ହେଡଲାଇନସ୍:

ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ ବିଧାୟକ ପ୍ରଦୀପ ପୁରୋହିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର - ବରଗଡ ଜିଲ୍ଲାର ପଦ୍ମପୁର ସବଡିଭିଜନ୍ କୁ ଜିଲ୍ଲାରେ ପରିଣତ କରିବାପାଇଁ ବିଜେପି ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହାପରେ ଶ୍ରୀ ପୁରୋହିତ କହିଛନ୍ତି ଯେ ରାଜ୍ୟ ସରକାର ଆଉ କେତୋଟି ନୂଆ ଜିଲ୍ଲା କରିବାପାଇଁ ଚିନ୍ତା କରିଛନ୍ତିି । ସେତିକିବେଳେ ପଦ୍ମପୁରକୁ ବିଚାରକୁ ନେବା ପାଇଁ ସେ ଦାବି କରିଛନ୍ତି । 

ଦାସ କମିଶନଙ୍କ ରିପୋର୍ଟ ଅନୁସାରେ ଏହି ଅଂଚଳ ମରୁଡି ପ୍ରବଣ ଏବଂ ଅବହେଳିତ ଅଂଚଳ । ସ୍ୱର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସମ୍ବଲପୁର ଜିଲ୍ଲାକୁ ବିଭକ୍ତ କରାଯାଇଥିଲା । ସେତେବେଳେ ପଦ୍ମପୁର ସବଡିଭିଜନକୁ ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି  ଦେଇଥିଲେ  । ନୂତନ ଜିଲ୍ଲାପାଇଁ ପଦ୍ମପୁର ସମସ୍ତ ଯୋଗ୍ୟତା ପୂରଣ କରୁଛି । ଏହା ଆଦିବାସୀବହୁଳ ଅଂଚଳ । ଏହାର ପଡୋଶୀ ସବଡିଭିଜନ୍ ବରଗଡ ଓ ପଦ୍ମପୁର ମଧ୍ୟ ଆକାଶ ପାତାଳ ଫରକ୍ ରହିଛି । କୌଣସି ସରକାରୀ ସୁବିଧା ସୁଯୋଗ ଏଠାରେ ପହଂଚିପାରୁନାହିଁ । ତେଣୁ ଏହା ଜିଲ୍ଲା ଭାବେ ଘୋଷଣା କରାଯାଉ ବୋଲି ସେ ଦାବି କରିଛନ୍ତିି ।

0
0
0
s2sdefault