ହେଡଲାଇନସ୍:

ବିଜେପି ପକ୍ଷରୁ “ଜବାବ ମାଗୁଛି ଓଡିଶା”ର ପ୍ରଚାର ରଥର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର(ଉଜ୍ଜ୍ୱଳ କର): ବିଜେଡି ସରକାରଙ୍କ ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ବାଲେଶ୍ୱର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ପରମିଟ୍ ପଡିଆଠାରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ଜବାବ ମାଗୁଛି ଓଡିଶା କାର୍ଯକ୍ରମର ପ୍ରଚାର ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଯୁବ ମୋର୍ଚ୍ଚା ପକ୍ଷରୁ ରଥରେ ଅଡିଓ ଭିଡିଓ ପ୍ରଦର୍ଶନ କରିବା ସହିତ ଟ୍ୟାବଲେଟରେ  ଦୁଇ ମିନିଟ୍ ମଧ୍ୟରେ ଭିଡିଓ କଲିଂ ମାଧ୍ୟମରେ ପ୍ରଶ୍ନ ପଚାରିବାର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଓଡିଶାବାସୀ ନୂଆ ଟେକ୍ନୋଲୋଜି ମାଧ୍ୟମରେ ନିଜ ପ୍ରଶ୍ନ ପଚାରି ଜବାବ ମାଗିବା ପାଇଁ ନିଜ ମୋବାଇଲ ନମ୍ବରରୁ ‘୯୫୫୫-୨୨୭-୨୨୭’ରେ ମିସ୍ଡ କଲ୍ ଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମିଡିଆ ପ୍ରଭାରୀ ଗୌରାଙ୍ଗ ଚନ୍ଦ୍ର ଦାସ, ମିଡିଆ ସଂଯୋଜକ ଅରୁପ ଜେନା, ବିକାଶ କୁମାର ପାଢୀ, ଜିଲ୍ଲା ଉପ-ସଭାପତି ପର୍ଶୁରାମ ବେହେରା ଓ ଗଙ୍ଗାଧର ରାଉତ, ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଚିତ୍ତରନ ପଣ୍ଡାା, ନଗର ଉପ-ସଭାପତି ମନହୋରଲାଲ ପେରିୱାଲ, ବିଭୁପଦ ଦାସ, ଶ୍ରୀହରି ଶୁକ୍ଲା, ମାଧବାନନ୍ଦ ସାହୁ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲ୍ଲା ମିଡିଆ ସଂଯୋଜକ ଗୈାରାଙ୍ଗ ଦାସ, ଶୋଭନା ମହାନ୍ତି, ସଂଯୁକ୍ତା ମହାପାତ୍ର, ପିଙ୍କି ପ୍ରଧାନ, ପ୍ରାକ୍ତନ ସରପଞ୍ଚ ଲିନା ସାହୁ, ଅନନ୍ତ ମହାପାତ୍ର, ତରୁଣ ବର୍ଦ୍ଧନ, ପ୍ରଦୀପ ବେହେରା, ମହେଶ ସିଂହ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ରଣିତ ପୃଷ୍ଟି, ମନୋଜ ପୋଦ୍ଧାର,ନଗର ଯୁବମୋର୍ଚ୍ଚା ସଭାପତି ଧିରଜ ମହାନ୍ତି, ବିଜନ ମହାରଣା, ନିତିନ ଦାସ, ଦିଲ୍ଲିପ ଦାସ, ପବନ କମିଳା, ପ୍ରକାଶ ବେହେରା, ଚନ୍ଦନ ଦାସ, ଶ୍ରୀୟା ଦାସ, ଦିଲ୍ଲୀପ ମହାନ୍ତି, ବିଜୟ ସେଠୀ, ଅବିନାଶ ସେଠୀ, ଅଜିତେଶ ଜେନା, ରୁହିୁଆ ମୁର୍ମୁ, ସେକ ଅଫଜଲ, କାର୍ତ୍ତିକ ରାଉତ ଓ ଅତୁଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।        

 

 

 

 

0
0
0
s2sdefault