ରେଳବାଇ ଜି.ଏମ.ଙ୍କ ସହିତ ଆଲୋଚନା କଲେ ସାଂସଦ ସରୋଜିନୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା ରେଳଷ୍ଟେସନ ଡି -ଶ୍ରେଣୀରୁ ବି- ଶ୍ରେଣୀକୁ ଉନ୍ନତି ଏବଂ ବାରିପଦାରୁ ପୁରୀକୁ ରାତ୍ରିକାଳୀନ ନିୟମିତ ଟ୍ରେନ ଚଳାଚଳ ଦାବି 

ବାରିପଦା(ଅରବିନ୍ଦ ଦାସ )

ବାରିପଦାରୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସାପ୍ତାହିକ ଟ୍ରେନ ଚଳାଚଳକୁ କେନ୍ଦ୍ର ସରକାର ବନ୍ଦ କରାଇଦେବା ଫଳରେ ମୟୂରଭଞ୍ଜ ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ଭକ୍ତ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ମୟୂରଭଞ୍ଜବାସୀଙ୍କ ଧାର୍ମୀକ ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ବାରିପଦାରୁ ପୁରୀ ରାତି୍ରକାଳୀନ ନିୟମିତ ଟ୍ରେନ ଚଳାଚଳ ନିମନ୍ତେ ଦକ୍ଷିଣ ପୂର୍ବ ମହାପ୍ରବନ୍ଧକଙ୍କ ସହିତ ଆଲୋଚନା କରିବା ପରେ ଦକ୍ଷିଣ-ପୂର୍ବ ରେଳବାଇର ମହାପ୍ରବନ୍ଧକ କୋଚର ବନେ୍ଦାବସ୍ତ କରାଯାଉଛି ଏବଂ ବାରିପଦା-ପୁରୀ ରାତ୍ରିକାଳୀନ ନିୟମିତ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଅଛି । ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମତୀ ହେମ୍ବ୍ରମଙ୍କୁ ପ୍ରତିଶୃତି ଦେଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ଶ୍ରୀମତୀ ହେମ୍ବ୍ରମ ବାରିପଦା ରେଳଷ୍ଟେସନକୁ  ‘ଡି’ ଶ୍ରେଣୀରୁ ଉନ୍ନିତ କରି "ବି"- ଶେଣ୍ରୀ ଷ୍ଟେସନର ମାନ୍ୟତା ପାଇଁ ରେଳ ବିଭାଗ ନିକଟରେ ଦାବୀ ଉପସ୍ଥାପନା କରିଥିଲେ । ଶ୍ରୀମତୀ ହେମ୍ବ୍ରମଙ୍କ ଦାବୀ ଅନୁସାରେ  ବାରିପଦା ରେଳ ଷ୍ଟେସନକୁ ବି-ଶ୍ରେଣୀକୁ ଉନ୍ନତି କରାଯାଇଥିବା କଥା ଦକ୍ଷିଣ-ପୂର୍ବ ରେଳ ବିଭାଗର ମହାପ୍ରବନ୍ଧକ ସୂଚନା ଦେବା ସହିତ ଖୁବ୍ ଶୀଘ୍ର ଏହାର ନୋଟିଫିକେସନ ପ୍ରକାଶ ପାଇବ ବୋଲି କହିଛନ୍ତି । 

0
0
0
s2sdefault