ହେଡଲାଇନସ୍:

 ଛୋଟ ପିସି ଦାନବ ସରୋଜ ସାହୁଙ୍କ ସହ କଣ ସମ୍ପର୍କ : ଧର୍ମେନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଳିଆ ଓ ଉଜ୍ଜଳା ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଲେ କେନ୍ଦ୍ରମନ୍ତ୍ରୀ

ଚାଷୀଙ୍କୁ ସବୁଠୁ କଳାକନା ବୁଲାଇଥିବା ଲୋକମାନେ କାଳିଆର ସାହାରା ନେଉଛନ୍ତି-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(କୁମାର ଅଭିଶେଖ) -ଚାଷୀଙ୍କୁ ସବୁଠୁ କଳାକନା ବୁଲାଇଥିବା ଲୋକମାନେ କାଳିଆର ସାହାରା ନେଉଛନ୍ତି । କାଳିଆକୁ ଉପାସର ରଖିଲେ । ଏ ସରକାରଙ୍କର ମନ ଭିତରେ କି ଯୋଜନାରେ ସ୍ପଷ୍ଟତା ନାହିଁ । ଓଡିଶାରେ ନିଜେ କରିବୁନି କି କାହାକୁ କରାଇଦେବୁନି ଏହି ମାନସିକତାରେ ସରକାର ପହଁଚିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏ ସରକାରଙ୍କର ଚାଷୀମାନଙ୍କ ପାଇଁ  ଆଭିମୁଖ୍ୟ ବା ନୀତିରେ କିଛି ସ୍ପଷ୍ଟତା ନାହିଁ । କେବଳ ଭୋଟ ହାତେଇବା ପାଇଁ ଏବେ ସୁଆଙ୍ଗ କରୁଛନ୍ତି । ବିଜେପି ଶାସିତ ଉତରପ୍ରଦେଶ ଓ ମହାରାଷ୍ଟ୍ରରେ କୃଷିଋଣଁ ଛାଡ ହୋଇଛି । ଓଡିଶାରେ କୃଷକ ମାନଙ୍କୁ ନିଡ ଗୋଡରେ ଛିଡା କରିବା ପାଇଁ କୃଷିଋଣ ଛାଡ ବଳିଷ୍ଠ ପଦକ୍ଷେପ ହେବ ଆମେ ଏଥିରେ ଅଛୁ । ପ୍ରଧାନମନ୍ତ୍ରୀ ଜାତୀୟ ସ୍ତରର ସ୍ଥିତି ନେଇ କଥା କହୁଥିବା ବେଳେ ଯେଉଁମାନେ ଏଥିରେ ପ୍ରସଙ୍ଗ ଉଠାଇଛନ୍ତି ସେମାନଙ୍କର କୌଣସି କହିବାର ନୈତିକ ଅଧିକାର ନାହିଁ । ସେମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କାଳିଆ ଯୋଜନା ପାଇଁ ବିଧାନସଭା ବସାଇ ଅତିରିକ୍ତ ବଜେଟର ବ୍ୟବସ୍ଥା କଣ ପାଇଁ କଲେନାହିଁ । ମନ ଭିତରେ ପାପ ଅଛି । ଚାଷୀମାନଙ୍କୁ ସହାୟତା କରିବା ସରକାରଙ୍କ ମୂଳ ଲକ୍ଷ୍ୟ ନୁହେଁ । ୧୦୦ ଟଙ୍କାର ବୋନସ ଦେବେ ବୋଲି କହିଥିଲେ, ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାର କଥା କହିଥିଲେ ଏହି ପ୍ରତିଶୃତି କୁଆଡେ ଗଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଉଜ୍ଜଳା ଗ୍ୟାସ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ୧୯ ବର୍ଷ ଶାସନରେ ଯେଉଁମାନେ ରହିଲେ, ଲାଂଚ ନେଇ ସରକାରୀ ବ୍ୟବସ୍ଥା ବାଂଟିଲେ ସେମାନଙ୍କୁ ଏବେ ଲୋକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଛନ୍ତି । କେବଳ ଭୋଟ ପାଇଁ ଟଙ୍କା ବାଂଟିଲେ ସଶକ୍ତିକରଣ ହୁଏନାହିଁ । ଉଜ୍ଜଳା ଯୋଜନାକୁ ଯେଉଁମାନେ ଇର୍ଷା କରୁଛନ୍ତି ସେମାନେ ଓଡିଶାର ମହିଳା ମାନଙ୍କୁ ଇର୍ଷା କରୁଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆସନ୍ତାକାଲି ଉଜ୍ଜଳାର ୬ କୋଟି ତମ ଲାଭାର୍ଥୀକୁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ  ପ୍ରଦାନ କରିବେ । ଓଡିଶାରେ ବର୍ତମାନ ସୁଦ୍ଧା ୩୫ ଲକ୍ଷ ଉଜ୍ଜଳା ହିତାଧିକାରୀ ଥିବା ବେଳେ ଆଗାମୀ ୩ ମାସରେ ଏହି ସଂଖ୍ୟା ଆହୁରି ୧୦ ଲକ୍ଷ ବୃଦ୍ଧି କରାଯିବ । ଓଡିଶାର ସବୁ ଗରିବ ମା ଭଉଣୀ ମାନେ ଉଜ୍ଜଳା ଗ୍ୟାସର ଲାଇ ପାଇବେ ବୋଲି ସେ କହିଛନ୍ତି ।

ଉଜ୍ଜଳାକୁ ସମାଲୋଚନା କରିଥିବା ମୁଖ୍ୟମନ୍ତ୍ରୀଙ୍କ ଯୋଗାଣମନ୍ତ୍ରୀ ୨୦୧୮ ମସିହାରେ ୧୮୫୦ ଟଙ୍କାର ସବସିଡ୍ ନେଇଛନ୍ତି । ଓଡିଶାର ମହିଳା ମାନେ କିପରି ଲାଭ ନ ପାଇବେ ଏଥିପାଇଁ ସରକାରଙ୍କର ଜଣେ  ମନ୍ତ୍ରୀ ଷଡଯନ୍ତ୍ର କରିଛନ୍ତି । ସେଥିପାଇଁ ଖୋର୍ଦ୍ଧାରେ ବଟଲିଂ ପ୍ଲାଂଟ ପାଇଁ ଜାଣିଶୁଣି ଏଯାଏଁ ସରକାର ଜମି ପ୍ରଦାନ କରିନାହାନ୍ତି । ଟ୍ରିପଲ୍ ତଲାକ ଉପରେ ବିଜେଡିର ମତକୁ ନୀଳବର୍ଣ ଶୃଗାଳର ମତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ୩୩ ପ୍ରତିଶତ ସଂରକ୍ଷଣ କଥା କହୁଥିବା ବେଳେ ମୁସଲମାନ ଭଉଣୀ ମାନଙ୍କ ଟ୍ରିପଲ ତଲାକ ଯୋଗୁଁ ଜୀବନ ଖରାପ ହେଉଥିବା ବେଳେ ଏହି ବିଲ୍ କୁ କାହିଁକି ବିରୋଧ କରୁଛନ୍ତି । ଓଡିଶାର ୩/୪ ଆସନରେ ଭୋଟ ହାତେଇବା ପାଇଁ ମୁସଲମାନ ମା ଭଉଣୀ ମାନଙ୍କ ପ୍ରତି ବିଜେଡି ଅନ୍ୟାୟ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ପ୍ରଶ୍ନର ଉତର ମୁଁ ଦେଇଛି । ପିସିର ଦାନବକୁ କିଏ ଦାନାପାଣି ଦେଉଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ଦାନାପାଣି ଦେଉଥିବା ସେ ନିଜେ କହିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଏ ତାଙ୍କ ଘରେ ଥିବା ଛୋଟ ପିସି ଦାନବ ସରୋଜ ସାହୁଙ୍କ ସହ କଣ ସମ୍ପର୍କ ସେ ପ୍ରଶ୍ନର ଉତର କେବେ ଦେବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

 

 

0
0
0
s2sdefault