ହେଡଲାଇନସ୍:

ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗ : ହରିଆନାରେ ନ୍ୟାସନାଲ୍‍ ଲୋକ ଦଳ ନେତା ଅଭୟ ଚୌତାଲାଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ମାନସୀ ମିଶ୍ର) : ମହିଳା ମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସମର୍ଥନ ଲୋଡ଼ିବା ପାଇଁ ବିଜୁ ଜନତା ଦଳର ଏକ  ପ୍ରତିନିଧି ଦଳ ହରିଆନାରେ ଇଣ୍ଡିଆନ୍‍ ନ୍ୟାସନାଲ୍‍ ଲୋକ ଦଳକୁ ଭେଟିଥିଲେ । ବିଜେଡି ତରଫରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର ମହାନ୍ତି, ବିଜେଡି ରାଜ୍ୟ ସାଧାରଣ ସଂପାଦକ ଯୋଗେନ୍ଦ୍ର ତ୍ରିପାଠୀ, ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‍ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ଓ କୁନ ବିହାରୀ ଦାସ ହରିଆନା ବିରୋଧୀ ଦଳ ନେତା ଅଭୟ ସିଂହ ଚୌତାଲାଙ୍କୁ ତାଙ୍କ ଚଣ୍ଡିଗଡ଼ସ୍ଥିତ ବାସଭବନରେ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ଶ୍ରୀ ଚୌତଲା ଏ ପ୍ରସଂଗରେ ସକାରାତ୍ମକ ମନ୍ତବ୍ୟ ପ୍ରଦାନ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ୱାଗତ ଓ ପ୍ରଶଂସା କରିଥିଲେ । ଶ୍ରୀ ଚୌତାଲା କହିଥିଲେ ଯେ ଶ୍ରୀ ପଟ୍ଟନାୟକ ମହିଳାମାନଙ୍କ କ୍ଷେତ୍ରରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଦେଶ ପାଇଁ ବହୁତ ଭଲ । ଏହିଭଳି ପଦକ୍ଷେପକୁ ଆମ ଦଳ ସ୍ୱାଗତ କରିବା ସହ ହରିଆନା ବିଧାନସଭା ଓ ସଂସଦରେ ମହିଳା ବିଲ୍‍ ଆଗତ ହେଲେ ଇଣ୍ଡିଆନ୍‍ ନ୍ୟାସନାଲ୍‍ ଲୋକ ଦଳ ସମର୍ଥନ ଦେବ । ସେ ଏହି ଅବସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ଦେବୀ ଲାଲଙ୍କ ସହିତ ରହିଥିବା ଘନିଷ୍ଠ  ସଂପର୍କ ନେଇ ସ୍ମୃତିଚାରଣ କରିଥିଲେ । 

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ପ୍ରତିନିଧି ଦଳମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥନ ସଂଗ୍ରହ କରୁଛନ୍ତି ।

0
0
0
s2sdefault