"ଫୋକସରେ ଓଡିଶା, ଉପହାର ସମ୍ଭାର ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୪,୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ ପ୍ରଧାନମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ

ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାରର ହେବ ଶୁଭାରମ୍ଭ 

ନୂଆଦିଲୀ/ଭୁବନେଶ୍ୱର -ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କର ଓଡିଶା ଗସ୍ତ ସମୟରେ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ । ଏଥିସହିତ ଏକ ଜନସଭାକୁ ଉଦବୋଧନ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରଛନ୍ତି ।

ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ  ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ଓଡିଶା ରହିଛି । ସାଢେ ୪ ବର୍ଷ ଶାସନରେ ବହୁ କେନ୍ଦ୍ରୀୟ ପ୍ରକଳ୍ପ ଓଡିଶାରେ ପ୍ରତିଷ୍ଠା  ହୋଇପାରିଛି । ଆସନ୍ତା ଡିସେମ୍ବର ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କ ଏହି ଗସ୍ତ ସମୟରେ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ ଉଦେ୍ଧଶ୍ୟରେ ଉତ୍ସର୍ଗ କରିବେ । ଏଥିସହିତ ମୋଦି ସରକାରଙ୍କ ସମୟରେ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ଆଇଜରର ଶିଳାନ୍ୟାସ କରାଯିବ । ଏଥିସହିତ ପେଟ୍ରୋଲିୟମ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦ୍ରାବାଦ ମଧ୍ୟରେ ପାଇପଲାଇନ କାମର ଶୁଭାରମ୍ଭ ହେବ । ଏଥିସହିତ ୭୫.୩ କୋଟି ଖର୍ଚ୍ଚରେ ଭୁବନେଶ୍ୱରରେ ଥିବା ଇଏସଆଇ ହସପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବା ସହ ପୁରୁଣାଏନଏଚ-୫ ତଥା ବର୍ତମାନ ଏନଏଚ-୧୬ର ୬ ଲେନ୍ ଓ କଟକ-ଅନୁଗୋଳ ରାସ୍ତାର ୪ ଲେନ୍ କାମର ଆରମ୍ଭ ହେବ । ଏହି ସମସ୍ତ କାମ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଲୋକାର୍ପଣ ଓ ଶୁଭାରମ୍ଭ କରାଯିବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆସନ୍ତା ୨୪ ତାରିଖ ଓଡିଶାବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ ହେବାକୁ ଯାଉଛି । ୨୦ ଜୁଲାଇ ୨୦୧୭ରେ ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହାତରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ୨୦୦ ଶହ ବର୍ଷ ପୂର୍ତି ଏକ ନିର୍ଣାୟକ ସ୍ଥିତିରେ ପହଁଚିବ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ପାଇଁ ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଥିବା ପାଇକ ବିଦ୍ରୋହ ଗବେଷଣା ଚେୟାର ର ଶୁଭାରମ୍ଭ କରିବେ । କେନ୍ଦ୍ର ସଂସ୍କୁତି ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୫ କୋଟିର କପର୍ସ ଫଣ୍ଡ ଯୋଗାଇ ଦିଆଯିବ । ଆଗମୀ ପୀଢୀ ପାଇଁ ୨୦୦ ବର୍ଷ ଇତିହାସର ଗବେଷଣା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଲଳିତ ଗିରି ଭଳି ପ୍ରାଚୀନ କୀର୍ତିରାଜକୁ ଅତ୍ୟାଧୁନିକ ପର୍ଯ୍ୟଟନ ସ୍ଥଳୀ ଭାବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । 

କେନ୍ଦ୍ର ସରକାରଙ୍କର ଏପରି କାମ ଓଡିଶାର ପର୍ଯ୍ୟଟନ, ମର୍ଯ୍ୟାଦା, ସ୍ୱାଭିମାନ ଓ ଅର୍ଥନୀତିରେ ନୂଆ ପରିଚୟ ସୃଷ୍ଟି ହେବ । ସେଥିପାଇଁ ଓଡିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ କୃତଜ୍ଞତା ପ୍ରକାଶ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଶିକ୍ଷା, ରାସ୍ତା, ପେଟ୍ରୋଲିୟମ, ଶ୍ରମ ଓ ସଂସ୍କୃତି ବିଭାଗର ବିଭିନ୍ନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ଯାଉଛନ୍ତି । ଏହାଦ୍ୱାରା ଦେଶର ଅର୍ଥନୀତି, ସଂସ୍କୃତି, ରୋଜଗାର, ପର୍ଯ୍ୟଟନ, ରାଜସ୍ୱ ଓ ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆସିବ ବୋଲି ସେ କହିଛନ୍ତି ।

0
0
0
s2sdefault