କଂଗ୍ରେସରେ ଯୋଗଦେଲେ ଯୁବନେତା ଅଜୟ ବାଲି ଓ କୈଳାସ ତାଣ୍ଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାନୁୟାରୀ ୬ରେ ବିରାଟ ଚାଷୀ ଆନ୍ଦୋଳନ  - ନରସିଂହ

ବଲାଙ୍ଗିର,(ନିରୋଜ ମିଶ୍ର)  - ସ୍ଥାନୀୟ ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ଦଳର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହା ସହ ଜିଲ୍ଲା ତଥା ବ୍ଲକ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ମଧ୍ୟ ଅନୁଷ୍ଠିତ  ହୋଇଥିଲା । ଏହି ଅବସରରେ ନିକଟ ଅତିତରେ ଭାରତୀୟ ଜନତାପାର୍ଟି ରୁ ଇସ୍ତଫା ଦେଇଥିବା ଯୁବନେତା ତଥା ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଜୟ ବାଲି ତାଙ୍କ ଶତାଧିକ ସମର୍ଥକଙ୍କ ସହ ଆଜି ଆନୁଷ୍ଠାନିକ ଭାବରେ କଂଗ୍ରେସ ଦଳରେ ଯୋଗଦାନ ଦେଇଥିଲେ । ସ୍ଥାନୀୟ ଶିବ ମନ୍ଦିର ଛକଠାରୁ ଏକ ବିରାଟ ପଟୁଆର ରେ ବିଭିନ୍ନ ଶ୍ଲୋଗାନ ଦେଇ ଯୁବନେତା ଅଜୟ ବାଲି ତାଙ୍କ ସମର୍ଥକଙ୍କ ସହିତ କଂଗ୍ରେସ ଭବନକୁ ଆସିଥିଲେ । ସେଠାରେ ଏଆସିସି ସଭ୍ୟ ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଦିଲିପ ବେହେରା କାର୍ଯ୍ୟାଳୟ ଭିତରକୁ ପାଛୋଟି ନେଇଥିଲେ । ସେଠାରେ ଅନୁଷ୍ଠିତ ହୋଇଥିବା ଏକ ମିଶ୍ରଣ ପର୍ବରେ ଉପସ୍ଥିତ ଥିବା ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭା ବିରୋଧିଦଳ ନେତା ନରସିଂହ ମିଶ୍ର ଯୁବନେତା ଅଜୟ ବାଲିଙ୍କୁ ପୁଷ୍ପମାଲ୍ୟ ଏବଂ କଂଗ୍ରେସ ଦଳର ଚିହ୍ନଥିବା ଉତ୍ତରିୟ ପ୍ରଦାନପୂର୍ବକ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ । ପ୍ରତିଉତ୍ତରରେ ଅଜୟ ବାଲି କହିଥିଲେ କଂଗ୍ରେସ ଦଳର ଆଦର୍ଶ ତଥା ସ୍ଥାନୀୟ ବିଧାୟକ ତଥା ରାଜ୍ୟବିଧାନ ସଭାର ବିରୋଧଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ  ଏହି ଦଳରେ ରହି ସମାଜର ଅବହେଳିତ, ନିସ୍ପେଷିତ ଲୋକମାନଙ୍କ ପାଇଁ କାମ କରିବାକୁ ସେ ପ୍ରତିଶୃତିବଦ୍ଧ ବୋଲି କହିଥିଲେ । ତାଙ୍କ ସହ ବିଜେପି ର ଅନେକ ପଦାଧିକାରୀ, ଯୁବନେତା ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ପରେ ପରେ ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ କୈଳାସ ତାଣ୍ଡି ମଧ୍ୟ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଆଜି ଯୋଗଦେଇଥିବା ଶତାଧିକ କର୍ମୀମାନଙ୍କ ମଧ୍ୟରେ ଭୂମିସୂତା ଭୁଏ, ଲବ ବାଗ, ଜିତେନ ସାଗର, ବିରେନ୍ଦ୍ର ବାବୁ, ସୁବଲ ବାଗ, ରାଧାକାନ୍ତ ସୁନା, ରମାକାନ୍ତ ସୁନା, ରଙ୍ଗାଧର ତାଣ୍ଡି, ସରସ୍ୱତୀ ପାତ୍ର, ସୁଜିତ ସାହୁ, ଆଶିଷ ପାତ୍ର, ରାଏପାଲିର ଆର୍ତ୍ତ ଘିଭେଲା, ରିଙ୍କୁ ଭାଟି, ରଙ୍ଗ ବିଶ୍ୱାଲ, ରଂଜନ ମିଶ୍ର, ପ୍ରତ୍ୟୁଷ ହୋତା, ଶୁଭମ ମହାପାତ୍ର, ବିଷ୍ଣୁ ମେହେର, ଉପରଝର ବିରଂଚି,ରାମ ରଂଜନ, କମପଟିଆ, ଶତୃଘ୍ନ, ଗଙ୍ଗାଧର, ଗରୁଡ, ରାଜାରାମ, ବୃଷଭଙ୍କ  ସମେତ ଶତାଧିକ ମହିଳା ଏବଂ ପୁରୁଷ ଉଭୟ ବିଜେପି ଓ ବିଜେଡି ଦଳରୁ ଆସି କଂଗ୍ରେସ ରେ ଯୋଗଦାନ କରିଥିଲେ । ଆଜିର ଏହି ବୈଠକରେ ଆଗାମୀ ଜାନୁୟାରୀ ୬ ତାରିଖରେ ଚାଷୀଙ୍କ ପାଇଁ କୃଷିଋଣ ଛାଡ, ପେନସନ, ବେକାର ଯୁବମାନଙ୍କୁ ନିଯୁକ୍ତି ଇତ୍ୟାଦି ଦାବି ଗୁଡିକୁ ନେଇ ସ୍ଥାନୀୟ କୋସଲ କଳା ମଣ୍ଡଳ ପଡିଆରେ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ  ହେବ ବୋଲି ଜିଲ୍ଲା ସଭାପତି ଦିଲିପ ବେହେରା ଘୋଷଣା କରିଥିଲେ । ଏହାର ରୂପ ରେଖ କିପରି ହେବ ତାହାକୁ ନେଇ ଏଆସିସି ସଦସ୍ୟ ତଥା ପିସିସିର ବରିଷ୍ଠ  ମୁଖପାତ୍ର ସମରେନ୍ଦ୍ର ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ । ୩ ବର୍ଷ ପୂର୍ବେ ଅନୁଷ୍ଠିତ  ହୋଇଥିବା ·ଷୀ ସମାବେଶରୁ ଆମକୁ ଏହି ଚାଷୀ ସମାବେଶର ଆୟୋଜନ ଆହୁରି ବ୍ୟବସ୍ଥିତ ରୂପରେ କରାଯିବ ବୋଲି ସେ କହିଥିଲେ । ପରେ ପରେ ପିସିସି ସାଧାରଣ ସଂପାଦକ ଲକ୍ଷ୍ମଣ ମେହେର, ·ଷୀନେତା ସୁଧିର ପରିଚ୍ଛା, ଜଟି ପଧାନ ଆଗାମୀଚାଷୀ ଆନେ୍ଦାଳନକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ଉପସ୍ଥିତ ଥିବା ବିଧାୟକ ତଥା ବିରୋଧିଦଳ ନେତା ନରସିଂହ ମିଶ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ ଓ ଯୁବକ ବିରୋଧି ନୀତି ଯୋଗୁଁ  ସଦ୍ୟ ସମାପ୍ତ ହୋଇଥିବା ତିନୋଟି ରାଜ୍ୟ ନିର୍ବାଚନ କଂଗ୍ରେସ ସପକ୍ଷରେ ଯାଇଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ କୃଷିବୀମା କଂପାନୀ ଗୁଡିକ କୃଷକଙ୍କୁ ଠକୁଛନ୍ତି । ଗତ ଜିଲ୍ଲାପରିଷଦ ସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଥିବା ପ୍ରସ୍ତାବ ଯାହା ଦ୍ୱାରା କି ଠକିଥିବା ବୀମା କଂପାନୀମାନଙ୍କୁ ଗିରଫ କରାଯିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇନାହିଁ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ·ଷୀମାନେ ଦାବୀ କରୁଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ନିରବ । ଓଲଟା କିଛି ଦିନ ତଳେ ଚାଷୀଙ୍କ ପାଇଁ କାଲିଆ ଯୋଜନାରେ ଭାଗଚାଷୀ,କ୍ଷୁଦ୍ର ଓ ମଧ୍ୟମ ଧରଣ ଚାଷୀଙ୍କ ପାଇଁ କିଛି ଆର୍ଥିକ ସାହାଯ୍ୟ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାର ଜାଣି ରଖିବା ଦରକାର ଭାଗ ଚାଷୀ ଆଇନସିଦ୍ଧ ନୁହେଁ । ତେବେ ଆଇନ ସିଦ୍ଧନଥିବା ଭାଗଚାଷୀମାନଙ୍କୁ ସରକାର ଆର୍ଥିକ ସାହାଯ୍ୟ କରିବେ କିପରି ।  ଆହୁରି ମଧ୍ୟ ସରକାରର ମନ୍ତ୍ରୀମାନେ ନିଜେ ସ୍ୱିକାର କରିଛନ୍ତି ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଧରଣ ଚାଷୀ କେତେ ସଂଖ୍ୟାରେ ଅଛନ୍ତି ତାହାର କିଛି ତଥ୍ୟ ନାହିଁ । ଏଠାରେ ଆଶ୍ଚର୍ଯ୍ୟ ଲାଗେ କ୍ଷୁଦ୍ର ଓ ମଧ୍ୟମ ଚାଷୀକେତେ ଅଛନ୍ତି କିଛି ତଥ୍ୟ ନ ଥାଇ ଏବଂ ଏମାନଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ବଜେଟରେ ଅର୍ଥ ବରାଦ ନ କରି ଚାଷୀଙ୍କ ପାଇଁ କାଳିଆ ଯୋଜନା ଘୋଷଣା କରିବା ଏକ ହାସ୍ୟସ୍ପଦ ଘଟଣା । ଏହା ଦ୍ୱାରା କେବଳ ଚାଷୀକୁ ପ୍ରତାରଣା କରାଯାଉଛି । ତେଣୁ ଆସନ୍ତା ୬ ତାରିଖ ଦିନ କୃଷିବୀମା, ବର୍ଷାଜନିତ କ୍ଷୟକ୍ଷତି, ମରୁଡି ଘୋଷଣା, ଚାଷୀଙ୍କୁ ପେନସନ, ଯୁବକମାନଙ୍କ ପାଇଁ ରୋଜଗାର ଇତ୍ୟାଦି ଦାବିରେ କୋସଲ କଳା ମଣ୍ଡଳ ଠାରେ ସରକାରର ବିରୁଦ୍ଧରେ ଏକ ବରାଟ ଚାଷୀ ଆନ୍ଦୋଳନରେ ହଜାର ହଜାର ସଂଖ୍ୟାରେ ସାମିଲ ହେବାକୁ ଆହ୍ୱାନ ଦେଇ  ଥିଲେ । ଏହି ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକର କଂଗ୍ରେସ ନେତାମାନେ ଆଗାମୀ ଚାଷୀ ଆନ୍ଦୋଳନକୁ ସଫଳ କରିବା ପାଇଁ ନିଜ ନିଜର ମତାମତ ରଖିଥିଲେ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ରେଣୁକା ପାତ୍ର,  ପିସିସି ସଂପାଦକ ଶୁଭ୍ରାଂଶୁ ଦାଶ, ଏସସି  ସେଲର ଜିଲ୍ଲା ସଭାପତି ତ୍ରିଲୋଚନ ନନ୍ଦ, ଯୁବ ସଭାପତି ପ୍ରେମ ପ୍ରକାଶ ମିଶ୍ର, ପିସିସି ସଂପାଦକ ମୁକେଶ ଜୈନ, ଯୁବ ନେତା ଅଜୟ ବାଲି ପ୍ରମୁଖ ମଞ୍ଚାସିନ ଥିବା ବେଳେ ଜିଲ୍ଲା କଂଗ୍ରେସର ସେବାଦଳ ମୁଖ୍ୟ ଅସିତ ମିଶ୍ର, ଉପ-ସଭାପତି ସନ୍ତକ ବହିଦାର, ଅଭିନାଶ ପ୍ରସାଦ ସାଏ, ସଂଜୟ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ଏବଂ ଧନ୍ୟବାଦ ଦେଇଥିଲେ ଜିଲ୍ଲା କଂଗ୍ରେସର ମୁଖପାତ୍ର ସାନନ୍ଦ ମିଶ୍ର ।

 

0
0
0
s2sdefault