ହେଡଲାଇନସ୍:

ବାରିପଦା ପିଚ ରେଡ୍ଡି : ଆଗପଛ ହୋଇ ଖେଳିବେ ମୋଦି ଓ ନବୀନ କିଣିବାକୁ ମୟୁରଭଞ୍ଜିଆଙ୍କ ମନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(Dillip Mohanty)-ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକକୁ ଦଖଲ କରିବା ସହିତ ୪୭.୩୨ ପ୍ରତିଶତ ହାରରେ ମୋଟ ୫ଲକ୍ଷ ୭୩ହଜାର୨୮୭ଖଣ୍ଡ ଭୋଟ ପାଇ ୫୬ଟି ଆସନ ମଧ୍ୟରୁ ୪୯ଟି ଆସନରେ ବିଜୟୀ ହୋଇ ଜିଲ୍ଲାପରିଷଦକୁ ଦଖଲ କରି ନୂଆ ଇତିହାସ ସୃଷ୍ଟି କରିବା ପରେ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାପରିଷଦର ସଫଳତା ଦୋହରାଇବାର ଆଶା ବାନ୍ଧିଛି । ଫଳରେ ବିଜେପର କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ମୟୂରଭଞ୍ଜକୁ ଟାର୍ଗେଟ କରିଛନ୍ତି । ଜିଲ୍ଲାର ସଦର ମହକୁମା ବାରିପଦା ରାଜନୀତି କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବାରୁ ଏହାକୁ କର୍ମକ୍ଷେତ୍ର ଭାବେ ବିବେଚନା କରିଛି ଭାଜପା । ଫଳରେ ଏଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ ପରେ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ନେତାଙ୍କ ଆଗମନ ଘଟିଛି ଏବଂ ବର୍ତ୍ତମାନ ଖୋଦ  ପ୍ରଧାନମନ୍ତ୍ରୀ ଜାନୁଆରୀ ୫ରେ ବାରିପଦା ଗସ୍ତରେ ଆସୁଛନ୍ତି । ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମରେ ବାରିପଦା ଛଉପଡ଼ିଆରେ ଉତ୍ତର ଓଡ଼ିଶାରେ କେତେକ ରେଳବାଇ ଓ ଜାତୀୟ ରାଜପଥ ଆଦି ସରକାରୀ କାର୍ଯ୍ୟକ୍ରମକୁ ଲୋକାର୍ପଣ କରିବା ସଂଗେସଂଗେ ବଡ଼ସାହିସ୍ଥିତ ହରିପୁରଗଡ଼କୁ ପୁନରୁଦ୍ଧାର  ସହିତ ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରାଯିବ । ଏହା ପରେ ବାରିପଦା ଛଉପଡ଼ିଆରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରକୁ ନେଇ ଆୟୋଜିତ ଦଳୀୟ ସାଧାରଣ ସଭାରେ ଉଦବୋଧନ ଦେବେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିବାକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ବିଷୟରେ ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଜଣାପଡ଼ିଛି । 

           ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରିପଦା ଗସ୍ତକୁ ନେଇ ରାଜ୍ୟ ବିଜେଡ଼ି ଚଳଚଞ୍ଚଳ ହୋଇପଡ଼ିଛି । ଗତ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ି ମୟୂରଭଞ୍ଜ ଜିଲ୍ଲାରେ ୫୮.୬୩ ପ୍ରତିଶତ ଭୋଟ ହାରରେ ମୋଟ ୪ଲକ୍ଷ ୪୭ହଜାର୪୪ଖଣ୍ଡ ଭୋଟ ପାଇ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ଓ ଲୋକସଭା ଆସନକୁ ନିଜ ଦଖଲକୁ ନେଇଥିଲା । ତେଣୁ ସେହି ଫଳାଫଳର ପୁନଃଆବୃତ୍ତି ପାଇଁ ବିଜେଡ଼ି ହାଇକମାଣ୍ଡ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତର ଠିକ୍ ୫ ଦିନ ବ୍ୟବଧାନରେ ଅର୍ଥାତ୍ ଜାନୁଆରୀ ୧୦ରେ ବାରିପଦା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିବା ନିମନ୍ତେ ଯୋଜନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ମୟୂରଭଞ୍ଜବାସୀ ଅନାଇ ବସିଛନ୍ତି । ବାରିପଦାବାସୀ ସହିତ ମୟୂରଭଞ୍ଜବାସୀଙ୍କୁ କିଛି ନୂଆ ବର୍ଷର ଭେଟି ଭାବେ ଦେବେ ବୋଲି ଚାହିଁ ବସିଛନ୍ତି । ୨୦୧୯ ସାଧାରଣ ନିର୍ବାଚନର ବିଗୁଲ ବାଜିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଏହି ବାରିପଦା ଗସ୍ତ କାର୍ଯ୍ୟକ୍ରମ ଜିଲ୍ଲା ରାଜନୀତିକୁ  ଛାତି ଥରା ଶୀତରେ ଉଷ୍ମ କରିପକାଇଛି । 

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଗପଛ ହୋଇ ବାରିପଦା ମଇଦାନକୁ ନିଜର ଦମ ଦେଖାଇବାପାଇଁ ଓହ୍ଲାଇବାକୁ ଥିବା ହେଲେ, ଦେଖାଯାଉ କାହା କରିସ୍ମା ବାରିପଦାବାସୀ ବା ପୁରା ମୟୁରଭଞ୍ଜବାସୀଙ୍କ ମନ କିଣିବାରେ ସକ୍ଷମ ହେଉଛନ୍ତି ! 

0
0
0
s2sdefault