ଆଗାମୀ ନିର୍ବାଚନରେ ବାଲେଶ୍ୱର ଜିଳ୍ଲାରେ ୮ ବିଧାୟକଙ୍କ ସମେତ ସାଂସଦ ବିଜୁ ଜନତା ଦଳରୁ ବିଜୟୀ ହେବେ : ସାଂସଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେଡିର ଜୋନସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ବାଲେଶ୍ୱର (ଉଜ୍ଜ୍ୱଳ କର ): ବିଜେଡିର ସଦର ବିଧାନସଭା ନିର୍ବାଚନମଣ୍ଡଳୀର ୨୮ନଂ ଜିଲ୍ଲା ପରିଷଦ ଜୋନ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଛାନୁଆଠାରେ ଅନୁଷ୍ଟିତ ହୋଇଯାଇଛି । ସଦର ବ୍ଲକ ବିଜେଡ଼ି ଏସ୍.ସି ସେଲ ସଭାପତି ସଭାପତି ସନ୍ତୋଷ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗଦେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସୁଫଳ ସମ୍ପର୍କରେ ଆଲୋଚନା କରିଥିଲେ । ଜନସାଧାରଣଙ୍କ ଭରସା ଓ ଦଳୀୟ କର୍ମୀଙ୍କ ଉଦ୍ୟମ ଯୋଗୁଁ ଆଗାମୀ ନିର୍ବାଚନରେ ବାଲେଶ୍ୱର ଜିଳ୍ଲାରେ ୮ଜଣ ବିଧାୟକଙ୍କ ସମେତ ସାଂସଦ ବିଜୁ ଜନତା ଦଳରୁ ବିଜୟୀ ହେବେ ବୋଲି ଶ୍ରୀ ଜେନା ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଏଥଇରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସରକାରଙ୍କ ଯୋଗୁଁ ରାଜ୍ୟରେ ବିକାଶର ଧାରା ବୋହିଚାଲିଥିବା କହିଥିଲେ ।  ସରକାରଙ୍କ ଲୋକାଭିମୁଖି ଯୋଜନା  ବିଷୟରେ ଅଧିକରୁ ଅଧିକ ଲୋକ ଲୋଚନକୁ ଆଣିବା ସହ ସଦର ନିର୍ବାଚନ ମଣ୍ଡଳୀର ୨୮ନଂ ଜୋନରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ବିଷୟରେ କାର୍ଯ୍ୟକର୍ତ୍ତାମାନଙ୍କୁ ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦର ବ୍ଲକ ବିଜୁ  ଜନତା ଦଳର ସଭାନେତ୍ରୀ କଲ୍ୟାଣୀ ମହାନ୍ତି,୨୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପଟ୍ଟନାୟକ, ରୂପସା ସାମିଲ ହସନପୁର ସରପଞ୍ଚ ସଂଜୟ ସେଠୀ, ବରିଷ୍ଠ ବିଜେଡ଼ି ନେତା ବରଦା ପ୍ରଶନ୍ନ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କୁରାଢିଆ ବିଜେଡ଼ି ପଞ୍ଚୟତ ସଭାପତି ଗୌରୀ ବାରିକ, ହଳଦୀପଦା ପଞ୍ଚାୟତ ବିଜେଡ଼ି ସଭାପତି ଶରତ ଚନ୍ଦ୍ର ଜେନା, କସିପଦା ବିଜେଡ଼ି ପଞ୍ଚାୟତ ସଭାପତି ବିନୟ ବେହେରା, ସନ୍ତେଷ କୁମାର, ବିଜେଡ଼ି ନେତା ପ୍ରଶୁରାମ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । 

0
0
0
s2sdefault