ହେଡଲାଇନସ୍:

ପାଇକମାଲ ଜୋନ ୩ରେ  ବିଜୁ ଜନତାଦଳ  କର୍ମୀ ସମ୍ମିଲନୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କିଛି ଦିନରେ ଅଞ୍ଚଳର ଏକ ହଜାର ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ କରିବେ ଶ୍ରମ ମନ୍ତ୍ରୀ 

  ପାଇକମାଲ/ରାଜେନ୍ଦ୍ର ବେହେରା :  ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଠାରେ ଜୋନ ୩ ର ୫୦୦୦ ବିଜେଡି କର୍ମୀମାନଙ୍କୁ ନେଇ ଏକ ସଭା ଅନୁଷ୍ଟିତ ହୋଇଥିଲା। ବରଗଡ ଜିଳ୍ଲା ବିଜେଡି ସଭାପତି ପୂର୍ବତନ  ମନ୍ତ୍ରୀ ବିଜୟ ରଞନ ସିଂ ବରିହା ସଭାପତିତ୍ୱ ରେ ମାନ୍ୟବର ମନ୍ତ୍ରୀ ଶ୍ରମ ଓ ଶକ୍ତି ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ସଭାସ୍ଥଳରେ ମନ୍ତ୍ରୀ ଶ୍ରୀ ସିଂ ପହଂଚିବା ବେଳେ ଶହଶହ ସଂଖ୍ୟାରେ କର୍ମୀ ଓ ଜନତା ତାଙ୍କୁ ଉଛସିତ  ସମ୍ବର୍ଧନା ଜ୍ଞାପନ କରିଥିଲେ | ଏହି ଅଣସରରେ ଶ୍ରମମନ୍ତ୍ରୀ ଶ୍ରୀ ସିଂ  ୬୨୬ ଜଣଙ୍କୁ ଶ୍ରମିକ କାର୍ଡ  ପ୍ରଦାନ କରିଥିଲେ । ଖୁବ ଶୀଘ୍ର  ମନ୍ତ୍ରୀ ନିଜେ ଉପସ୍ଥିତ ରହି  ଏ  ଅଞ୍ଚଳର ଏକ ହଜାର ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ କରିବେ ବୋଲି ଘୋଷଣା କରିଥିଲେ  ।  ଦୁଇ ଦିନ ମଧ୍ୟରେ ବୁକୁରାମୁଣ୍ଡା ଅଞ୍ଚଳର ବିଦ୍ୟୁତ ସମସ୍ୟାକୁ ସମାଧାନ ପାଇଁ ପ୍ରତିଶୃତି ଦେଲେ । ମନ୍ତ୍ରୀ ଶ୍ରୀ ସିଂ  କହିଥିଲେ ଯେ  କହିଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ୱ ଦେଇଛନ୍ତି | ପଦ୍ମପୁର ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ  ଦଳର କର୍ମୀମାନଙ୍କ ସହ ମିଶି  ପଦ୍ମପୁରରେ ବିଜୁ ଜନତା ଦଳକୁ ଜିତାଇବାକୁ ସେ ପ୍ରତିଶ୍ରୁତି ଦେବା ସହ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ | 

 ବିଜୟ ରଞନସିଂ ବରିହା କହିଲେ ମତେ ଆପଣ ବହୁ ଥର ଭୋଟ ଦେଇ ଋଣି କରିଛନ୍ତି। ମୋର ଜୀବନ ଥିବା ପଯ୍ୟନ୍ତ ଆପଣ ମାନଙ୍କ ସେବା କରିବି। ଆପଣ ମାନେ ୩ ଜଣକୁ ବିଧାୟକ କରିସାରିଛନ୍ତି । କିଏ ଏ ଅଞ୍ଚଳ ସମସ୍ୟା ଦୁର କରି ପାରେ ଆପଣ ମାନେ ଭଲ ଭାବେ ଜାଣି ସାରିଛନ୍ତି ବୋଲି ଶ୍ରୀ ବରିହା କହିଥିଲେ |  ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ଅଲତାଫ ମହମ୍ମଦ, ଜିଲ୍ଲାପରିଷଦ ସଭ୍ୟ ବିଶ୍ୱନାଥ ବାଗ,ଗିରିଶ ଡନସନା,ଅଂଶଗ୍ରହଣ କରିଥିଲେ।  ଶେଷ ରେ ବୁକୁରାମୁଣ୍ଡା ସରପଞ୍ଚ ଧନ୍ୟବାଦ  ଅର୍ପଣ କରିଥିଲେ।

0
0
0
s2sdefault