କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସମିକ୍ଷା ସମ୍ମିଳନୀ ଡିସେମ୍ବର ୨୯ ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର)

କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ କର୍ମକର୍ତ୍ତା ମଣ୍ଡଳୀର ଏକ ଜରୁରୀ ବୈଠକ ବଲାଙ୍ଗିର ରୁଗୁଡିପଡା ସ୍ଥିତ କୋସଲ ଫାଉଣ୍ଡେସନ ଟ୍ରଷ୍ଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଂଗଠନର କେନ୍ଦ୍ରୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଗତ କୋସଲ ମହାବନ୍ଦ ସଂପର୍କିତ ରିପୋର୍ଟ ଆଗତ କରିଥିଲେ କେନ୍ଦ୍ରୀୟ ଅନ୍ୟତମ ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ର । ଗତ କୋସଲ ମହାବନ୍ଦକୁ ସମର୍ଥନ କରିଥିବା ସଂଗଠନ, ବ୍ୟକ୍ତିବିଶେଷ ଓ କର୍ମକର୍ତ୍ତା, ବାର ଏସୋସିଏସନ, ଜାତିି ସମାଜ, ବଣିକ ସଂଘ, ପରିବହନ ସଂସ୍ଥା, ଯୁବ, ମହିଳା ସଂଗଠନ, ଛାତ୍ର ଛାତ୍ରୀ, ·ଷୀ ସଂଗଠନ, ବିଭିନ୍ନ ଟ୍ରେଡ ୟୁନିୟନ ତଥା ବୁଦ୍ଧିଜିବୀମାନଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା । 

ଉପସ୍ଥିତ ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଇ ଅଧ୍ୟକ୍ଷ ଶ୍ରୀ ମିଶ୍ର ଆନ୍ଦୋଳନକୁ ଚୁଡାନ୍ତ ରୂପ ଦେବା ପାଇଁ ଆନେ୍ଦାଳନର ଆର୍ଥିକ, ସାଂଗଠନିକ ଓ ପ୍ରଚାରଗତ ଦିଗକୁ ମଜଭୁତ କରିବା ପାଇଁ କହିଥିଲେ । ମହାବନ୍ଦର ସଫଳତାକୁ ପୁଞ୍ଜିକରି ଆଗାମୀ ନିର୍ବାଚନ ପୂର୍ବରୁ ଆନ୍ଦୋଳନର ଜନଭିତ୍ତି  ଅଧିକ ସଂପ୍ରସାରଣ କରିବା ପାଇଁ ଆହ୍ୱାନ ଦେଇଥିଲେ । 

ଏହି ବୈଠକରେ ବିଗତ ଦିନରେ କୋସଲ ମହାବନ୍ଦକୁ ଉଦ୍ଦେଶ୍ୟମୂଳକ ଭାବରେ କ୍ଷତି କରିବା ପାଇଁ କିଛି ବ୍ୟକ୍ତି ବିଶେଷ କିଛି ନିର୍ଦ୍ଧିଷ୍ଟ ସହରରେ ଉପକୂଳିଆ ନେତାଙ୍କ ପ୍ରୋତ୍ସାହନରେ କାର୍ଯ୍ୟ କରୁଥିବାରୁ ତାର ତୀବ୍ର ଭର୍ସନା ଆଗାମୀ ଦିନରେ ସେହି ଚକ୍ରାନ୍ତକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ନିଷ୍ପତ୍ତି କରାଯାଇଥିଲା । ଏହା ଛଡା ଯେଉଁ ସହରମାନଙ୍କରେ ଏତାଦୃଶ ଚକ୍ରାନ୍ତ କରାଯାଇଥିଲା ସେହି ସହରର ଜନସାଧାରଣ ଏଦାଦୃତ ଚକ୍ରାନ୍ତ କବଳରୁ ଶିଘ୍ର ମୁକ୍ତି ପାଇଁ କୋସଲ ମୁକ୍ତି ଆନେ୍ଦାଳନର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା । 

ଏହି ଆଲୋଚନାରେ ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ, ସଂଗଠନର ଉପାଧ୍ୟକ୍ଷ ମନୋରଂଜନ ସିଂବରିହା ଓ ମନୋରଂଜନ ସାହୁ, ସାଂଗଠନିକ ସଂପାଦକ କିଶୋର ହୋତା, ଗୋପାଳଜୀ ପାଣିଗ୍ରାହୀ, ସୁରେନ୍ଦ୍ର ସାହୁ, ଶୁଶିଲ ପଣ୍ଡା, ସୁବେଦାର ଲଳିତ ସାହୁ, ବରିଷ୍ଠ ସଂଗଠନ ନାରାୟଣ ମହାପାତ୍ର, ଯୁବ ସଂଗଠକ ନିଳାଦ୍ରୀ ବିହାରୀ ପଣ୍ଡା, ଡୋଳାମଣି ପ୍ରଧାନ, ପ୍ରୀତମ ଠାକୁର ଓ ଗୌରୀ ଶଙ୍କର ତନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଗାମୀ ଡିସେମ୍ବର ୨୯ ତାରିଖରେ କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ସମୀକ୍ଷା ସମ୍ମିଳନୀ ବଲାଙ୍ଗିର ଠାରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । l

 

0
0
0
s2sdefault