ହେଡଲାଇନସ୍:

ବାଟ ହୁଡ଼ା ଗୁଣପୁର ଥେରୁବାଲି ରେଳପଥର ସଂଯୋଗୀକରଣ : ସାଂସଦ କଥା ଦେଇ ଭୁଲିଗଲେ, ଏବେ ଲୋକ କରିବେ ହିସାବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଗୁଣୁପୁରରୁ ସିଦ୍ଧାର୍ଥ  ଦାଶ : ଏନ୍ ଭାସ୍କର  ରାଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଦକ୍ଷିଣ ଓଡିଶା ବାସୀଙ୍କୁ ଦେଇଥିବା ପ୍ରତିଶୃତି ମଧ୍ୟରୁ ଏକ ପ୍ରମୁଖ ପ୍ରତିଶୃତି ଥିଲା ଗୁଣପୁର ଥେରୁବାଲି ରେଳ ପଥର ସଂଯୋଗୀକରଣ; ଯାହାର ଶବଦ ବର୍ତ୍ତମାନ ଯାଏଁ ଶୁଭା ଯାଉନାହିଁ।  କେନ୍ଦ୍ର ସରକାର ଙ୍କ ତରଫ ରୁ ଦୁଇ ବର୍ଷ ହେବ ରେଳ ବଜେଟ ରେ ଏହି ସଂଯୋଗୀ କରଣ ପାଇଁ ୯୩୫ କୋଟି ର ଅର୍ଥ ବ୍ୟବସ୍ଥା ହୋଇଛି ଏବଂ ଏହି ପ୍ରକଳ୍ପ ନେଇ ଥରେ ହେଲେବି ଟେଣ୍ଡର ଡକାଯାଇନଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ମଧ୍ୟ ଚର୍ଚ୍ଚା ହେବା ପରେ ବି କାମ ଆରମ୍ଭ ହୋଇପାରିଲା ନାହିଁ । 

ସୁଚନା ଯୋଗ୍ୟ ୨୦୧୭-୧୮ ବର୍ଷର ରେଳ ବଜେଟ୍ ରେ ୯୭ କିମି ଦୈର୍ଘ ଗୁଣପୁର ଥେରୁବାଲି ରେଳପଥ ପାଇଁ ୯୩୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ୨୦୧୮ ବର୍ଷ ପରେ ଏବେ ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଏହି ରେଳପଥ ପାଇଁ କେନ୍ଦ୍ରୀୟ ବଜେଟ୍ ର ବରାଦ ଅର୍ଥରୁ ପଇସାଟିଏ ବି ଖର୍ଚ୍ଚ କରିବାରେ ସାଂସଦ କିମ୍ବା ରାଜ୍ୟ ସରକାରଙ୍କ ଆନ୍ତରିକତା ନ ଥିବା ସାଧାରଣ ରେ ଏକ ବଡ ଚର୍ଚ୍ଚାର ବିଷୟ ପାଲଟିଛି । ଚର୍ଚ୍ଚିତ ବିଷୟଟି ଜୋର ଧରିବା ପରେ  ରାୟଗଡା ଓ ଗୁଣପୁର ବାସୀଙ୍କ ମନରେ ସାଂସଦଙ୍କ ପାରିଆ ପଣିଆ ଉପରେ  ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସାଂସଦଙ୍କ ନିଜ ଦଳର ଦଳୀୟ ଗୋଷ୍ଠୀ କନ୍ଦଳ ଓ ଆଗାମୀ ୨୦୧୯ ନିର୍ବାଚନରେ କାହାକୁ ଦଳୀୟ ଟିକଟ ଦିଆଯିବ ଏବଂ କଣ କଲେ ଦଳ ଭିତରେ ଥିବା ଭାସ୍କର ବିରୋଧୀଙ୍କୁ ପାନେ ଦେଇ ହେବ ଏହି ଚିନ୍ତା ନେଇ ଆନ୍ନା ବ୍ୟସ୍ତ ଥିବାରୁ ଜନତାଙ୍କ ସେବାରେ ଅବହେଳା ହେଉଥିବା କୁହାଯାଉଛି । ସେ ଦେଇଥିବା ଏହି ପ୍ରତିଶୃତି ଜିଲ୍ଲା ବାସୀ ତାଙ୍କ ଠାରୁ ଆଶା କରିବା ନିହାତି ବୋକାମି ବୋଲି ପ୍ରତିଦ୍ୱନ୍ଦି ଶିବିରରୁ କଥା ଉଠୁଛି !! ଜଣେ ପ୍ରଭାବଶାଳୀ ରାଜନେତା, ସାଂସଦ ହୋଇଥିବା ତଥା ଅବିଭକ୍ତ କୋରାପୁଟ ବିଜେଡି ରାଜନୀତିରେ ତାଙ୍କର ଡବଡବା ଥାଇ ଜିଲ୍ଲାର ଏହି ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କୌଣସି ଆନ୍ତରିକତା ନଦେଖିବା ଏବେ ଲୋକଙ୍କୁ କ୍ଷୁବ୍ଧ କରିଛି | 

ଏହା  ଜିଲ୍ଲାପାଳ ବା ଜିଲ୍ଲା ଅଧିକାରୀଙ୍କୁ ଫୋନ କରି ଶିକ୍ଷକମାନଙ୍କୁ ବଦଳି କରିବା ଘଟଣା  କିମ୍ବା  ବିଧାୟକ  ଟିକଟ ଅଦଳ ବଦଳ କରିବା ପାଇଁ ସମୟ ହେଉଛି | ହେଲେ ଲୋକଙ୍କ ଏହି ଜରୁରୀ ପ୍ରକଳ୍ପକେମିତି ଆଗେଇବ ଓ ପ୍ରକଳ୍ପ କେମିତି ପୂର୍ଣ୍ଣାଙ୍କ ଜେବ ସେଥିପାଇଁ ସମୟ ହେଉନି କି   କେଉଁଠି ଏହାକୁ ନେଇ ପାଟିରୁ ସୋର ଶବଦ ବାହାରିବା ଶୁଣା ନାହିଁ | ଖାଲି ଯାହା ସବୁବେଳ ଭଳି  ଏସବୁ କେନ୍ଦ୍ର ର ଅବହେଳା ବୋଲି କହି ଭୁଆଁ ବୁଲାଇ, ଶୋଭାଯାତ୍ରା କରି ଜନତାଙ୍କୁ ଯେଉଁ ଗୋଲାପି ସ୍ଵପ୍ନ ଦେଖାଇଛନ୍ତି ତାହାର ହିସାବ ଦେବାର ସମୟ ଆସୁଛି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି |  

 

0
0
0
s2sdefault