ହେଡଲାଇନସ୍:

ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ : କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକରେ କଂଗ୍ରେସ ପକ୍ଷରୁ ମହିଳା ସମ୍ମାନ ସମାବେଶ  

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟରେ ଶାସନ ଗାଦିରେ ଥିବା ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ । ବିଗତ ୧୮ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟରେ ନାାରୀ ନିର୍ଯ୍ୟାତନା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ନାରୀ ନିର୍ଯ୍ୟାତାନା ଓ ଗଣଦୁଷ୍କର୍ମ ପରି ଘଟଣା ପ୍ରତ୍ୟେକ ଦିନ ଗଣମାଧ୍ୟମର ପୃଷ୍ଠା  ମଣ୍ଡନ କରୁଛି । ଏହାର ସତ୍ୟତା ମଧ୍ୟ ସମୟଚକ୍ରରେ ପ୍ରମାଣିତ ହେଉଛି । ଏହା କ’ଣ ବାସ୍ତବରେ ବିଜେଡ଼ି ସରକାରର ମାତୃ ଜାତିକୁ ସମ୍ମାନ ବୋଲି କଟାକ୍ଷ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖ ପ୍ରା୍ଙ୍ଗଣରେ ଜିଲ୍ଲା ମହିଳା କଂଗ୍ରେସ ସଭାପତି ସବିତା ଚନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହିଳା ସମ୍ମାନ ସମାବେଶରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପିସିସି ମୁଖ୍ୟ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେବଳ ମାତୃ ଜାତିକୁ ସମ୍ମାନ ନୁହେଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ଏହି ସରକାର ବିଫଳତାର ସ୍ୱାଦ ଚାଖି ଚାଲିଛି । କିନ୍ତୁ ଭ୍ରମାତ୍ମକ ତଥ୍ୟ ଦେଇ ସରକାର ବାହାବା ନେବାକୁ ଉଦ୍ୟମ କରୁଛି । କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ସମ୍ମାନକୁ ସୁରକ୍ଷିତ ରାଖାଯିବା ସହ ସେମାନଙ୍କ ଭତ୍ତା ୧ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ରାଜ୍ୟ କଂଗ୍ରେସର ମହିଳା ସଭାନେତ୍ରୀ ସୁମିତ୍ରା ଜେନା, କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ା, ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଂଜିବୀ ବିଶ୍ୱାଳ, ଉପକୂଳ ପ୍ରଭାରୀ ରୁଦ୍ର ରାଜୁ, ପିସିସି ଉପସଭାପତି ଅନନ୍ତ ସେଠୀ, ରାଜ୍ୟ ମିଡ଼ିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ମଞ୍ଜୁଲତା ନାୟକ, ସୁଜାତା ଜେନା, ରାଜ୍ୟ ସମ୍ପାଦିକା ସୁଲୋଚନା ନାୟକ, ଜ୍ୟେସ୍ନାରାଣୀ ପଣ୍ଡା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରାକ୍ତନ ମନ୍ତ୍ରୀ ଜଗନ୍ନାଥ ରାଉତ୍, ପ୍ରାକ୍ତନ ସାଂସଦ ମୁରଲୀ ଜେନା, ପ୍ରାକ୍ତନ ବିଧାୟକ ନରେନ ପଲାଇ, କୁମାର ଚୀରଜିଂବି, ପଞ୍ଚାନନ ମଣ୍ଡଳ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ କଂଗ୍ରେସ ସରକାରକୁ ଆସିଲେ ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବ ବୋଲି କହିଥିଲେ । ଚାଷୀଙ୍କ ଋଣଛାଡ଼ ସମେତ ସମସ୍ତ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇଦେବାକୁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ଦେବରୂପ ମହାନ୍ତି, ପ୍ରେମାନନ୍ଦ ନାୟକ, ସତ୍ୟାନନ୍ଦ ରାଉତ, ମନୋଜ ବିଶ୍ୱାଳ, ଗୋଲାମ ମହିଉଦ୍ଧିନ, ଜ୍ୟୋତିପ୍ରକାଶ ମହାନ୍ତି, କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ନିର୍ବାଚନମଣ୍ଡଳୀସ୍ତରୀୟ ନେତା ସୁବ୍ରତ ଦାସ, ଅମିୟ ମହାପାତ୍ର, ହୃଦାନନ୍ଦ ସେଠୀ, ଜିଲ୍ଲା ମିଡ଼ିଆ ସଂଯୋଜକ ଅତିଶ ଦାସ, ଜିଲ୍ଲା ଓବିସି ସେଲ ମୁଖ୍ୟ ସୀତାକାନ୍ତ ଜେନା, ସେବା ଦଳ ମୁଖ୍ୟ ସେକ ନୟିମ, କୃଷକମୋର୍ଚ୍ଚା ମୁଖ୍ୟ ନରନାରାୟଣ ଜେନା, ଜିଲ୍ଲା ଉପସଭାପତି ଦିଲ୍ଲୀପ ନାୟକ, ବିକାଶ ସାମଲ, ଆଶିଶ ରାଉତ, କୁଟିଆ ନାୟକ, ବରିଷ୍ଠ  ନେତା ଦେବେନ୍ଦ୍ର ମହାନ୍ତି, ନାରାୟଣଚନ୍ଦ୍ର ପାଢ଼ୀ, ହର ବେହେରା, ଧବଳେଶ୍ୱର ପଣ୍ଡା, ଲାବୁ ପାଲ, ଅନନ୍ତ ପଣ୍ଡା, ଟୁଟୁ ମହାପାତ୍ର, ରାଜେଶ ଦାସ, ବବି ମହାନ୍ତି, ନାରୀ ନେତ୍ରୀ ନିରୁପମା ରାଉତ, ମଞ୍ଜୁଶ୍ରୀ ବେହେରା, ଦିପିକା ବାରିକ, ସୁଭଦ୍ରା ରାଉଳ, ଯୁବନେତା ମୁନା ପରିଡ଼ା, ଅଭିଳାଷ ଜେନା, ବାପୁଜୀ ପରିଡ଼ା, ରାଜୁ ପ୍ରଧାନ, ଭିକି ଦାସ, ସୌମ୍ୟରଂଜନ ଦାସ, ଅନନ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟକମ ପରିଚାଳନା କରିଥିଲେ । ଜିଲ୍ଲା ସଭାପତି ଅଶୋକ କୁମାର ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault