ଯୁବ କଂଗ୍ରେସର ପ୍ରଚାର ରଥ ଉପରେ ବିଜେପିର ଗୁଣ୍ଡାଙ୍କ ଦ୍ୱାରା ଆକ୍ରମଣର ଉଚିତ୍ ଜବାବ ଦିଆଯିବ - ଯୁବ କଂଗ୍ରେସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:  କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ଅଖିଳ ଭାରତୀୟ ଯୁବ କଂଗ୍ରେସ ତରଫରୁ ଯେଉଁ ଯୁବ କ୍ରାନ୍ତି ଯାତ୍ରା ଚାଲିଛି ଯୁବକମାନଙ୍କର ହକ୍ ପାଇଁ ନରେନ୍ଦ୍ର ମୋଦି ସରକାର ଯେଉଁ ସାଢେ଼ ଚାରି ବର୍ଷ ମିଛ କଥା କହି ଯୁବକମାନଙ୍କୁ ପ୍ରତାରଣା କରିଛନ୍ତି ତାର ବିରୁଦ୍ଧରେ । କାଲି ଏହି ଯାତ୍ରାଟା ଭୁବନେଶ୍ୱର ଆସି ପହଂଚିଥିଲା । ଏହି ଯାତ୍ରାରେ ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟିର ସଭାପତି କେଶବ ଚନ୍ଦ୍ର ଯାଦବ ଏବଂ ଉପସଭାପତି ବି.ଭି. ଶ୍ରୀନିବାସ ମଧ୍ୟ ଥିଲେ । ଯାତ୍ରାରେ ଆସୁଥିବା ଗାଡିକୁ ଖୋର୍ଦ୍ଧା ଠାରେ ନରେନ୍ଦ୍ର ମୋଦିର ସମାବେଶ ପାଖରେ ରାସ୍ତା ଉପରେ ଯୁବ କଂଗ୍ରେସ କର୍ମୀମାନେ ଯେଉଁ ଗାଡିରେ ଆସୁଥିଲେ ସେହି ଗାଡିକୁ ରାସ୍ତାରେ ଅଟକାଇ ବିଜେପିର ଗୁଣ୍ଡାମାନେ ଗାଡି ଉପରେ ଆକ୍ରମଣ କରିଥିଲେ । ଯାହା ଫଳରେ ଗାଡିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଗୁଣ୍ଡାରାଜ ପ୍ରତିବାଦରେ ଆଜି ସମଗ୍ର ରାଜ୍ୟରେ ଯୁବ କଂଗ୍ରେସ ପକ୍ଷରୁ ନରେନ୍ଦ୍ର ମୋଦି, ଧର୍ମେନ୍ଦ୍ର ପ୍ରଧାନ, ବସନ୍ତ ପଣ୍ଡା ଏବଂ ଅମିତ୍ ଶାହାଙ୍କ କୁଶ ପୁତଳିକା ଦାହ କରାଯାଇଛି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସର ରାଜୁ ପଠାନ୍, ରଂଜିତ୍ ପାତ୍ର, ମନୋଜ ଜେନା, ବିଶ୍ୱଜିତ ପାତ୍ର, କୃଷ୍ଣ ମହାନ୍ତି, ରୂପେଶ ବେହେରା,  କମଳ ତାଣ୍ଡି, ଶିଶିର ମାଦଳା, ବିଭୁ ଜେନା, ଜ୍ଞାନ ରାଉତ, ସନା ଖାନ୍, ରାଜା ପଟ୍ଟନାୟକ, ଫାରୁକ ଅଲ୍ଲୀ,ହଲିମ୍ ଖାନ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ସାହୁ, ବିଶ୍ୱନାଥ ପାତ୍ର ଓ ଶିବ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault