ନେତା ଆତାପାତା : ହୁକୁମ ନେଇ ଆସିଛନ୍ତି କି ଅପରାଜିତା !!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନହେଲେ କୁହନ୍ତେ "ତମ ମୁହଁକୁ ଲାଜ ନାହିଁ"

ସୁବାସ କହିଲେ "ନୂଆ ନୂଆ ଆସିଛନ୍ତି, ଶବ୍ଦକୁ ମଡେଲିଂ କରି କହୁଛନ୍ତି" 

 ଭୁବନେସ୍ୱର : ଏମିତି  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ କହିନଥିବେ କେବେ...କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ଭାବି ନଥିବେ, ଦଳର ସଭାପତି ବସନ୍ତ ପଣ୍ଡା କଳ୍ପନା କରିନଥିବେ  । ଏ ରାଜ୍ୟ ନେତା କଣ, କେନ୍ଦ୍ରର ବଡ ବଡ ନେତା ବା ମୋଦୀ ଜୀ ଅବା ଶାହାଜୀ ବି  କହିନଥିବେ  । ୧୮ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ବାବୁ କହିନଥିବେ ଯାହା କହିଲେ ବିଜେପିରେ ଏବେ ଏବେ ଯୋଗ ଦେଇଥିବା ପୁର୍ବତନ ଆଇଏଏସ ଅଫିସର ଅପରାଜିତା ମାଡାକ କହିଲେ । ମାନେ ବିଏମସିରେ କର୍ମଚାରୀ ବା ସଫେଇ କର୍ମଚାରୀଙ୍କୁ ଯେମିତି ତାଗିଦ କରି କହୁଥିଲେ, ପୂରା ସେଇ ରୋବାବରେ ଦଳର କର୍ମୀଙ୍କୁ ତାଗିଦ କରିଛନ୍ତି ଅପରାଜିତା ମାଡାମ । ଏପରିକି ବାରମ୍ବାର ହାରୁଥିବା ଯୋଗୁ ଟିକେ ଲାଜ ମାଡୁନି କି ବୋଲି କର୍ମୀଙ୍କୁ କହିଥିଲେ  । ମାଡାମଙ୍କ ଏପରି ଗରମ ମିଜାଜରୁ ଯାହା ଲାଗୁଛି ପୂରା ସେ ଦିଲ୍ଲୀରୁ ହୁକୁମ ନେଇ ଆସିଛନ୍ତି ଖାମଆଲ ହୋଇ ପଡିଥିବା କର୍ମୀ ଓ ନେତାଙ୍କୂ ମହଣ କରିବା ପାଇଁ !!!!  

ନିର୍ବାଚନ ସମୟରେ ଏକଜୁଟ ହୋଇ ଲଢିିବାକୁ ଆହ୍ାନ ଦେବା ଅବସରରେ ପ୍ରଶାସନିକ ଅଧିକାରୀରୁ ନୂଆ ନୂଆ ରାଜନେତା ହୋଇ ବିଜେପିରେ ଯୋଗ ଦେଇଥିବା ଅପରାଜିତା କର୍ମୀମାନଙ୍କୁ  କଡା ଭାଷାରେ ଚେତାବନୀ ଶୁଣାଇଥିବା ନେଇ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଫେସବୁକରେ ପୋଷ୍ଟ ହୋଇଥିବା ଏହି  ଭଡିିଓରେ ଅପରାଜିତା ଭାଷଣ ଦେଇ କର୍ମୀଙ୍କୁ ହାରୁଥିବାରୁ ଲାଜ ଲାଗୁ ନାହିଁ ବୋଲି କହୁଥିବା ଦେବାକୁ ମିଳୁଛି  । ୟା ଲୋକ ତା ଲୋକ ହୋଇ ରହି ଯଦି ଭାଜପା ପ୍ରାର୍ଥୀଙ୍କୁ ଜିତାଇ ନ ପାରିବ ତେବେ ଦଳ ଛାଡିିଦିଅ ବୋଲି ଅପରାଜିତା କହୁଥିବା ଏହି ଭାଇରାଲ ଭିଡିଓରେ ଦେଖାଯାଉଛିି ।

ତେବେ ଭିଡିିଓଟି କିଏ କେଉଁଠି ଉଠା ଯାଇଛି ତାହା ଜଣାପଡୁନ ଥିଲେ ମଧ୍ୟ ସମ୍ଭବତଃ ଏହା ଖୋର୍ଦ୍ଧା ଅ ଳର କର୍ମୀମାନଙ୍କୁ ଉଦ୍ବୋଧନ ଦେବା ବେଳର, ଯାହାକୁ କି ତାଙ୍କ କଥାରେ ଅସନ୍ତୁଷ୍ଟ ଜଣେ କର୍ମୀ ବାହାରକୁ ପ୍ରଘଟ କରିଛନ୍ତି ବୋଲି ସନେ୍ଦହ କରାଯାଉଛି  । ଏଥିରେ ଦଳୀୟ କର୍ମୀମାନଙ୍କୁ ଭାଷଣ ଦେଇ ଅପରାଜିତା କହୁଛନ୍ତି ଯେ ସେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାରେ ବିଜେପିରେ ସାମିଲ ହୋଇଛନ୍ତିି ତାଙ୍କର କୌଣସି ଗୋଷ୍ଠୀ  ନାହିଁ ତେଣୁ ଦଳୀୟ କର୍ମୀମାନେ ଏ ଗୋଷ୍ଠୀ , ସେ ଗୋଷ୍ଠୀ  ଛାଡିି ନିଜକୁ  କେବଳ ଭାରତୀୟ ଜନତା ପାର୍ଟିର ବୋଲି କହନ୍ତୁ  । ଯିଏ ବି ପ୍ରାର୍ଥୀ ହୁଅନ୍ତୁ, ତାଙ୍କୁ ଜିତାଇବା ଆମର ଧର୍ମ  । ଦଳ ପାଇଁ କାଯର୍ୟ କରନ୍ତୁ ବୋଲିି ଅପରାଜିତା କହିଛନ୍ତି  । ଯିଏ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଏକାଠି କାଯର୍ୟ କରି ପାରୁ ନାହାଁନ୍ତି, ସିଏ ଦଳ ଛାଡିି ଦିଅନ୍ତୁ ବୋଲି କହିଛନ୍ତି ମାଡାମ ଅପରାଜିତା  ।

ଏହାକୁ ନେଇ ଦଳ ଭିତରେ ବ୍ୟାପକ ଅସନ୍ତୋଷ ଥିବା ବେଳେ ଭୟରେ କେହି ମୁହଁ ଖୋଲିବାକୁ ନାରାଜ  । କାରଣ କଣ ସମ୍ପର୍କ ଥିବ ଉପରେ କିଏ ଜାଣିଛି !ମୁଁହ ଖୋଲିଲେ କିଳା ଆସିଯାଇପାରେ । ଏଣେ ପୁଣି ୨୪ରେ ମୋଦୀଜୀ ଆସୁଛନ୍ତି  । ସେ ଆସି କି ଯାଆନ୍ତୁ ଯାହା ଚିନ୍ତା କରିବା  ।  ହେଲେ ଅପରାଜିତାଙ୍କ କଥା ଉପରେ ଟିକେ ତାତ୍ସଲ୍ୟ ଢଙ୍ଗରେ କହିଛନ୍ତି ବରିଷ୍ଠ  ନେତା ତଥା ପୂର୍ବତନ ସାଂସଦ ପ୍ରାର୍ଥୀ ସୁବାସ ଚୌହାନ  । ସେ କହିଛନ୍ତି ଯେ,ନୂଆ ନୂଆ ଆସିଛନ୍ତି, ଶବ୍ଦକୁ ମଡେଲିଂ କରି କହୁଛନ୍ତି ଅପରାଜିତା ଷଡଙ୍ଗୀ  । 

 ବିଜେପି ନେତ୍ରୀ  ଅପରାଜିତାଙ୍କ ଏଭଳି ଟିପ୍ପଣୀର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି  । ଅପରାଜିତାଙ୍କ ଏଭଳି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଛନ୍ତି ବିଜେପି ନେତା ସୁବାସ ଚୌହାନ  କହିଛନ୍ତି ଯେ, ଅପରାଜିତା ପ୍ରଶାସନିକ କାର୍ୟ ଛାଡି ଏବେ ନୂଆ ନୂଆ ରାଜନୀତିକୁ ଆସିଛନ୍ତି  । ତେଣୁ ସେ ରାଜନୈତିକ ଶବ୍ଦକୁ ନେଇ ମଡେଲିଂ କରି ବିବୃତି ରଖୁଛନ୍ତି  । ବିଜେପି ନିଜ ପରମ୍ପରା ଅନୁଯାୟୀ ଏକ ସାଂଗଠନିକ ଢାଞ୍ଚା।ରେ ପରି·ଳିତ ହେଉଛି । ତେଣୁ ଦଳରେ ସମସ୍ତେ ଏକ ହୋଇ ·ଲିବା ଦରକାର  । ସୁବାସ ଚୈହାନଙ୍କ ଏହି ଉକ୍ତିରୁ ବୁଝିବା ସ୍ପଷ୍ଟ, ଅପରାଜିତା ଦେଇଥିବା ବୟାନ ଆଉ ଢାଞ୍ଚା ବୋଧହୁଏ ବିଜେପି ନେତାଙ୍କୁ ପସନ୍ଦ ଆସିନାହିଁ  । ବିଜେପି ଭିତରେ ଗୋଷ୍ଠୀ ବାଦ ନଥିବା ନେତାମାନେ ବାରମ୍ବାର ଗଣମାଧ୍ୟମ ସାମ୍ନାରେ କହୁଥିବା ବେଳେ, ଅପରାଜିତାଙ୍କ ଭାଇରାଲ ଭିଡିଓରୁ ସ୍ପଷ୍ଟ ବୁଝା ପଡୁଛି, ତୃଣମୂଳ ସ୍ତରର ନେତା ଗୋଷ୍ଠୀରେ ବିଶ୍ୱାସ କରୁଛନ୍ତି  ।  ଅବଶ୍ୟ ଏଇଟା ସତ, ସ୍ଥାନୀୟ ନେତା ଯିଏ ସେମାନଙ୍କ ସୁଖ ଦୁଃଖରେ ଠିଆ ହେଉଛି ତାପ୍ରତି ଆନୁଗତ୍ୟ ରହିବ, ତାହାଗୋଷ୍ଠୀ ହୋଇପାରେ ବା ଆଉକିଛି |  ଆଉ ଏଭଳି ଆଚରଣ ହିଁ ଅପରାଜିତାଙ୍କୁ ଉେ ଜିତ କରିଛି ଆଉ ସେ ଏଭଳି ବୟାନ ରବାକୁ ବାଧ୍ୟ ହୋଇଛନ୍ତି ବୋଲି ଅନୁମାନ କରାଯାଉଛି  ।  ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ବିଜେପି ମହଲରେ ଜୋଶ ଆସିଥିବା ବେଳେ ଅପରାଜିତାଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ଦଳ ଭିତରେ ଉଥଳପୁଥଳ ଆରମ୍ଭ ହୋଇଗଲାଣି ସେ କାହା ·କିରି ଖାଇବେନି ତ  । 

0
0
0
s2sdefault