ହେଡଲାଇନସ୍:

ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ :ବିଜେଡିର ଅଭିଯାନକୁ ନ୍ୟାସନାଲ୍‍ କନ୍‍ଫରେନ୍ସର ସମର୍ଥନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବିଜେଡିର ପ୍ରତିନିଧି ଦଳ ଆଜି ନ୍ୟାସନାଲ୍‍ କନ୍‍ଫରେନ୍ସ ଦଳକୁ ଭେଟିଥିଲେ । ବିଜେଡି ତରଫରୁ ସାଂସଦ ଶ୍ରୀ ପିନାକୀ ମିଶ୍ର ଏବଂ ଶ୍ରୀ ଲଡୁକିଶୋର ସ୍ୱାଇଁ ଜାମ୍ମୁ ଓ କାଶ୍ମୀର ନ୍ୟାସନାଲ୍‍ କନ୍‍ଫରେନ୍ସ ଅଧ୍ୟକ୍ଷ ଫାରୁକ୍‍ ଅବଦୁଲ୍ଲାଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ଶ୍ରୀ ଅବଦୁଲ୍ଲା ଏ ପ୍ରସଂଗରେ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିବା ସହିତ ଆଶା ପ୍ରକାଶ କରିଥିଲେ ଯେ ଏହି ପ୍ରୟାସ ଯେପରି ସଫଳ ହୁଏ । ତତ୍‍ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ୱାଗତ କରିବା ସହିତ ପ୍ରଶଂସା କରିଥିଲେ । ଶ୍ରୀ ଅବଦୁଲ୍ଲା କହିଥିଲେ ଯେ ଶ୍ରୀ ପଟ୍ଟନାୟକ ମହିଳାମାନଙ୍କ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଦେଶ ପାଇଁ ବହୁତ ଭଲ ।

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ବିଜେଡିର ପ୍ରତିନିଧିମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି ।

 

0
0
0
s2sdefault