ହେଡଲାଇନସ୍:

ନବୀନକୁ ବିଜେପି ଦେବ ଚୁଡ଼ି ଭେଟି :  ଶୁକ୍ରବାରଠାରୁ ଚୁଡି ସଂଗ୍ରହ ଅଭିଯାନ, ୧୦ରେ ପୁଣି ନବୀନ ନିବାସ ଘେରାଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ପିପିଲି ଗଣଦୁଷ୍କର୍ମ ଘଟଣାରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳ ଓ ବିଜେଡି ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରିବା ଏବଂ ମାମଲାର ସିବିଆଇ ତଦନ୍ତ କରିବା ଦାବି ଜାନୁଆରୀ ୧୦ ତାରିଖ ସୁଦ୍ଧା ପୂରଣ କରିବା ପାଇଁ ଡେଡ୍ ଲାଇନ ଧାର୍ଯ୍ୟ କରିଛି ବିଜେପି ମହିଳାମୋର୍ଚ୍ଚା । ଶୁକ୍ରବାରଠାରୁ ରାଜ୍ୟସାରା ମହିଳାମାନଙ୍କୁ  ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଚୁଡି ପଠାଇବା ପାଇଁ ଅନୁରୋଧ କରାଯାଇଛି । ୧୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ସଂଗୃହିତ ଚୁଡିକୁ ପୁଣି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ମହିଳାମୋର୍ଚ୍ଚା ଭେଟି ଦେବ ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀମତୀ ପରିଡା କହିଛନ୍ତି ଚୁଡି ହେଉଛି ମାତୃଶକ୍ତିର ପ୍ରତୀକ, ଯଦି ମୁଖ୍ୟମନ୍ତ୍ରୀଙ୍କର ଗଣଦୁଷ୍କର୍ମ କାରୀଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ପାଇଁ ସାହସ ହେବନାହିଁ ଓଡିଶାର ମାତୃଶକ୍ତି ଦ୍ୱାରା ପ୍ରଦତ୍ତ  ଚୁଡି ନିଜେ ଥରେ ପିନ୍ଧିଦେଲେ ମନରେ ସାହସ ଆସିବ ବୋଲିି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ, କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ମହାପାତ୍ର, ରାଜ୍ୟ ସଂଯୋଜିକା କସ୍ତୁରୀ ମିଶ୍ର ଏବଂ ସହ ସଂଯୋଜିକା ସୁଜାତା ପାଢୀ  ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ ବିଜେପି ମହିଳା ମୋର୍ଚା ପକ୍ଷରୁ ବୁଧବାରଦିନ ନବୀନ ନିବାସ ଘେରାଉ କଲାବେଳେ ପୁରୁଷ ପୋଲିସ ଲଗାଇ ମହିଳାଙ୍କ ଇଜ୍ଜତ ଲୁଟାଇଥିବା ଅଭିଯୋଗ  କରିଥିଲା ବିଜେପି ନମହିଳା ମୋର୍ଚା |  ମୋର୍ଚାର କହିବା ଅନୁଯାୟୀ ଏହାକୁ ପ୍ରତିବାଦ କରି ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଆଜି ନବୀନ ନିବାସରେ ବ୍ୟାନର ଲଗାଇବାକୁ ଯାଇଥିଲେ । ଏହି ସମୟରେ ପୁରୁଷ ପୋଲିସମାନେ ମହିଳାମାନଙ୍କ ସହ ଅସଦାଚାରଣ କରିଥିଲୋ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନବୀନ ନିବାସ ଆଗରେ ପୁରୁଷ ପୋଲିସ ହ୍ରିଂସ ପରାୟଣ ହୋଇ ମହିଳାଙ୍କୁ ଆକ୍ରମଣ କରିବା ସହ ଜୋର ଜବରଦସ୍ତି କରିବା ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ଦୃଶ୍ୟମାନ ହୋଇଛି । ପୋଲିସର ଏହି ବର୍ବରତା କାରଣରୁ ବହୁ ମହିଳା କାର୍ଯ୍ୟକର୍ତା ଆହତ ହେବା ସହ କ୍ଷତାକ୍ତ ହୋଇଛନ୍ତି । ଏପରିକି ଗିରଫ ପରେ ମହିଳା କାର୍ଯ୍ୟକର୍ତାଙ୍କୁ ବହୁ ସମୟ ଧରି ଅଟକ ରଖିଥିଲେ । ମହିଳାମାନଙ୍କ ପାଇଁ ମହିଳା ପୋଲିସ ନ ଯୋଗାଇ ହୀନ ଉଦ୍ଦେଶ୍ୟ ରଖି ପୁରୁଷ ପୋଲିସଙ୍କୁ ଲଗାଇ ନାରୀର ଇଜ୍ଜତ ଲୁଟିବା ପାଇଁ ଚେଷ୍ଟା କରିବା ପୂରା ନାରୀ ସମାଜ ପାଇଁ ଲଜ୍ଜାଜନକ ଘଟଣା । ନାରୀ ଯଦି ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ସୁରକ୍ଷିତ ନୁହେଁ ତେବେ ସାରା ରାଜ୍ୟର ସ୍ଥିତି କଣ ରହିଛି ତାହା ବେଶ ଅନୁମେୟ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

 

0
0
0
s2sdefault