ହେଡଲାଇନସ୍:

ଧାନମଣ୍ଡି ଖୋଲିବାରେ ବିଳମ୍ୱ, ଅଭାବୀ ଧାନ ବିକ୍ରି ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ୧୭୫୦ ଟଙ୍କା ନପାଇବା ପ୍ରତିବାଦ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

୧୪ଦଫା ଦାବୀରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳ  କାର୍ଯ୍ୟାଳୟ ଘେରାଉ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଧାନମଣ୍ଡି ଖୋଲିବାରେ ବିଳମ୍ୱ , ଅଭାବି ଧାନ ବିକ୍ରି ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ନିର୍ଦ୍ଧାରିତ ୧୭୫୦ ଟଙ୍କା ନମିଳିବା ପ୍ରତିବାଦ ସହ ଚାଷୀଙ୍କ ୧୪ଦଫା ଦାବୀ ନେଇ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇ ୧୪ ଦପା ଦାବୀ ସମ୍ମିଳିତ ଏକ ଦାବୀ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ପ୍ରଶାନ୍ତ ପାଳଙ୍କ ନେତୃତ୍ୱରେ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ସରୋଜ କୁମାର ସାହୁ , ଉପସଭାପତି ସୂର୍ଯ୍ୟନାରାୟଣ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ଉପସଭାପତି ଏମ.ସବେରା ରାଜୁ, ଯୁବସଭାପତି ବାବୁନା ବେହେରା, ଜୟରାମ ଲିମ୍ମା, ରାମକୃଷ୍ଣ ପାଇକ, ଗମାଙ୍ଗ ଗୌଡ, ଶ୍ୟାମପାଢୀ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଏକ ପ୍ରତିବାଦ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଚାଷୀମାରଣ ନୀତିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସରୋଜ ସାହୁ ଏବଂ ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ସାମ୍ୱାଦିକ ମାନଙ୍କ ଅଭିଯୋଗରେ କହିଥିଲେଯେ ବିଗତ ତିତଲି ବାତ୍ୟାରେ ଗଜପତି ଜିଲ୍ଲାରେ କ୍ଷୟକ୍ଷତିର ସଠିକ ଆକଳନ କରାନଯିବା ଫଳରେ ଚାଷୀ ମହଲରେ ନୈରାଶ୍ୟ ଜନକ ପରିସ୍ଥିତି ସୃଷ୍ଟି ହୋଇଛି । ତାହା ପରେ ପରେ ପେଥେଇ ବାତ୍ୟାରେ ମଧ୍ୟ ଧାନଗୁଡିକ ଉଦା ହୋଇ ଧାନ ଗୁଡିକ ଧାନ ଗୁଡିକ ଗଜା ହୋଇଯାଇଛି । ଯାହା ଫଳରେ ମଣ୍ଡିକୁ ଚାଷୀ ଧାନ ନେଲେ ମଣ୍ଡି କି ମିଲ ମାଲିକ କେହି ହେଲେ ଉକ୍ତ ଧାନ ସବୁ ନେଉନାହାନ୍ତି । ତେଣୁ ତାର ଉଚିତ ସମାଧାନ ପାଇଁ ଚାଷୀଙ୍କୁ ତାର ଉଚିତ ଭରଣ ଦିଆଯାଉ । ଏତଦ୍‍ ସହ ଆମର ଦାବୀ ହେଲା ସମସ୍ତ ଧାନ ମଣ୍ଡି ତୁରନ୍ତ ଖୋଲାଯାଉ, ଚାଷୀଙ୍କ ସମସ୍ତ ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କାରେ କିଣାଯାଉ, ବାହାର ରାଜ୍ୟକୁ ଧାନ ଚାଲାଣ ବନ୍ଦ କରାଯାଉ, ଦଲାଲ-ମିଲମାଲିକ ଓ ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା କବଳରୁ ଚାଷୀଙ୍କୁ ଉଦ୍ଧାର କରାଯାଉ । ବିନା ସୁଧରେ ଚାଷୀଙ୍କୁ କୃଷି ଋଣ ଦିଆଯାଉ ଏବଂ ଫସଲ ବୀମା କରିଥିବା ଚାଷୀଙ୍କୁ ତୁରନ୍ତ ବୀମା ରାଶି ପ୍ରଦାନ କରାଯାଉ ପ୍ରଭୃତି ୧୪ ଦଫା ଦାବୀ ନେଇ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା ।

 

 

0
0
0
s2sdefault