ହେଡଲାଇନସ୍:

ବିଜୁ କୃଷକ ଜନତା ଦଳର ରାଜ୍ୟ କମିଟି ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ କମିଟିରେ ୬ ଉପ ସଭାପତି, ୩ ସାଧାରଣ ସମ୍ପାଦକ ଓ ୫ ସମ୍ପାଦକ 

ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳ ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ନିକଟରେ ବିଜୁ କୃଷକ ଜନତା ଦଳର ରାଜ୍ୟ ସଭାପତି ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମହାସଚିବ ଭାବେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦାୟିତ୍ୱ ଦେବାପରେ ଆଜି ରାଜ୍ୟ କର୍ମକର୍ତ୍ତା ଓ ୩୦ ଜିଲ୍ଲାର ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । 

ଏହି କ୍ରମରେ ରାଜ୍ୟ କମିଟିର ଉପ-ସଭାପତି ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତି, କେନ୍ଦୁଝର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି କାନନ ବିହାରୀ ପହି, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ, କଳାହାଣ୍ଡି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ, ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, ସମ୍ବଲପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ଅମରେନ୍ଦ୍ର ଗଙ୍ଗଦେବଙ୍କୁ ନିଯୁକ୍ତି ଦେଇଥିବାବେଳେ ସାଧାରଣ ସଂପାଦକ ଭାବେ କିଶୋର କୁମାର ମେହେର, ଅନ୍ତର୍ଯ୍ୟାମୀ ରାଉତ, ଘନଶ୍ୟାମ ନାୟକ ଏବଂ ସଂପାଦକ ଭାବେ ମନୋଜ କୁମାର ମହାପାତ୍ର, ତିରୁପତି ବନାଗାଡ଼ି, ସରୋଜ କୁମାର ପ୍ରଧାନ, ଉତ୍ତର କୁମାର ପାତ୍ର ଏବଂ ଜୟନ୍ତ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦେଇଛନ୍ତି । 

ସେହିପରି ଜିଲ୍ଲା ସଭାପତି ଭାବେ ଅନୁଗୋଳ- ବିଧାୟକ ବ୍ରଜ କିଶୋର ପ୍ରଧାନ, ବାଲେଶ୍ୱର- ଅଜୟ କୁମାର ସାମଲ, ବରଗଡ଼- ଗୌରହରି ମିଶ୍ର, ଭଦ୍ରକ - ଜଗନ୍ନାଥ ସ୍ୱାଇଁ, ବଲାଙ୍ଗିର - ଅଜୟ ଦାସ, ବୌଦ୍ଧ- ସାନ୍ତନୁ ଥାଟି, କଟକ- ପ୍ରଶାନ୍ତ କୁମାର ବେହେରା, ଦେବଗଡ଼- ଚିତ୍ତ ରଂଜନ ପ୍ରଧାନ, ଢେଙ୍କାନାଳ- ନରୋତ୍ତମ ସାହୁ, ଗଜପତି- ରବି ନାଇଡ଼ୁ, ଗଂଜାମ- ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର- ପ୍ରକାଶ ଚନ୍ଦ୍ର ବସ୍ତିଆ, ଯାଜପୁର- ନିତ୍ୟାନନ୍ଦ ରାଉତ, ଝାରସୁଗୁଡ଼ା- ମିତ୍ରଭାନୁ ସାହୁ, କଳାହାଣ୍ଡି- ଦିଲ୍ଲୀପ ଠାକୁର, କନ୍ଧମାଳ- କୁନା ଦଣ୍ଡସେଣା, କେନ୍ଦ୍ରାପଡ଼ା- ସୌମେନ୍ଦ୍ର କୁମାର ଦାସ, କେନ୍ଦୁଝର- ଦୀପକ ରାଜ, ଖୋରଧା- ରାମଚନ୍ଦ୍ର ସାମନ୍ତରାୟ, କୋରାପୁଟ- ରାମ ସାମନ୍ତରାୟ, କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି- ସୁକୁରିଆ ପ୍ରଧାନ, ମାଲକାନଗିରି- ସୁଭାଷ ଚନ୍ଦ୍ର ବାନାର୍ଜୀ, ମୟୂରଭଞ୍ଜ (୧)-  ମୟୂରଭଞ୍ଜ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ରାଜ କିଶୋର ଆଚାର୍ଯ୍ୟ, ମୟୂରଭଞ୍ଜ (୨)-ଦୁର୍ଗା ହେମ୍ବ୍ରମ, ନବରଙ୍ଗପୁର- ଯୋଗେନ୍ଦ୍ର କୁମାର ସ୍ୱାଇଁ, ନୟାଗଡ଼- ଜଗନ୍ନାଥ ପଣ୍ଡା, ନୂଆପଡ଼ା-ସନ୍ତୋଷ କୁମାର ନିଆଲ, ପୁରୀ- ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଜିଲ୍ଲା କାର୍ଯ୍ୟକାରୀ ସଭାପତି- ପ୍ରଫୁଲ କୁମାର ଜେନା, ରାୟଗଡ଼ା-ଜ୍ୟୋତି ପ୍ରସାଦ ସାହୁ, ସମ୍ବଲପୁର- ଆନନ୍ଦ ଜେନା, ସୋନପୁର- ମନୋରଂଜନ ପ୍ରଧାନ ଏବଂ ସୁନ୍ଦରଗଡ଼- ଗୋପାଳ ଚନ୍ଦ୍ର ପ୍ରଧାନଙ୍କୁ ଦଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ବୋଲି ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

0
0
0
s2sdefault