ଶାନ୍ତି ମୈତ୍ରୀ ପ୍ରଗତି ଦ୍ୱାରା ସମ୍ଭବ ହୋଇଛି ବିକାଶ : ଡ. ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁରେ ନିର୍ବାଚନ ମଣ୍ଡଳି ସ୍ତରୀୟ ବିଜେଡି ପ୍ରତିଷ୍ଠା  ଦିବସ ପାଳିତ 

ଓଡ଼ଗାଁ, ( ଶ୍ରୀକାନ୍ତ କୁମାର ମିଶ୍ର ): ଶାନ୍ତି ମୈତ୍ରୀ ପ୍ରଗତି ଦ୍ୱାରା ଦ୍ୱାରା ସମ୍ଭବ ହୋଇଛି ବିକାଶ । ଏହି ମୂଳମନ୍ତ୍ରକୁ ଆଧାର କରି ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ବିଜୁ ଜନତା ଦଳ ଦୀର୍ଘ ୨୧ବର୍ଷ ଧରି ନିରବ ଛିନ୍ନଭାବେ ରାଜ୍ୟର ଶାସନଭାର ନିଜ ହାତରେ ରଖିପାରିଛି । ଜନ୍ମରୁ ଜୁଇ ପର୍ଯ୍ୟନ୍ତ ନୂତନ ଜନକଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରି ତାର ସୁଫଳ ସମସ୍ତ ଜନ ସାଧାରଣଙ୍କ ନିକଟରେ ପହଁଚାଇ ପାରିଥିବାରୁ ବିଜୁ ଜନତା ଦଳ ଜନସାଧାରଙ୍କର ବିଶ୍ୱାସ ଭାଜନ ହୋଇପାରିଛି । ଜନସାଧାରଣଙ୍କର ସହଯୋଗ ଅତୁଟ ରହିଲେ ଆଗାମୀ ଦିନରେ ଦଳ ପୁଣି କ୍ଷମତାକୁ ଆସି ଓଡିଶାକୁ ଉନ୍ନତର ଚରମ ସିମାରେ ପହଁଚାଇବାର ଲକ୍ଷ୍ୟ ରଖିଛି । ଆଜି ନୟାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡଗାଁ ଠାରେ ଅନୁଷ୍ଠିତ ବିଜେଡିର ପ୍ରତିଷ୍ଠା  ଦିବସ ସମାରୋହରେ ବିଧାୟକ ଡ. ଅରୁଣ କୁମାର ସାହୁ ଏହି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂପ୍ରସାଦ ସାହୁ, ବ୍ଲକ ଉପାଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ, ପୂର୍ବତନ ସରପଂଚ ଦିବାକର ନାୟକ, ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡର ନଗରପାଳ ଗୁରୁପ୍ରସାଦ ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷା ମାଳତୀ ଗୁରୁ, ନଳିନୀ ପ୍ରଭା ସେଠୀ, ଜଗନ୍ନାଥ ପଣ୍ଡା, ଗଙ୍ଗାଧର ପଣ୍ଡା ଓ ପ୍ରଭାସିନି ନନ୍ଦ ପ୍ରମୁଖ ରାଜ୍ୟପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଦୀର୍ଘ ବର୍ଷଧରି ଶାସନରେ ରହି ଯୋଉଁମାନେ ଓଡିଶା ବାସୀଙ୍କୁ ଶୋଷଣ କରିଚାଲିଥିଲେ ସେମାନଙ୍କୁ କଡା ସମାଲୋଚନା କରିଥିଲେ । ଏହି ବିଧାନ ମଣ୍ଡଳ ଅନ୍ତର୍ଗତ ୧୮ଟି ପଂଚାୟତରୁ ହଜାର ହଜାର ସଂକ୍ଷାରେ ଆସିଥିବା କର୍ମିମାନଙ୍କ ସହିତ ନେତୃବର୍ଗ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ପ୍ରାଙ୍ଗଣଠାରୁ ଏକ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରି ଓଡଗାଁ ମିନି ଷ୍ଟାଡିୟମ ଠାରେ ପହଁଚିବା ପରେ ସେଠାରେ ନେତୃ ମଣ୍ଡଳି ଉପସ୍ଥିତ ବିଜୁଜନତାଦଳ ପ୍ରେମୀ ମାନଙ୍କୁ ଉଦବୋଧନ ଦେଇଥିଲେ । 

0
0
0
s2sdefault