ହେଡଲାଇନସ୍:

ସ୍ଥାଣୁ, ଅପାରଗ, ସମ୍ଭେଦନହୀନ ସରକାରଙ୍କୁ ଜବାବ ମାଗିବାର ସମୟ ଆସିଛି-ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଅପିଲ୍ 

ଭୁବନେଶ୍ୱର - ଓଡିଶାରେ ସ୍ଥାଣୁ, ଅପାରଗ, ସମ୍ଭେଦନହୀନ ଓ ଦାୟିତ୍ୱହୀନ ମିଛ କହୁଥିବା ସରକାର ଚାଲିଛି । ଏ ମିଛ କହୁଥିବା ସରକାରକୁ ଆଜି ଜବାବ ମାଗିବାର ସମୟ ଆସିଯାଇଛି । ଏ ଅବସରରେ ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ହେବାପାଇଁ ୯୫୫୫୨୨୭୨୨୭ ନମ୍ବରରେ ମିସଡ୍ କଲ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ଓଡିଶାବାସୀଙ୍କୁ ଏହି ଅଭିଯାନରେ ସାମିଲ ହେବାପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଏ ସ୍ଥାଣୁ ଓ ସମ୍ଭେଦନହୀନ ସରକାରଙ୍କୁ ଜବାବ ମାଗିଥିଲେ । ଯେଉଁ ସରକାର କବିବର ରାଧାନାଥ ରାୟ ଓ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ମଧ୍ୟରେ ପ୍ରଭେଦ ବୁଝେ ନାହିଁ । ଯେଉଁ ସରକାର ବେବିନାର ସମ୍ଭେଦନଶୀଳତାକୁ ବୁଝେନାହିଁ । ଯୁବକ ମାନେ ବାହର ରାଜ୍ୟକୁ ଦାଦନ ଖଟିବାକୁ ଗଲେ ସରକାରଙ୍କ ପାଇଁ ଫରକ ପଡେ ନାହିଁ ସେ ସରକାରଙ୍କୁ ଜବାବ ମାଗିବାର ସମୟ ଆସିଛି । ଯେଉଁ ସରକାର ମା ଭଉଣୀ ମାନଙ୍କୁ ବିଶୁଦ୍ଧ ପିଇବା ପାଣି, ଚାଷୀ ମାନଙ୍କ ପାଇଁ ଧାନମଣ୍ଡି, ଜଳସେଚନ ଦେଇପାରିଲେ ନାହିଁ ସେ ସରକାରଙ୍କୁ ଜବାବ ମାଗିବାର ସମୟ ଆସିଛି । ମହିଳା, ଛାତ୍ର, ଯୁବକ,ଚାଷୀ, ଆଦିବାସୀ, ଦଳିତ, ପଛୁଆବର୍ଗ ଓ ଗରିବ ବର୍ଗ ଜବାବ ମାଗୁଛି ଓଡିଶା ଅଭିଯାନରେ ସାମିଲ ହେବାପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

 

0
0
0
s2sdefault