ସବୁ ମଣ୍ଡି ଆଗରେ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଚାଷୀଙ୍କୁ ଋଣ ଛାଡ୍ ଦାବିରେ ବିଜେପି ପକ୍ଷରୁ ସଚିବାଳୟ ଓ ନବୀନ ନିବାସ ଘେରାଉ ଆସନ୍ତା ୮ରେ 

ଭୁବନେଶ୍ୱର  - ରାଜ୍ୟରେ ଥିବା ୪,୩୮୧ ମଣ୍ଡି ଗୁଡିକରେ ଦେଖାଦେଇଥିବା ଅବ୍ୟବସ୍ଥାର ପ୍ରତିବାଦରେ ଏବଂ ଚାଷୀ ମାନଙ୍କୁ ଋଣ ଛାଡ୍ ଦାବିରେ ଆସନ୍ତା ୮ ତାରିଖରେ ବିଜେପି ପକ୍ଷରୁ ସଚିବାଳୟ ଘେରାଉ କରାଯିବ । ଏହା ସହ ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି । 

ଅନ୍ୟପକ୍ଷରେ ରାଜ୍ୟର ୩୦ଟି ଜିଲ୍ଲାରେ ଚାଷୀ ମାନଙ୍କର ମୁଖ୍ୟ ଅମଳ ଧାନ ଓ ଏଥିରୁ ରୋଜଗାର ହିଁ ବର୍ଷ ଯାକର କୃଷକ ପରିବାରର ମୂଳ ସମ୍ବଳ । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବା ବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଓ ଚାଷୀ ସରକାର ଶାସକ ଦଳ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦି୍ରକାର ଶିକାର ହୋଇ ନିଜ ହକ୍ ପାଇବାର ବଂଚିତ ହୋଇଛନ୍ତି । ଏହାର ପ୍ରତିବାଦରେ ଚାଷୀମାନଙ୍କୁ ଏକାଠି କରି ରାଜ୍ୟରେ ଥିବା ମସସ୍ତ ମଣ୍ଡିମାନଙ୍କରେ ଚାଷୀମାନେ ନିଜ ଅଧିକାର ପାଇଁ ରାଜ୍ୟସରକାରଙ୍କୁ ଜବାବ ମାଗିବା ପାଇଁ ମଙ୍ଗଳବାର ଠାରୁ ଜାନୁୟାରୀ ୭ ପର୍ଯ୍ୟନ୍ତ ବିଜେପି କୃଷକମୋର୍ଚ୍ଚା ମେଳି କରିବ । ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରାଯିବ । ୮ ତାରିଖ ଦିନ ଚାଷୀମାନେ ଭୁବନେଶ୍ୱରରେ ନିର୍ଣ୍ଣାୟକ ଲଢେଇ କରିବା ପାଇଁ ନବୀନ ନିବାସ ଘେରାଉରେ ଯୋଗ ଦେବେ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି ଘୋଷଣା କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି କହିଥିଲେ ଯେ ଚାଷୀ ସମସ୍ୟାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇବ । ଅଧିକ ଶୀତଳ ଭଣ୍ଡାର ପ୍ରତିଷ୍ଠା  କରିବା , କୃଷି ଋଣ ଛାଡ କରିବା, ଧାନ କଟନି ଛଟନୀରେ ଅସାଧୁ ମେଂଟକୁ ଦୂର କରିବା , ଚାଷୀଙ୍କୁଉତ୍ପାଦିତ  ଦ୍ରବ୍ୟର ସହାୟତା ଦର ଦେବା ପାଇଁ  ବିଜେପି ଦାବିକରିଛି । ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଠାରୁ ମଣ୍ଡି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯିବ ।  ଦୀର୍ଘଦିନ ତଳୁ ମୁଖ୍ୟମନ୍ତ୍ରୀ କୃଷି ଋଣ ଛାଡ଼ ସରକାରଙ୍କ ବିଚାରାଧିନ ରହିଛି ବୋଲି ସର୍ବଜନୀନ ବକ୍ତବ୍ୟ ଦେଇଛନ୍ତି । ରାଜ୍ୟସରକାର ତୁରନ୍ତ କୃଷି ଋଣ ଛାଡ଼ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଓ ସମୀର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault