ଗୁଜୁରାଟ୍ ବିଧାନସଭା ଉପନିର୍ବାଚନରେ ବାଜି ମାରିନେଲା ବିଜେପି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାନ୍ଧିନଗର : ଗୁଜୁରାଟ୍ ରେ ଅନୁଷ୍ଠିତ ହୋଇଥିବା ବିଧାନସଭା ଉପନିର୍ବାଚନରେ ବାଜି ମାରିନେଇଛି ବିଜେପି । ରାଜ୍ୟର ଯସଦନ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ମନ୍ତ୍ରୀ କୁଅଁରଜି ବାୱଲିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଅବସର ନକୀୟଙ୍କୁ 19,985 ଭୋଟରେ ପରାସ୍ତ କରୁଛନ୍ତି । ସୂଚନାଯୋଗ୍ୟ ଯେ ବାୱଲିଆ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହେବାପରେ ରାଜନୈତିକ ଘଟଣାକ୍ରମରେ ବିଜେପିରେ ଯୋଗ ଦେଇଥିଲେ । ବାୱଲିଆଙ୍କୁ 90,278 ଭୋଟ ମିଳିଥିବା ବେଳେ ନକୀୟଙ୍କୁ ମିଳିଛି 70,383 ଟି ଭୋଟ । ସୂଚନା ଯୋଗ୍ୟଯେ ବାୱଲିଆ ଗତ 5 ଟି ନିର୍ବାଚନରେ ବିଜୟୀ ହୋଇ ଆସୁଛନ୍ତି ।

0
0
0
s2sdefault