ଜିଲ୍ଲାସ୍ତରରେ ବିଜେଡି ଲୋକଙ୍କୁ ବଖାଣିବ "କାଳିଆ" ମାହାତ୍ମ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କ୍ୟାବିନେଟ୍‍ ବୈଠକରେ ଐତିହାସିକ ‘କାଳିଆ’ (କୃଷକଙ୍କ ଜୀବନ ଧାରଣର ମାନ ଓ ଆୟ ବୃଦ୍ଧି କ୍ଷେତ୍ରରେ ସହାୟତା) ଯୋଜନାକୁ ଅନୁମୋଦନ କରାଯାଇଛି । ଏଥିରେ ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ସହାୟତା, ଭୂମିହୀନ ପରିବାର ପାଇଁ ଜୀବିକା ସହାୟତା, ଭୂମିହୀନ ଶ୍ରମିକ ଏବଂ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାର ପାଇଁ ଆର୍ଥିକ  ସହାୟତା, ବୀମା ସୁରକ୍ଷା ଏବଂ ବିନା ସୁଧରେ ଫସଲ ଋଣ ପ୍ରମୁଖ ଅନ୍ତର୍ଭୁକ୍ତ, ଯାହା କୃଷକମାନଙ୍କର ସ୍ୱାର୍ଥ ରକ୍ଷା ଓ ସମ୍ମାନ ବୃଦ୍ଧି ଦିଗରେ ସହାୟକ ହେବ । ରାଜ୍ୟ ସରକାର କ୍ରମାଗତ ଭାବରେ କୃଷକମାନଙ୍କର ସ୍ୱାର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଯେଉଁ ସବୁ ଉଦ୍ୟମ କରିଛନ୍ତି, ତାହା ସମଗ୍ର ଭାରତବର୍ଷରେ ଉଦାହରଣ ସୃଷ୍ଟି କରିଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ କରି ରାଜ୍ୟ ସରକାରଙ୍କୁ ଯଥାଯଥ ସହଯୋଗ କରୁନାହାନ୍ତି । କୃଷି ଓ କୃଷକଙ୍କ ପାଇଁ କେନ୍ଦ୍ର ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ଆଦୌ ପୂରଣ କରିନାହାନ୍ତି । ବରଂ କଟା ଘା’ରେ ଚୂନ ଦେଲା ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓଡ଼ିଶାର ଚାଷୀକୁଳକୁ ହତାଶ କରିଛି । କେନ୍ଦ୍ର ସରକାର ଚାଷୀଙ୍କ ଉତପାଦିତ  ଦ୍ରବ୍ୟର ଦେଢ଼ଗୁଣା ମୂଲ୍ୟ ପ୍ରଦାନ ନକରିବା, ସ୍ୱାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ ନକରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପ୍ରଦାନ କରିବା ପାଇଁ ଓଡ଼ିଶା ବିଧାନସଭାରେ ପାରିତ ସଂକଳ୍ପକୁ କାର୍ଯ୍ୟକାରୀ ନକରିବା, ବିଧାନସଭାର ଗୃହ କମିଟିକୁ ମାନ୍ୟବର ପ୍ରଧାନମନ୍ତ୍ରୀ ସାକ୍ଷାତ କରିବା ପାଇଁ ସମୟ ନଦେବାକୁ ଓଡ଼ିଶାର ଚାଷୀକୁଳ ଆଉ ବରଦାସ୍ତ କରିବେ ନାହିଁ । ବିଜୁ କୃଷକ ଜନତା ଦଳ ତରଫରୁ ଚାଷୀମାନଙ୍କ କ୍ଷୋଭକୁ ପ୍ରକାଶ କରିବା ନିମନ୍ତେ ଆସନ୍ତା ୮ ତାରିଖ ଦିନ ସଂସଦ ଭବନ ସମ୍ମୁଖରେ ବିକ୍ଷୋଭ ପାଇଁ ଆହ୍ୱାନ ଦିଆଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଐତିହାସିକ କୃଷି ପ୍ୟାକେଜ୍‍ ‘କାଳିଆ’କୁ ସ୍ୱାଗତ କରିବା ଓ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରିବା ଲାଗି ଆସନ୍ତା ୨୨ ତାରିଖ ଦିନ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀକୁ ବିଜୁ କୃଷକ ଜନତା ଦଳ ରାଜ୍ୟ ସଭାପତି ପ୍ରସନ୍ନ ଆଚାର୍ଯ୍ୟ, ମହାସଚିବ ପ୍ରତାପ ଜେନା, ଦଳର ସାଧାରଣ ସଂପାଦକ ଅତନୁ ସବ୍ୟସାଚୀ ନାୟକ ଓ ଡ. ଅରୁଣ କୁମାର ସାହୁ ସମ୍ବୋଧିତ କରିବେ । ସେହିପରି ୨୩ ତାରିଖ ଦିନ ରାଜ୍ୟର ୩୦ଟି ଜିଲ୍ଲାର ସଦର ମହକୁମା ଠାରେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ  ହେବ ।

ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ କଟକ- ଦେବୀ ପ୍ରସାଦ ମିଶ୍ର, ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି, ଯାଜପୁର- ଅମର ପ୍ରସାଦ ଶତପଥୀ, ନବରଙ୍ଗପୁର- ରମେଶ ମାଝୀ ଓ ମନୋହର ରନ୍ଧାରୀ, ରାୟଗଡ଼ା- ଲାଲ ବିହାରୀ ହିମିରିକା ଓ ଏନ୍‍. ଭାସ୍କର ରାଓ, ମୟୂରଭଞ୍ଜ- ସୁଦାମ ମାର୍ଣ୍ଡି ଓ ଡା. ଦେବାଶିଷ ମାର୍ଣ୍ଡି, ନୟାଗଡ଼- ଡ. ଅରୁଣ କୁମାର ସାହୁ, କେନ୍ଦ୍ରାପଡ଼ା- ଅତନୁ ସବ୍ୟସାଚୀ ନାୟକ, ପୁରୀ- ମହେଶ୍ୱର ମହାନ୍ତି ଓ ସଂଜୟ କୁମାର ଦାସବର୍ମା, କୋରାପୁଟ- ରବି ନାରାୟଣ ନନ୍ଦ ଓ ଇଂ. ଈଶ୍ୱର ପାଣିଗ୍ରାହୀ, ମାଲକାନଗିରି- ଅରବିନ୍ଦ ଢାଲି ଓ ମାନସ ମାଡକାମୀ, ଗଞ୍ଜାମ- ସୂର୍ଯ୍ୟ ନାରାୟଣ ପାତ୍ର, ଗଜପତି- ଚନ୍ଦ୍ର ଶେଖର ସାହୁ, କନ୍ଧମାଳ- ବିକ୍ରମ ପଣ୍ଡା, ବୌଦ୍ଧ- କୃତିବାସ ପାତ୍ର, ସୋନପୁର- ନିରଞ୍ଜନ ପୂଜାରୀ, ବରଗଡ଼- ସ୍ନେହାଙ୍ଗିନୀ ଛୁରିଆ ଓ ଦେବେଶ ଆଚାର୍ଯ୍ୟ, ସମ୍ବଲପୁର- ଡା. ରାସେଶ୍ୱରୀ ପାଣିଗ୍ରାହୀ ଓ ରୋହିତ ପୂଜାରୀ, ଦେବଗଡ଼- ସଂଜୀବ ସାହୁ, ସୁନ୍ଦରଗଡ଼- ମଙ୍ଗଳା କିଷାନ ଓ ପ୍ରଶାନ୍ତ ନନ୍ଦ, ଅନୁଗୁଳ- ରଜନୀକାନ୍ତ ସିଂହ ଓ ବ୍ରଜକିଶୋର ପ୍ରଧାନ, ଢେଙ୍କାନାଳ- ପ୍ରଫୁଲ୍ଲ ମଲ୍ଲିକ ଓ ସରୋଜ ସାମଲ, ବଲାଙ୍ଗୀର- ପଦ୍ମନାଭ ବେହେରା ଓ ଯୋଗେନ୍ଦ୍ର ବେହେରା, ନୂଆପଡ଼ା- ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଓ ଲମ୍ବୋଦର ନିଆଲ, କଳାହାଣ୍ଡି- ବଳଭଦ୍ର ମାଝୀ, ବାଲେଶ୍ୱର- ଅନନ୍ତ ଦାସ, ଭଦ୍ରକ- ପ୍ରଫୁଲ୍ଲ ସାମଲ, କେନ୍ଦୁଝର- ବଦ୍ରି ନାରାୟଣ ପାତ୍ର, ଝାରସୁଗୁଡ଼ା- କିଶୋର କୁମାର ମହାନ୍ତି, ଖୋର୍ଦ୍ଧା- ଅଶୋକ ଚନ୍ଦ୍ର ପଣ୍ଡା । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭାପତି ଏବଂ ଅନୁସୂଚିତ ଜନଜାତି ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଉପସ୍ଥିତ ରହିବେ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ସୂଚନା ଦେଇଛନ୍ତି । 

0
0
0
s2sdefault