ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ଆଜି, ବିଜେପି ଶିବିର ଚଳ ଚଂଚଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୪,୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ ପ୍ରଧାନମନ୍ତ୍ରୀ 

 ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାରର ଶୁଭାରମ୍ଭ ହେବ

ଭୁବନେଶ୍ୱର, -  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦିନ ଦିନିକିଆ ଓଡିଶା ଗସ୍ତରେ ଆସିବେ । ଏ ନେଇ ବିଜେପି ଶିବିର ଚଳ ଚଂଚଳ ହେବା ସହ ଶିବିରରେ ଉତ୍ସାହ ରହିଛି । ପ୍ରଧାନମନ୍ତ୍ରୀ ତାଙ୍କର ଓଡିଶା ଗସ୍ତ ସମୟରେ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ  |  

ପ୍ରଧାନମନ୍ତ୍ରୀ ସୋମବାର  ଅପରାହ୍ନ ୧ ଟା ୫ ମିନିଟ୍ ରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ସ ଭୁବନେଶ୍ୱର ଆଇଆଇଟି ଯିବେ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ଅପରାହ୍ନ ୨ଟା ୩୦ରେ ଖୋର୍ଦ୍ଧା ଗୋଶାଳା ପଡିଆ ଠାରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦବୋଧନ ଦେବେ । ପରେ ପରେ ଅପରାହ୍ନ ୪ଟାରେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । 

ପ୍ରଧାନମନ୍ତ୍ରୀ ତାଙ୍କ ଏହି ଗସ୍ତ ସମୟରେ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ ଉଦେ୍ଧଶ୍ୟରେ ଉତ୍ସର୍ଗ କରିବେ । ଏଥିସହିତ ମୋଦି ସରକାରଙ୍କ ସମୟରେ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ଆଇଜରର ଶିଳାନ୍ୟାସ କରାଯିବ । ଏଥିସହିତ ପେଟ୍ରୋଲିୟମ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପଲାଇନ କାମର ଶୁଭାରମ୍ଭ ହେବ । ଏଥିସହିତ ୭୫.୩ କୋଟି ଖର୍ଚ୍ଚରେ ଭୁବନେଶ୍ୱରରେ ଥିବା ଇଏସଆଇ ହସପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବା ସହ ପୁରୁଣାଏନଏଚ-୫ ତଥା ବର୍ତମାନ ଏନଏଚ-୧୬ର ୬ ଲେନ୍ ଓ କଟକ-ଅନୁଗୋଳ ରାସ୍ତାର ୪ ଲେନ୍ କାମର ଆରମ୍ଭ ହେବ । ଏହି ସମସ୍ତ କାମ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଲୋକାର୍ପଣ ଓ ଶୁଭାରମ୍ଭ କରାଯିବ ।

୨୦ ଜୁଲାଇ ୨୦୧୭ରେ ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହାତରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ୨୦୦ ଶହ ବର୍ଷ ପୂର୍ତି ଏକ ନିର୍ଣାୟକ ସ୍ଥିତିରେ ପହଁଚିବ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଇଁ ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଥିବା ପାଇକ ବିଦ୍ରୋହ ଗବେଷଣା ଚେୟାର ର ଶୁଭାରମ୍ଭ କରିବେ । କେନ୍ଦ୍ର ସଂସ୍କୁତି ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୫ କୋଟିର କପର୍ସ ଫଣ୍ଡ ଯୋଗାଇ ଦିଆଯିବ । ଆଗମୀ ପୀଢୀ ପାଇଁ ୨୦୦ ବର୍ଷ ଇତିହାସର ଗବେଷଣା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଲଳିତ ଗିରି ଭଳି ପ୍ରାଚୀନ କୀର୍ତିରାଜକୁ ଅତ୍ୟାଧୁନିକ ପର୍ଯ୍ୟଟନ ସ୍ଥଳୀ ଭାବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । 

0
0
0
s2sdefault