ଲୁଟକୁ ସୁରକ୍ଷା ଦେଉଛି ବନ, ରାଜସ୍ୱ ବିଭାଗ ଓ ପୋଲିସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/ ଜୟଶଙ୍କର ଦାଶ :  ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଂଚାୟତର ମାଣ୍ଡିଆଗଡା ମୁରାରୀପୁର ଗାଁ ନିକଟରୁ ହଜାର ହଜାର ଟ୍ରିପ ମୋରମ ଲୁଟ କରି ନିଆଗଲା । ଏହି ସ୍ଥାନଟି ଜଙ୍ଗଲ କିସମ ହୋଇଥିବା ବେଳେ ଏହା କଟକ ବନଖଣ୍ଡର ଡାଳିଯୋଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଡମଧୁପୁର ଫରେଷ୍ଟର କାର୍ଯ୍ୟାଳୟ ଅନ୍ତର୍ଗତ ଜଙ୍ଗଲ । ତେବେ ଏଭଳି ଲୁଟ ନେଇ ବନ ବିଭାଗ ସହ ରାଜସ୍ୱ ଏବଂ ପୋଲିସର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା । ହେଲେ ସରକାରୀ କା ମାଲ ଦରିଆ ମେ ଦାଲ ନୀତିରେ ସବୁ ବିଭାଗ ହାତଟେକି ଦେଇଛନ୍ତି । ଅପର ପକ୍ଷରେ ଲେୁଟେରା ମାନେ ଉପରୁ ତଳ ଯାଏ ସମସ୍ତଙ୍କୁ ଧରିଥିବାର କହି ବେଧଡକ ଲୁଟ କରି ଚାଲିଛନ୍ତି । ନିକଟ ଅତୀତରେ ଧର୍ମଶାଳା ତହସିଲର ଡଙ୍କାରୀ ରାଜସ୍ୱ ସର୍କଲ ଅନ୍ତର୍ଗତ ଗଙ୍ଗେଇଡୁବୁରୀରୁ ହଜାର ହଜାର ଟ୍ରିପ ମାଟି ଲୁଟ ନେଇ ସ୍ଥାନୀୟ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ତଦନ୍ତ ଆସିଥିବା ତଦନ୍ତ ନିର୍ଦ୍ଦେଶକୁ ଧର୍ମଶାଳା ତହସିଲଦାର ମାଡି ବସିଛନ୍ତି । ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଥର ନିର୍ଦ୍ଦେଶ  ଆସିଥିବା ବେଳେ ମାଟି ଲୁଟ କରିଥିବା ଦିଲିପ ବିଲ୍ଡକନ ସଂସ୍ଥା ନେଇ ଅଭିଯୋଗରେ ସମସ୍ତ ପ୍ରମାଣ ଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଥିନେଇ ସତୀଶ ବିଶ୍ୱାଳ ବୁଧବାର ପୁନଶ୍ଚ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବା ସହ ମୁରାରୀପୁରରେ ମୋରମ ଲୁଟ ନେଇ ବନ ବିଭାଗର ନିଷ୍କ୍ରିୟତା ନେଇ ଉଦବେଗ ପ୍ରକାଶ କରିଛନ୍ତି । ଜଙ୍ଗଲ କିସମ ଜମିରୁ ହଜାର ହଜାର ଟ୍ରିପ ମୋରମ ଚାଲାଣ କରାଯିବା ଫଳରେ ବ୍ୟାପକ ଜଙ୍ଗଲ ନିଜର ଅସ୍ତିତ୍ୱ ହରାଇଥିବା ବେଳେ ସରକାର ମଧ୍ୟ ବ୍ୟାପକ ରାଜସ୍ୱ ହରାଇଛନ୍ତି । ଏଥିପାଇଁ ସ୍ଥାନୀୟ ଅଂଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବା ସହ ଗାଇଗୋରୁ ତଥା ବନ୍ୟଜନ୍ତୁମାନେ ଏହି ଖାଲରେ ପଡି ଦୁର୍ଦ୍ଧଶା ଭୋଗୁଛନ୍ତି । ଏ କ୍ଷେତ୍ରରେ ଜାଣିଶୁଣି ସ୍ଥାନୀୟ ଫରେଷ୍ଟରଙ୍କ ନୀରବତା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବା ଉଚିତ । ତେବେ ଧର୍ମଶାଳାର ଗୋଡି, ମାଟି, ପଥର ଲୁଟ କରାଯିବା ନେଇ ସାଧାରଣରେ ତିବ୍ର ଜନଅସନ୍ତୋଷ ସୃଷ୍ଟି ହେଉଥିବାରୁ ପ୍ରଶାସନ ରକ୍ଷକ ହୋଇ ଭକ୍ଷକ ସାଜିବା କାର୍ଯ୍ୟ ବନ୍ଦ କରୁ । ଏଥିପାଇଁ ଜନସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି  ବୋଲି ସେ ତାଙ୍କର ଅଭିଯୋଗରେ ଦର୍ଶାଇଛନ୍ତି 

0
0
0
s2sdefault