ହେଡଲାଇନସ୍:

ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ : ସଂଗଠିତ ହୋଇ ନବୀନ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକ୍ରମ ତୃଣମୁଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇବାକୁ ଆହ୍ୱାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡି ପଡିଆଠାରେ ଜିଲ୍ଲା ବିଜେଡି ପକ୍ଷରୁ  ବିଜୁ ଜନତାଦଳର ୨୧ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବିଜେଡିର ଜିଲ୍ଲାସ୍ତରୀୟ ନେତା ଓ କର୍ମୀ ମାନେ ହାଇସ୍କୁଲ ଛକ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ବରପୁତ୍ର ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ପ୍ରତିମୁର୍ତ୍ତୀ ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ବିଜୁ ପଟ୍ଟନାୟକ ଅମର ରହେ - ସ୍ଲୋଗାନ ଦିଆଯାଇଥିଲା । ପରେ ଗୁଣ୍ଡିଚାବାଡି ଠାରେ ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ଜିଲ୍ଲା ଯୁବ ସଭାପତି ପିନିଣ୍ଟି କ୍ରିଷ୍ଣାଙ୍କ କାର୍ଯ୍ୟକ୍ରମ ସଂଯୋଜନାରେ ବ୍ରହ୍ମପୁର ସାଂସଦ ଡ: ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ଓଡିଶାରେ ବିଜୁ ଜନତା ଦଳ ଓ ରାଜ୍ୟରେ ବିଜେଡି ନବୀନ ସରକାରଙ୍କ ଯୋଜନା କାର୍ଯ୍ୟକ୍ରମ କିଭଳି ପ୍ରତ୍ୟେକ ସ୍ତରରେ ପ୍ରତ୍ୟେକଙ୍କ ପାଇଁ ଲୋକାଭିମୁଖୀ ହୋଇପାରିଛି, ରାଜ୍ୟରେ ରେଳ ଚଳାଚଳ କ୍ଷେତ୍ରରେ ସ୍ୱପ୍ନ ହୋଇ ରହିଥିବା ୧୨ଗୋଟି ଜିଲ୍ଲାରେ ରେଳ ଚଳାଚଳ ପାଇଁ ନେଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ପୂର୍ବତନ ମନ୍ତ୍ରୀ ବିଜେଡି ବରିଷ୍ଠ ନେତା ଚନ୍ଦ୍ର ଶେଖର ସାହୁ ଯୋଗଦେଇ ରାଜ୍ୟରେ ନବୀନ ସରକାରଙ୍କ କାର୍ଯ୍ୟକାରି ହେଉଥିବା ସମସ୍ତ ଯୋଜନା ଗୁଡିକ କିଭଳି ଲୋକଙ୍କ ଠାରେ ପହଞ୍ଚି ଏବଂ ଲୋକେ କିଭଳି ଉପକୃତ ହେଉଛନ୍ତି କହି ଏକତ୍ରିତ ହୋଇ ଦଳୀୟ କର୍ମୀ ମାନେ ନବୀନ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ସବୁ ଗ୍ରାମାଞ୍ଚଳର ତୃଣମୁଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇ ଲୋକଙ୍କ ଆସ୍ଥା ଭାଜନ ହେବାକୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଉପାଧ୍ୟକ୍ଷ ମେରିୟମ ରଇତ , ପୂର୍ବତନ ବିଧାୟକ କେ.ନାରାୟଣ ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରି ସିମାଦ୍ରୀ , ଗୋଷାଣି ବ୍ଲକ ଅଧ୍ୟକ୍ଷା ଚାପରା ତାରିକେଶ୍ୱର, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ,ନଗରସଭାପତି ଜମିଦାର ପଟ୍ଟନାୟକ,ଲକ୍ଷ୍ମୀକାନ୍ତ ପରିଛା,ପ୍ରଦୀପ ନାୟକ ପ୍ରମୁଖ ମଞ୍ଚାସୀନ ରହି ନବୀନ ସରକାରଙ୍କ ଗୁଣଗାନ କରିଥିଲେ । ବିଜେଡି ପ୍ରତିଷ୍ଠା ଦିବସରେ ରାଜ୍ୟରେ ବିଜେଡି ଓ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ନେତୃତ୍ୱ ଉପରେ ଜିଲ୍ଲାରେ ପୂର୍ବତନ ବିଧାୟକ ବିଜେଡିର କେ.ନାରାୟଣରାଓଙ୍କ ନେତୃତ୍ୱ ପ୍ରତି ଆସ୍ଥା ଭାଜନ ପ୍ରକଟ କରି କଂଗ୍ରେସର ଜିଲ୍ଲା ସଭାନେତ୍ରୀ ସଂଯୁକ୍ତା ବେହେରା ଏବଂ ବରିଷ୍ଠ କଂଗ୍ରେସ ନେତା ରାଜେନ୍ଦ୍ର ବେହେରା ତାଙ୍କର ୩୦ରୁ ଉର୍ଧ୍ଵ  ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।

 

0
0
0
s2sdefault