ଧାନମଣ୍ଡି ଗୁଡିକ ଠାରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟ ଓ ଜିଲ୍ଲା କୃଷକ ମୋର୍ଚ୍ଚା ନେତାଙ୍କ ବିକ୍ଷୋଭ ପ୍ରଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଧାନମଣ୍ଡି ଖୋଲିବାରେ ବିଳମ୍ୱ ଓ ବିଭିନ୍ନ ଆଳଦେଖାଇ ଚାଷୀଙ୍କ ଠାରୁ ଧାନ କିଣା ନହେବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ଓ ଉପଲଡା ଠାରେ ଖୋଲା ଯାଇଥିବା ନିୟନ୍ତ୍ରଣ ବଜାର କମିଟିର ଧାନମଣ୍ଡି ଠାରେ ଭାଜପା କୃଷକ ମୋର୍ଚ୍ଚାର ରାଜ୍ୟ ଓ ଜିଲ୍ଲା କୃଷକ ମୋର୍ଚ୍ଚା ନେତା ଓ ଚାଷୀ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି ।

ଏହି  ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ସରୋଜ କୁମାର ସାହୁ, ରାଜ୍ୟ ସଂଯୋଜକ ତଥା ଗଜପତି ଜିଲ୍ଲା ପ୍ରଭାରୀ ସୁଧିର ନାରାୟଣ ଦାଶ, ରାଜ୍ୟସମ୍ପାଦକ ଉତ୍ତମ କୁମାର ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପାଳ ଏବଂ ଭାଜପା ଜିଲ୍ଲା ସମ୍ପାଦକ ଜଗନ୍ନାଥ ମହାପାତ୍ର ଓ ଚାଷୀ ପ୍ରମୁଖ ଯୋଗଦେଇ ଚାଷୀଙ୍କ ସବୁଧାନ କିଣାଯିବା ଧାନର ଚୋରା ଚାଲାଣକୁ ବନ୍ଦ କରିବା, ମିଲ ମାଲିକ ଓ ରାଜ୍ୟ ସରକାରଙ୍କ ଚୋରାପିରତିକୁ ବନ୍ଦ କରିବା ଏବଂ ଚାଷୀର ମାରଣ ନୀତିକୁ ବନ୍ଦ କରିବା ପ୍ରଭୃତି ସ୍ଲୋଗାନମାନେ ଦେଇ ଦାବୀ କରିବା ସହ ବିକ୍ଷୋଭ କରିଥିଲେ । ଭାଜପା କୃଷକ ମୋର୍ଚ୍ଚାର ଏହି ରାଜ୍ୟସ୍ତର ପଦାଧିକାରୀ ନେତାମାନେ ସାମ୍ୱାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ରାଜ୍ୟ ସରକାର ଓ ମିଲମାଲିକ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଯୋଗୁଁ ବିଳମ୍ୱରେ ଧାନମଣ୍ଡି ଖୋଲି ଧାନକ୍ରୟ ପାଇଁ ବିଭିନ୍ନ ମାନ ଓ ନୀତି ଧାର୍ଯ୍ୟ କରିଥିବା ଯୋଗୁଁ ଚାଷୀକୁଳ ସେମାନଙ୍କ ଅମଳ ଧାନସବୁ ମଣ୍ଡିକୁ ଆଣିବା ପାଇଁ କୁଣ୍ଠାବୋଧ କରୁଛନ୍ତି । ଏଭଳି ସ୍ଥିତିରେ ଆନ୍ଧ୍ରର ଦଲାଲ ମାନେ ଚାଷୀଙ୍କ ଧାନଜମିକୁ ଆସି ସିଧାସଳଖ ଭାବେ ଧାନର କୌଣସି ମାନ ନଦେଖି ଧାନସବୁ କମ୍‍ ଦରରେ କିଣି ନେଇ ସେହିଠାରେ ଟଙ୍କା ଦେଇ ଚାଲିଯାଇ ଅତ୍ୟଧିକ ମୁନାଫା ଉଠାଉଛନ୍ତି ।

ତେଣୁ ଚାଷୀଙ୍କ ଠାରୁ ଧାନ କିଣାରେ ରାଜ୍ୟ ସରକାରଙ୍କ କୋହଳନୀତି ଅବଲମ୍ୱନ କରିବା ସହ ଦେଖାଦେଇଥିବା ଧାନମଣ୍ଡିରେ ଅହ୍ୟବସ୍ଥାରେ ପରିବର୍ତ୍ତନ ନ ହେଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ଓ ତାହା ସହିତ ସଚିବାଳୟ ଘେରାଉ କରାଯିବ ବୋଲି କହିଥିଲେ ।

0
0
0
s2sdefault