ଲୁଚିଛି ନା ଗୋଡ ଦିଟା ଦିଶୁଛି : କଂଗ୍ରେସ କନ୍ଦଳ, ଫାଟ ଜଳ ଜଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ୱାଭିମାନ ମିଛ, ପତିଆରା ଆଗ ଦଳ ପଛ 

  ଭଦ୍ରକ / ସତ୍ୟଭୂଷଣ ସ୍ୱାମୀ : ୨୦୧୯ ନିର୍ବାଚନ ଯେତେ ପାଖେଇ ଆସୁଛି ଜିଲ୍ଲାରେ ସମସ୍ତ ରାଜନୈତିକ ଦଳମାନଙ୍କର ପାଣିପାଗ ବଦଲୁଛି । ସମସ୍ତ ରାଜନୈତିକ ଦଳ ନିଜ ନିଜ  ଭିତରେ କାଦୁଅ ଫିଙ୍ଗା ରାଜନୀତି କରୁଥିବା ବେଳେ ଜିଲ୍ଲାର ସ୍ୱାର୍ଥ ପାଇଁ କାହାରି ଆନ୍ତରିକତା ଦେଖିବାକୁ ମିଳୁନାହିଁ । ବିଜେଡି ନିଜର ବିକାଶ ଧାରାକୁ ନେଇ ଗାଁ ଗାଁ ରେ ପହଞ୍ଚିଥିବା ବେଳେ ବିଜେପି ମିସନ ୧୨୦ ଯୋଗାଡରେ ବ୍ୟସ୍ତ ।  କିନ୍ତୁ କଂଗ୍ରେସ ଏହି ଦୁଇ ଦଳର ଦୁର୍ବଳତାରୁ ଫାଇଦା ଉଠାଇବା ପାଇଁ ଅନାଇ ବସିଥିବା ବେଳେ ଦଳ ଭିତରେ ଗୋଷ୍ଠୀ କନ୍ଦଳ ନେତାଙ୍କ ପାଇଁ କାଳ ସାଜିଛି । ଏପରି ଅବସ୍ଥାରେ ଜିଲ୍ଲାର ଢେର  ସମସ୍ୟା ଜଳ ଜଳ ହୋଇ ଦେଖା ଯାଉଥିବା ବେଳେ କଂଗ୍ରେସ ଓ ବିଜେପି ମହତାବକୁ ନେଇ ଆନ୍ଦୋଳନ  ଓ ପ୍ରତିମୂର୍ତ୍ତି  ସ୍ଥାପନକୁ ମୁଖ୍ୟ ପ୍ରସଂଙ୍ଗ କରିଛନ୍ତି  । ଭଲ କଥା, ମୂର୍ତ୍ତି ସ୍ଥାପିତ ହେଲେ ଗୌରବର କଥା | ହେଲେ ତାକୁ ନେଇ ସ୍ୱାଭିମାନର ପ୍ରଶ୍ନ ବୋଲି ହେଉଥିବା ପ୍ରଚାର କେବଳ ପ୍ରଚାର ।  କେବଳ ମହତାବ ମୂର୍ତ୍ତି ଆଳରେ ନିଜ ପତିଆରା ଦେଖାଇବା ଏବେ ନେତାଙ୍କ ପାଇଁ ସାର ହୋଇଛି | କଂଗ୍ରେସ ରେ କିନ୍ତୁ ଏବେ ମହତାବ ରାଜନୀତି ଭିନ୍ନ ରୂପ ନେଇଛି | ମାନେ କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ପାଦରେ ପକାଇ ଦେଇଛି, ଲୁଚିଛି ନା ଗୋଡ ଦିଟା ଦିଶୁଛି ରୀତିରେ । ମାନେ ଲଢେଇ ଏବେ ପାରମ୍ପରିକ ଗୋଷ୍ଠିଙ୍କ ଠୁ ଡାଇଭର୍ଟ ହୋଇ ଏଣେ ଅନନ୍ତ ସେଠି ଆଣ୍ଡ କୋ( ନିରଞ୍ଜନ ଗୋଷ୍ଠୀ) ବନାମ ହଠାତ ପାୱାରଫୁଲ ହୋଇ ପଡିଥିବା ମିଡ଼ିଆ କମିଟି ଚେୟରମାନ ସତ୍ୟ ପ୍ରକାଶ ନାୟକ(ଆଣ୍ଟି ନିରଞ୍ଜନ)ଙ୍କ ମଧ୍ୟରେ | କିଏ କାହାକୁ କେମିତି ନୀଚ ଦେଖାଇବେ ସେଥିପାଇଁ ପୁରା କସରତ ଜାରି ରହିଛି | 

ଘଟଣାଟି ଏପରି । ଗତ ନଭେମ୍ବର ୨୮ ତାରିଖରେ ଭଦ୍ରକ ଠାରେ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ରାଜ୍ୟ କଂଗ୍ରେସ ସକ୍ରୀୟ ହୋଇ ଉଠିଥିଲା । ରାଜ୍ୟ କଂଗ୍ରେସ ମୁଖ୍ୟ ନିରଂଜନ ପଟ୍ଟନାୟକ ମଧ୍ୟ ଏଠାରେ ଉପସ୍ଥିତ ଥିଲେ । ଅନ୍ୟ ରାଜ୍ୟ ନେତୃବୃନ୍ଦଙ୍କ ମଧ୍ୟରେ ଥିଲେ ନିରଞ୍ଜନଙ୍କ ଅନୁଗତ ଅନନ୍ତ ସେଠି, ମିଡ଼ିଆ ପରାମର୍ଶଦାତା ଆର୍ୟା କୁମାର ଜ୍ଞାନେନ୍ଦ୍ରଙ୍କ  ସମେତ ଜିଲ୍ଲାର  ପୁରୁଖା ନେତା । ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଥିଲା । ଆନ୍ଦୋଳନରେ ସବୁ ନିର୍ବାଚନମଣ୍ଡଳୀର ନେତା ମାନେ ଉପସ୍ତିିତ ଥିଲେ । ଜିଲ୍ଲାପାଳ,ଜିଲ୍ଲା ପ୍ରଶାସନ ଏବଂ ଭଣ୍ଡାରୀପୋଖରୀ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଏହି ପ୍ରତିମୂତ୍ତି ନିର୍ମାଣକୁ ବନ୍ଦ୍ କରିବା ପଛରେ ଦାୟି କରାଯାଇଥିଲା । ପ୍ରଶାସନକୁ କିଛି ଦିନର ମହଲତ ମଧ୍ୟ ଦିଆଯାଇଥିଲା । ଯଦି କୈାଣସି ସମାଧାନର ପନ୍ଥା ନ ବାହାରେ ତାହାହେଲେ କଂଗ୍ରେସ କରମୀ  ନିଜେ ସେଠାରେ ଆଇନକୁ ହାତକୁ ନେଇ ମହତାବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବେ ବୋଲି ଚେତାବନୀ ଦେଇଥିଲେ । ହେଲେ ଏବେ ସେମାନଙ୍କ ଦେଖା ମିଳୁନାହିଁଁ । ଏବେ ଏହି ସମସ୍ୟାକୁ ନେଇ କଂଗ୍ରେସର ଅନ୍ୟ ଏକ  ଗପସ୍ଥି ଆନ୍ଦୋଳନ କରିବାକୁ ଅଣ୍ଟା ଭିଡିଛି । ଯାହାର ନେତୃତ୍ୱ ନେବେ ରାଜ୍ୟ କଂଗ୍ରେସର ମିଡିଆ ବିଭାଗ ଅଧ୍ୟକ୍ଷ, ଭଦ୍ରକ କିଲ୍ଲା ପ୍ରଭାରୀ  ତଥା ଯୁବ ସାମ୍ବାଦିକ ସତ୍ୟ ନାୟକ । ପୂର୍ବ ଆନ୍ଦୋଳନ ରେ ଶ୍ରୀ ନାୟକଙ୍କୁ ଦେଖିବାକୁ ମିଳିନଥିଲା | ଭଦ୍ରକ ପ୍ରଭାରୀ ହୋଇ ବି ଏତେବଡ କଂଗ୍ରେସ କାର୍ଯ୍ୟକ୍ରମରେ ସତ୍ୟ ନାୟକ ଯୋଗ ନଦେବା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା | ନିରଞ୍ଜନ ଗ୍ରୁପ ସତ୍ୟଙ୍କୁ କଣ ଠେସା କରି ଦେଇଛନ୍ତି ବୋଲି ଚର୍ଚ୍ଚା ହେଲା | ଭୁବନେଶ୍ୱରରେ ଥାଇ ବି ସତ୍ୟ ନଆସିଥିବା ଲାଗୁଥିଲା ଡ଼ାଲ ମେ କୁଛ କାଲା ହେ । କିନ୍ତୁ ଆଣି ଲାଗୁଛି " କୁଛ ନହିଁ, ଡ଼ାଲ ସରାସର କାଲା ହେ " ।  ସେହିଦନ ସତ୍ୟଙ୍କୁ ମାଇନସ ନିରଂଜନନ ଗ୍ରୁପ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଥିଲେ |  ଆଉ ତାହା ଦେଖି ସତ୍ୟ କି ଛାଡନ୍ତେ | ସତ୍ୟ କହିଲେ ମୋ ମାଟିରେ ମୋତେ ମାଇନସ କରି ଗୋଟେ ସଭା କଲ |ମୁ ଦଳକୁ ମାଇନସ କରି ଡବଲ ଡୋଜ ଦେବୀ |  ଆଉ ପ୍ରଥମ ହାଇ ଭୋଲ୍ଟେଜ ଡୋଜ ଭଣ୍ଡାରୀପୋଖରୀରେ ଦେଲେ ଗର୍ଜ୍ଜନ ସମାବେଶ କରି | ଆଉ ଏବେ ପୁଣି ଦଳକୁ ମାଇନସ କରି ସେଇ ସ୍ୱାଭିମାନ ସମାବେଶ କରୁଛନ୍ତି ମହତାବ ମୂର୍ତ୍ତି ପାଇଁ |   ପିସିସି ସଭାପତି ନିରଂଜନଙ୍କ ସହିତ ଭଦ୍ରକର ପୁରୁଖା ନେତା ଅନନ୍ତ ପ୍ରସାଦ ସେଠୀ ଏହି ଆନେ୍ଦାଳନର ମୁଖ୍ୟ ଭୂମିକା ନେବା ସହିତ ୧ମ ଶକ୍ତି ପରୀକ୍ଷାରେ ସଫଳ ହୋଇଥିବା ବେଳେ ଏବେ ସତ୍ୟ ନାୟକଙ୍କ ମହତାବଙ୍କ ପାଇଁ ଆନ୍ଦୋଳନ  ଦ୍ୱାରା ନିଜ ପତିଆରା ପ୍ରଦର୍ଶନରେ କେତେ ଦୂର ସଫଳ ହେବେ ତାହା ଜଣ ପଡିବ |  ତେବେ ମହତାବଙ୍କୁ ନେଇ ଦଳ ଭିତରେ ଦୁଇ ଗୋଷ୍ଠୀଙ୍କ ଶକ୍ତି ପରୀକ୍ଷା ଖବର ପିସିସି ସଭାପତି ଏବଂ ରାଜ୍ୟ ପ୍ରଭାରୀଙ୍କ ପାଖରେ ସୂଚନା ଅଛିକି ବୋଲି ଦଳ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି । ଇଏ ଦଳ ଭିତରେ ଶୃଙ୍ଖଳା ନା କଣ, ସଭାପତି ଓ ମେଡିଆ କମିଟି ଅଧ୍ୟକ୍ଷ ଜାଣିଥିବେ | ଉପରକୁ ର ପ୍ଲେନ ଲାଗୁଛି, ହେଲେ ଭିତରଟା କଣ ଉଭୟେ ଜାଣୁଥିବେ | କଥାରେ ଅଛି କହି ହେଉଥାଇ ପରକୁ, ବୁଦ୍ଧି ନା ଦିଶଇ ଘରକୁ ।  ଏହାକୁ ନେଇ ସହରରେ ଚର୍ଚ୍ଚା ଜୋର ଦାର|  ଦେଖାଯାଉ ସଭାପତିଙ୍କ ଜାଣତରେ ଚାଲିଥିବା ଏ ଶୀତଳ ଯୁଦ୍ଧ ଆଗକୁ କି ରୂପ ନେଉଛି | 

 

0
0
0
s2sdefault