ହେଡଲାଇନସ୍:

୨୪ତମ ସର୍ବଭାରତୀୟ ଛିନ୍ଦେକେଲା କ୍ରିକେଟ କପ ୨୦୧୮ ଉଦଯାପିତ: ଖୋର୍ଦ୍ଧା ଦଳ ଚମ୍ପିୟାନ,ଆଗାମୀ ବର୍ଷ ଦେଶ ବାହାରୁ ଆସିବେ ଦଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେକେଲା ମିନି ଷ୍ଟାଡିୟମ ଠାରେ ଚାଲିଥିବା ସର୍ବଭାରତୀୟ ଛିନ୍ଦେକେଲା କ୍ରିକେଟ କପ ଉଦଯାପିତ ହୋଇଯାଇଛି  । ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଇଷ୍ଟକୋଷ୍ଟ ଖୋର୍ଦ୍ଧା ଓ ନାଗପୁର ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ ମୁଖ୍ୟଅତିଥି ଓ ମହେନ୍ଦ୍ର ଖୁଂଟିଆ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳେଳୀ ମାନଙ୍କୁ ଉତ୍ସାହିତ କରିଥିଲେ  । ଇଷ୍ଟକୋଷ୍ଟ ଖୋର୍ଦ୍ଧା ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି  ନେଇଥିଲା ଏବଂ ୨୫ ଓଭରରେ ୯ ଉଇକେଟ  ହରାଇ ୨୦୪ ରନ ସଂଗ୍ରହ କରିଥିଲା  । ନାଗପୁର ଦଳ ୨୫ ଓଭରରେ ୯ ଉଇକେଟ   ହରାଇ ୧୭୫ ରନ ସଂଗ୍ରହ କରିଥିଲା ଏବଂ ପରାଜୟର ସମ୍ମୁଖିନ ହୋଇଥଲା । ଉଦଯାପନୀ ଉତ୍ସବରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ପୁରଷ୍କୃତ କରିଥିଲା  । ଅନ୍ୟମାନଙ୍କ ମଧ୍ୟରେ ସୁମିତ ଅଗ୍ରୱାଲ ,ଆୟୁଷ ଅଗ୍ରୱାଲ,ଅମନ ଜିନ୍ଦଲ ଓ ପ୍ରଦୀପ ସାହୁ ସମ୍ମାନୀତ ଅତିଥି  ଭାବରେ ଯୋଗଦେଇଥିଲା  । ଖୋର୍ଦ୍ଧା ଦଳର ସତ୍ୟଜିତ ସାବତ  ମ୍ୟାନ ଅଫଦି ମ୍ୟାଚ ପାଇଥିଲେ ଏବଂ ସନ୍ଦିପ ମୂଳିଆ  ମ୍ୟାନ ଅଫ ଦି ସିରିଜ ପାଇଥିଲେ  । ମହେଶ କମାର ମୁନସି ଓ ସଚ୍ଚିଦାନନ୍ଦ ପଣ୍ଡା ଖେଳ ପରିଚାଳନା କରିଥିବା ବେଲେ ପତିତପାବନ ସାହୁ ଓ ପ୍ରହଲ୍ଲାଦ ଭୋଇ ଧାରାବିବରଣୀ ପ୍ରଦାନ  ଥିଲେ ଏବଂ ବୁନିଲ ସାହୁ ଓ ପ୍ରମୋଦ ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିରେ  । ଆସନ୍ତା ବର୍ଷ ୨୫ ବର୍ଷ ପୁରଣ ହେଉଥିବାରୁ ସିଲଭର ଜୁବୁଲି  ଅବସରରେ ଦେଶ ବାହାରର ଦଳ ବାଂଲାଦେଶ ଓ ନେପାଳ ସହ ଯୋଗାଯୋଗ କରାଯାଇଥିବା ଅନୁଷ୍ଠାନର ଉପଦେଷ୍ଟା ଆନନ୍ଦ ସାହୁ ପ୍ରକାଶ କରିଛନ୍ତି  । 

0
0
0
s2sdefault