ଐତିହାସିକ ବରୁଣେଇର ପାହଡ ତଳୁ ପୁଣି ହକ୍ ଲଢେଇ ଆରମ୍ଭ କରିବେ ଓଡିଆ : ଧର୍ମେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଏବେ ଓଡିଶା: ଏଇତ ଗସ୍ତ ଆରମ୍ଭ, ଆଗକୁ ଅନେକ ବାକି"

Bhubaneswar (SHASAK PRASHASAK): ଐତିହାସିକ ବରୁଣେଇର ପାହଡ ତଳୁ ପୁଣି ହକ୍ ଲଢେଇ ଆରମ୍ଭ କରିବେ ଓଡିଆ | ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହଡ ତଳେ ୨୦୦ ବର୍ଷ ତଳେ ଓଡିଆ ଜାତି ତାହାର ହକ୍ ପାଇଁ ଲଢେଇ କରିଥିଲା । ଏକବିଂଶ ଶତାଦ୍ଧୀର ପ୍ରାରମ୍ଭିକ ସମୟରେ ଏହି ସଂକଳ୍ପ ଓଡିଶାବାସୀ ନେଇଛନ୍ତି । ଓଡିଶାରେ ବିଜେପି ସରକାର ହେବ । ସେ ସଂକଳ୍ପ ନେଇ ଓଡିଶାର ଆର୍ଶ୍ରିବାଦ ପାଇବା ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି । ସେହିପରି ଜାନୁଆରୀ ୫ ତାରିଖରେ ବାରିପଦା ଓ ୧୬ ତାରିଖରେ ପଶ୍ଚିମଓଡିଶା ଗସ୍ତରେ ପୁଣି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ସାରା ଓଡିଶାବାସୀ ଅପେକ୍ଷା କରି ରହିଛନ୍ତି । ୨୦୧୪ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପର୍ଯ୍ୟନ୍ତ ପୂର୍ବ ଭାରତର ବିକାଶ ହୋଇନି ସେ ଯାଏଁ ଦେଶର ବିକାଶ ହୋଇଛି କହିବା ଭୁଲ୍ ହେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ ସମୟରେ ପାଖାପାଖି ୧୫ ହଜାର କୋଟିଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ । ଏହାସହ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ଭୋଧିତ କରିବେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଏବେ ତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆରମ୍ଭ ହେଲା । ଆଗକୁ ପ୍ରଧାନମନ୍ତ୍ରୀଙ୍କ ଆହୁରି ଗସ୍ତ ହେବ । ଆସନ୍ତାମାସରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ରାଜନାଥ ସିଂହ, ନୀତିନ ଗଡକରୀ, ଯୋଗୀ ଆଦିତ୍ୟନାଥଙ୍କ ପରି ବହୁ ଶୀର୍ଷ ନେତୃତ୍ୱ ଓଡିଶାକୁ ଆସିବେ । ଓଡିଶାରେ ଯେଉଁ ପରିବର୍ତନର ସ୍ରୋତ ଆରମ୍ଭ ହୋଇଛି ତାହାକୁ ଏକ ନିର୍ଣାୟକ ସ୍ଥିତିରେ ପହଁଚାଯିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ଓଡିଶା ଏବେ ବଡ ପରିବର୍ତନ ଆଡେ ମନ ବଳାଇଛି ବୋଲି କହିଛନ୍ତି । ଓଡିଶାରେ ବିଜେପି ସରକାର ହେଉ ଏହା ସଂକଳ୍ପନା ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶାବାସୀ କଂଗ୍ରେସକୁ ବହୁବାର ସୁଯୋଗ ଦେଇଛନ୍ତି । ବିଗତ ୧୯ ବର୍ଷ ଧରି ସ୍ଥାନୀୟ ଦଳ ଭାବେ ବିଜେଡିକୁ ସୁଯୋଗ ଦେଇଛନ୍ତି । ଏହାସତ୍ୱେ ଆଜି ରାଜ୍ୟରେ ଅନେକ ସମସ୍ୟା ରହିଛି । ଯୁବକ ମାନେ ରୋଜଗାର ପାଇଁ ବାହାରକୁ ଯାଉଛନ୍ତି । ମା ଭଉଣୀ ମାନେ ସୁରକ୍ଷିତ ନାହାନ୍ତି, ସେମାନଙ୍କ ପାଇଁ ରୋଜଗାରର ସୁବିଧା ନାହିଁ । ରାଜ୍ୟରେ ଚାଷୀ ଭାଇ ମାନଙ୍କ ଅବସ୍ଥା ଖରାପ, ଜଳସେଚନ ନାହିଁ , ସ୍ୱାସ୍ଥ୍ୟସେବା ଭୁଷୁଡି ପଡିଛି । ଏହାର ବିକଳ୍ପ ପାଇଁ ରାଜ୍ୟରେ ବିଜେପି ସରକାର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

 

0
0
0
s2sdefault