ପଦ୍ମପୁରରେ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା  ଦିବସ ପାଲିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ପଦ୍ମପୁର ଠାରେ ପାଲିତ ହୋଇଯାଇଛି  । ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହାଙ୍କ  ନେତୃତ୍ୱରେ ହଜାର ହଜାର ବିଜେଡି କର୍ମୀ ବିଜୁ ଜନତା ଦଳ ପଦ୍ମପୁର କାର୍ଯ୍ୟାଳୟ ଠାରୁ ଏକ ବିଶାଲ ଶୋଭାଯାତ୍ରାରେ ବାହାରି ବିଜୁ ପାର୍କ ସ୍ଥିତ ପ୍ରବାଦ ପୁରୁଷ ଓଡିଶାର ବୀରପୁତ୍ର ୰ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ  । ଏହାପରେ ଏହି ରାଲି ପଦ୍ମପୁର ସହର ପରିକ୍ରମା କରି ଗୋରୁବଜାର ଠାରେ ଆୟୋଜିତ ହୋଇଥିବା ସଭାସ୍ଥଲରେ ପହଂଚି ଥିଲେ  । ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହାଙ୍କ  ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ପଦ୍ମପୁର ବ୍ଲକ ବିଜେଡି ସଭାପତି ଶ୍ରୀ ପରମାନନ୍ଦ ଶାହା,ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ,ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ,ଭେଉଁରିଆ ପଂଚାୟତର ସରପଂଚ ଶ୍ରୀମତୀ ରଜନୀ ସାହୁ,ପାଇକମାଲ ପଂଚାୟତ ସରପଂଚ ଶ୍ରୀ ଧବଲେଶ୍ୱର ସାହୁ,ବରିଷ୍ଠ  ବିଜେଡି ନେତା ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ ପ୍ରମୁଖ ମଂଚାସିନ ଥିଲେ  । ଏହି ସଭାରେ ପ୍ରାୟ ଆଠ ହଜାର ବିଜେଡି କର୍ମୀଙ୍କ  ସମାଗମ ହୋଇଥିଲା ,ସର୍ବାଧିକ ମହିଳା କର୍ମୀଙ୍କ ଯୋଗଦାନ ଦେଖିବାକୁ ମିଲିଥିଲା  । ବରଗଡ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହା ଏହି  ଅବସରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଗତ  ସାଢେ ଚାରିବର୍ଷ  ଶାସନ କାଳ ମଧ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଲକ କାର୍ଯ୍ୟ ଯଥା ୧୮ଲକ୍ଷ ପକ୍କାଘର ନିର୍ମାଣ,୧୦ଲକ୍ଷ ହେକ୍ଟର ଚାଷ ଜମିକୁ ଅତିରିକ୍ତ ଜଳସେଚନ,୨୨ହଜାର୫୦୦କିଲୋମିଟର ଗ୍ରାମ୍ୟରାସ୍ତ ନିର୍ମାଣ ,୬୦୦ ସେତୁ ନିର୍ମାଣ,୪ଗୋଟି ନୂତନ ମେଡିକାଲ କଲେଜ ନିର୍ମାଣ,ଭୂମିହୀନ ବସ୍ତି ବାସିନ୍ଧାଙ୍କ  ପାଇଁ ଜମି ସ୍ୱତ୍ୱଧିକାର ନିୟମ ଲାଗୁ,କୃଷକଙ୍କ ରୋଜଗାର ବୃଦ୍ଧି,ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା,ମମତା ଯୋଜନାରେ ୩୦ ଲକ୍ଷ ମହିଲାଙ୍କୁ ସାମିଲ କରିବା,ପଂଚାୟତ ନିର୍ବାଚନରେ ମହିଲାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ,ଓଡିଆ ଭାଷାର ବିକାଶ ପାଇଁ ସରକାରୀ ଉଦ୍ୟମ ଆଦି ବିଭିନ୍ନ ସଫଳତାର କାହାଣୀ ବିଷୟରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ  । ଏହି ସମାବେଶରେ ପଦ୍ମପୁର,ପାଇକମାଲ ଓ ଝାରବନ୍ଧ ବ୍ଲକର ବିଭିନ୍ନ ପଂଚାୟତର ସରପଂଚ,ସମିତିସଭ୍ୟ ଓ ଦଳର ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ  । 

 

 

0
0
0
s2sdefault