ଖଳାରେ ଚାଷୀମାନଙ୍କ ଧାନ ପଡି ରହିଥିବା ବେଳେ ମଣ୍ଡି ତାହାକୁ ଉଠାଇନଥିଲା । ତାପରେ ପୁଣି ପେଥେଇ ବାତ୍ୟାରେ ପୁଣି ସେହି ଧାନ ଓଦା ହୋଇ ଗଜା ହୋଇଯାଇଥିଲା । ମଣ୍ଡିକୁ ସେହି ଧାନ ନେଲେ ମିଲ୍‍ ମାଲିକ ତାହା ନେଉନାହାନ୍ତି ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ । ଏଣୁ ତୁରନ୍ତ ସେମାନଙ୍କ ଧାନ କିଣାଯିବା ସହ ସେମାନଙ୍କୁ ଉଚିତ ମୂଲ୍ୟ ଦିଆଯାଉ । ଅନ୍ୟ ପକ୍ଷରେ ସାରା ରାଜ୍ୟରେ କୃଷକ ମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବା ସହ ଚାଷୀ ମାନଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡୁଥିବା ବେଳେ ରାଜ୍ୟର ୧୯ ବର୍ଷର ବିଜେଡି ସରକାର ମିଛ ରାଜନୀତି କରି ଏହି ଦିଗରେ କୌଣସି ସ୍ଥାୟୀ ସମାଧାନ ନ କରି ଉଦାସୀନତା ଓ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଏମିତିକି ରାଜ୍ୟ ସରକାର ଓ ମିଲ ମାଲିକଙ୍କ ମଧ୍ୟରେ ଏକ ମଧୁଚନ୍ଦ୍ରିକା ଚାଲିଛି । ତେଣୁ ଏହି ପ୍ରତିବାଦରେ ଆସନ୍ତା ଜାନୁୟାରୀ ୮ରେ ଚାଷୀମାନେ ଭୂବନେଶ୍ୱର ଆସି ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି କହିଥିଲେ । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ ଯଦି ଓ ମଣ୍ଡି ଅଛି ସେଠାରେ ସମ୍ପୁର୍ଣ୍ଣ ଅବ୍ୟବସ୍ଥା ଲାଗି ରହିଛି । ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାର ଶିକାର ହୋଇ ଚାଷୀ ନିଜର ହକ୍‍ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ଚାଷୀ ଅଭାବୀ ଧାନ ବିକ୍ରୀର ଶିକାର ହୋଇ ପଡୋଶୀ ଆନ୍ଧ୍ରର ଅସାଧୁ ଦଲାଲ ମାନଙ୍କୁ ଅତି କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚାର ସଭାପତି ପ୍ରଶାନ୍ତ କୁମାର ପାଳ, ଜିଲ୍ଲା ଭାଜପା ସଭାପତି ଭେଙ୍କେଟ ରାବଣା, ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, କୃଷକ ମୋର୍ଚ୍ଚା କାଶୀନଗର ଏନ.ଏ.ସି ସଭାପତି ରମାକାନ୍ତ ପାଣିଗ୍ରାହୀ, ଓଡିଶା କିଶାନ ମୋର୍ଚ୍ଚା କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ୟାମ ପାଣିଗ୍ରାହୀ, ରା.ଉଦୟଗିରି ମଣ୍ଡଳର ସଭାପତି ନୃସିଂହ ରଇତ ପ୍ରମୁଖ ଯୋଗ ଦେଇଥିଲେ ।

 

 

 

 

 

0
0
0
s2sdefault