ଶ୍ରୀକାନ୍ତଙ୍କ ଗଡରେ ନିରଞ୍ଜନଙ୍କ ଦଳିତ ସମାବେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନିରଞ୍ଜନ ବିରୋଧୀ ପ୍ରଚାରକୁ ପ୍ରତିହତ କରିବା ପାଇଁ ତାଙ୍କ ଗଡରେ ମାନେ ସେ ଯେଉଁଠୁ ସଂସଦ ଭାବେ ଜିତି ମନ୍ତ୍ରୀ ହୋଇଥିଲେ ବାଲେଶ୍ୱରରେ କଂଗ୍ରେସର ଏସସି ସେଲ ସମାବେଶ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,  ମାଇନସ ଶ୍ରୀକାନ୍ତ  | ରାଜ୍ୟ ସାରା ବୁଲି ଦଳିତଙ୍କ ମସିହା ବୋଲି ପ୍ରଚାର କରି ଆସୁଥିବା ତଥା ନିରଞ୍ଜନଙ୍କୁ ପରୋକ୍ଷରେ ଖଣିଚୋର ବୋଲି ଅପପ୍ରଚାର କରି ଆସୁଥିବା ଶ୍ରୀକାନ୍ତଙ୍କୁ ନିରଞ୍ଜନ ଦେଇଛନ୍ତି ମସ୍ତବଡ ଝଟକା | ଆଉ ସବୁଠାରୁ ବଡ଼କଥା ହେଲା, ଶ୍ରୀକାନ୍ତଙ୍କ ସହ ଥିବା ସମ୍ପର୍କ ଛାଡି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସାମିଲ ହୋଇଥିଲେ ଏହି ଦଳିତ ସମାବେଶରେ | ମୋଟାମୋଟି ଭାବେ ଶ୍ରୀକାନ୍ତଙ୍କ ଚାଲେଞ୍ଜ ଦେଇ ଏହି ସମାବେଶ ଆୟୋଜନ କରି ନିରଞ୍ଜନ ଶ୍ରୀକାନ୍ତଙ୍କ ଗୋଟାଏ ବାର୍ତ୍ତା ଦେଇ ଦେଲେ "  ତୁମ ଲାଗି ଏବେ ବାଲେଶ୍ୱର ମନା"   ! ଗୋଟିଏ ବାଣରେ ଦୁଇଟି ଶିକାର କରିଛନ୍ତି ନିରଞ୍ଜନ ବାଲେଶ୍ୱରରେ ଦଳିତ ସମାବେଶ କରି | ଦଳିତଙ୍କୁ ବାର୍ତା ଦେଲେ  ଯେ ଶ୍ରୀକାନ୍ତ ଆଉ ସାଗରିଆ ଯେତେ ଅପପ୍ରଚାର କଲେ ବି  କଂଗ୍ରେସ ଦଳିତଙ୍କ ସହ ଅଛି, , ଶ୍ରୀକାନ୍ତଙ୍କୁ ବାର୍ତ୍ତା ଦେଲେ  ଯେ ବାଲେଶ୍ୱର ସଂଗଠନ ତୁମ ସହିତ ନାହିଁ |

ବାଲେଶ୍ୱର,(ଉଜ୍ବଳ କର ): ବାଲେଶ୍ୱର ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ଦଳିତ ସମ୍ମାନ ସମାବେଶ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଗଡ ଭାବେ ଜଣାଶୁଣା ବାଲେଶ୍ୱର ଠାରେ ଆୟପଜୀତ ଏହି କାର୍ଯ୍ୟକ୍ରମରେ  ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ବସବାସ କରୁଥିବା ଦଳିତଙ୍କୁ ଉଚିତ ନ୍ୟାୟ ଦେବାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ସମ୍ପର୍କରେ ଆଲୋଚନା କରିଥିଲେ । ୧୯ ବର୍ଷର ଶାସନ କାଳରେ ବିଜେଡି ସରକାର ରାଜ୍ୟର ୪୦ ପ୍ରତିଶତ ଦଳିତଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିଛନ୍ତି । ଦଳିତ ଓ ଗରିବଙ୍କ ନାମରେ ବିଭିନ୍ନ ଯୋଜନା ପ୍ରଣୟନ କରୁଥିଲେ ବି ଏହା ସୁଫଳ ଅନ୍ୟବର୍ଗଙ୍କୁ ପ୍ରଦାନ କରାଯାଉଥିବା ଶ୍ରୀ ପଟ୍ଟନାୟକ ଆରୋପ କରିଥିଲେ । ଦଳିତ ନାଗରିକଙ୍କ ବିପନ୍ନ ହୋଇପଡ଼ିଥିବା ସମ୍ମାନ, ସ୍ୱାଭିମାନ ଏବଂ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ । କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଦୁଇ ବର୍ଷ ମଧ୍ୟରେ ସମସ୍ତ ଦଳିତ, ଭୂମିହୀନ ଓ ଆଦିବାସୀ ଗରିବ ଲୋକଙ୍କୁ ଘରଡିହ ଓ ବାସଗୃହ ଯୋଗାଇ ଦିଆଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ନାମକୁ ବିକ୍ରି କରି କ୍ଷମତାରେ ତିଷ୍ଟି ରହିଥିଲେ ବି ଓଡ଼ିଶା ବିକାଶ ବଦଳରେ ବିନାଶ ଅଭିମୁଖେ ଗତି କରିଛି । ରାଜ୍ୟରେ ବେକାରୀ ସଂଖ୍ୟା ବଢ଼ିଥିବା ବେଳେ ସରକାରୀ ଯୋଜନା ଅର୍ଥ ହଡ଼ପ ହୋଇ ଚାଲିଛି । ପା୍ରକୃତିକ ସମ୍ପଦ ଲୁଟ୍ ସାଙ୍ଗକୁ ଚିଟଫଣ୍ଡ ମହାଦୁର୍ନୀତି ଓଡ଼ିଶା ପାଇଁ କଳଙ୍କିତ ଇତିହାସ ସୃଷ୍ଟି କରିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ସରକାରଙ୍କ ଅସଲ ରୂପ ଏବେ ପଦାକୁ ଆସିଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟବାସୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ । ପୂର୍ବତନ ସାଂସଦ ତଥା ରାଜ୍ୟ ଦଳିତ ସେଲ୍ ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇଙ୍କ ସଂଯୋଜନାରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପିସିସି ଇସ୍ତାହାର କମିଟି୍ ସଭାପତି ଗଣେଶ୍ୱର ବେହେରା, ପିସିସି ଉପ-ସଭାପତି ଦେବାଶିଷ ପଟ୍ଟନାୟକ, ପୂର୍ବର୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ଶାସନ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଦଳିତଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କଠୋର ଅଭିମୁଖ୍ୟ ସମ୍ବିଧାନ ପାଇଁ ବିପଦ ଭାବେ ଉଭା ହୋଇଥିବା ବେଳେ ରାଜ୍ୟ ସରକାରଙ୍କ  ୧୯ ବର୍ଷର କଳା ଶାସନରେ ରାଜ୍ୟବାସୀ ଅତିଷ୍ଠ  ହୋଇପଡ଼ିଛନ୍ତି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ଚିତରଞ୍ଜନ ଷଡ଼ଙ୍ଗୀ, ଦେବୀ ପ୍ରସନ୍ନ ଚଣ୍ଡ, ଅକ୍ଷୟ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର  ଜେନା, କୁମାର ଚିରଞ୍ଜୀବ, ପିସିସି ସାଧରଣ ସମ୍ପାଦକ ସଞ୍ଜୀବ ଗିରି, ଜିଲ୍ଳା କଂଗ୍ରେସ କମିଟି ସଭାପତି ଶରତ ରାଜ୍, ଜିଲ୍ଲା କଂଗ୍ରେସ ଉପ-ସଭାପତି କୃଷ୍ଣ ଗୋପାଳ ପଣ୍ଡା, ଗୋପୀନାଥ ପାଢ଼ୀ, ସଦର ନିର୍ବାଚନମଣ୍ଡଳୀର ଯୁବନେତା ବିକ୍ରମ ପଣ୍ଡା, ଅର୍ଚ୍ଚନା ନନ୍ଦୀ, ବାସନ୍ତୀ ନାୟକ, ରାମନାରାୟଣ ଶତପଥୀ ସଦର ବ୍ଲକ ଦଳିତ ସେଲ୍ର ସଭାପତି ଲକ୍ଷ୍ମୀଧର ସେଣ, ଜିଲ୍ଲା ସମ୍ପାଦକ ଅରୁଣ ଜେନା, ପିସିସି ସମ୍ପାଦକ ସତ୍ୟଶିବ ଦାସ, ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ, ଟାଉନ୍ ସଭାପତି ପଦ୍ମଲୋଚନ ଲେଙ୍କା, ତୁଷାର କାନ୍ତି ତପସ୍ୱୀ, ସନ୍ତୋଷ ଦାସ, ପ୍ରତୀମା ପଣ୍ଡା, ପ୍ରଜ୍ଞା ମହାନ୍ତି, ରାଜ୍ୟ ଅନୁସୂଚିତ ଜାତି ଉପାଧ୍ୟକ୍ଷା ମମତାଞ୍ଜଳି ବେହେରା, ରାଜ୍ୟ ଆବାହକ ଦେବେନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ତରୁଣ ଦାସ, ପ୍ରତାପ ସେଠୀ, ଛାତ୍ର କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲ୍ଲା ସୋସିଆଲ ମିଡ଼ିଆ  ପ୍ରଭାରୀ ଗୌତମ ସାହୁ, ବାଲିଆପାଳ ଚେୟାରମ୍ୟାନ୍ ବିଜନ ନାୟକ, ଅଜଗର୍ ଅଲ୍ଲୀ, ଆକବର୍ ଶାହା, ଖଗନ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ । ଜିଲ୍ଳା ଦଳିତ ସେଲ୍ ସଭାପତି ମୃତୁ୍ୟଞ୍ଜୟ ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ତଥା ଅନ୍ୟାନ୍ୟ ଦଳରୁ ଆସି କଂଗ୍ରେସ ଯୋଗଦାନ କରିଥିବା ପ୍ରଦୀପ ମାଝୀ, ନାରାୟଣ ଚନ୍ଦ୍ର ପଣ୍ଡା, ବ୍ରହ୍ମାନନ୍ଦ ମଣ୍ଡଳ, ଦୀପକ ନାୟକ, ଗଙ୍ଗାଧର ସେଠୀ, ଅଜୟ ସାହୁ, ଏସ.କେ ପାପ୍ପାନା, ଜସମୀନ୍ ପଣ୍ଡା, ଜ୍ୟେସ୍ନା ସେନାପତି, ମମତା ସ୍ୱାଇଁ, ମଞ୍ଜୁଲତା ମଲ୍ଲିକ, ସରସ୍ୱତୀ ଜେନା, ବୀଣାପାଣି ପାତ୍ର, ଡଲି ଦାସ, ଅଞ୍ଜଳୀ ଦାସ, ମଞ୍ଜୁଲତା ସିଂ, ପୂଜା ପୃଷ୍ଟି  ଏବଂ ପ୍ରତିଷ୍ଠା  ନାୟକଙ୍କୁ ଅତିଥିମାନେ ସ୍ୱାଗତ କରିଥିଲେ ।

0
0
0
s2sdefault