ହେଡଲାଇନସ୍:

 ବିଶାଳ ହିନ୍ଦୁ ସମ୍ମିଳନୀରେ ଯୋଗଦେବାକୁ ଗୁଣୁପୁରରୁ ଗଲେ ୧୪ଟି ବସରେ  ଯାତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଅବିଭକ୍ତ କୋରାପୁଟ ଜିଲ୍ଲା ଜୟପୁର ସହର ସ୍ଥିତ ଦଶହରା ପଡିଆ ଠାରେ ଆଜି ଅନୁଷ୍ଠିତ ହେଉଥିବା ବିଶାଳ ହିନ୍ଦୁ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଗୁଣପୁର ସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରୁ ୧୪ ଗୋଟି ବସ୍ ଶୋଭାଯାତ୍ରୀ ଙ୍କୁ ନେଇ ଜୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । 

ଅନ୍ୟପକ୍ଷେ ଅନେକ ଶୋଭାଯାତ୍ରୀ  ସେମାନଙ୍କ ସହଯୋଗୀମାନଙ୍କୁ ନିଜ ବ୍ୟକ୍ତିଗତ ୪ ଚକିଆ ଯାନରେ ନେଇ ସଭା ସ୍ଥଳକୁ ଯାଉଥିବା ସୁଚନା ମିଳିଛି । ଅସମ୍ଭାଳ ଶୀତ ର ଜଡ ରେ ମଧ୍ୟ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ଏବଂ ପ୍ରଭୁ ଶ୍ରୀ ରାମଙ୍କ ଅନୁଗାମୀ ବିଭିନ୍ନ ହିନ୍ଦୁ ପ୍ରତୀକ ଧ୍ୱନି ଦେଇ ସେମାନ ଙ୍କ ଶୁଭ ଯାତ୍ରା ଆରମ୍ଭ କରିଛନ୍ତି ।

ଜଙ୍ଗଲ ଓ ପାହାଡ଼ ର ପରିବେସ୍ଟନି ମଧ୍ୟରେ ରହିଥିବା ୨୦୦ ରୁ ଉର୍ଦ୍ଧ କିମି ଦୂରତ୍ୱ ସୁଦୂର ଜୟପୁର କୁ ଭୀଷଣ ଶୀତ କାକର ସହ୍ୟ କରି ଶୋଭାଯାତ୍ରୀ ମାନେ ଯାଉଥିବା ହେତୁ ଏହି ଅଞ୍ଚଳ ବାସୀ ଙ୍କ ମଧ୍ୟରେ ହିନ୍ଦୁତ୍ୱ ଜାଗୃତ ଥିବା ଜଣାପଡ଼ିଛି । 

ଆୟୋଜିତ ଏହି ସଭା ରେ ଗୁଣପୁର ଅଞ୍ଚଳ ରୁ ୨୦୦୦ ଲୋକ ଯୋଗ ଦେବାର ଆୟୋଜନ କରାଯାଇଥିବା ଆୟୋଜକ କମିଟି କହିଛନ୍ତି । ଏଥିରେ ବିଶ୍ବ ହିନ୍ଦୁ ପରିଷଦ , ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ , ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ , ଗୁଣପୁର ଆଦିତ୍ୟ ବାହିନୀ ସହ ସ୍ଥାନୀୟ ଅନ୍ୟାନ୍ୟ ହିନ୍ଦୁ ମତ ବାଦି ସଙ୍ଗଠନ ଯୋଗଦେଇଥିବା ଜଣାଯାଇଛି । ଏହି ଯାତ୍ରା ଶ୍ରୀ ଉମା ଶଙ୍କର ଦାଶ , ଶ୍ରୀ ପ୍ରଭାତ ମହାପାତ୍ର , ଶ୍ରୀ ବି. ସତୀଶ କୁମାର ଙ୍କ ତତ୍ଵାବଧାନ ରେ ହୋଇଥିବା ସୁଚନା ମିଳିଛି ।

0
0
0
s2sdefault