ବିଜେପିର ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ସଫଳ-ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଅରବିନ୍ଦ ଦାସ )- ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ୟୁପିଏସସି  କୋଚିଂ ସେଣ୍ଟାର ଖୋଲାଯିବା ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଚିକିତ୍ସାଳୟଗୁଡ଼ିକରେ ଖାଲିପଡ଼ିଥିବା ୨୨୦ ଡ଼ାକ୍ତର ପଦବୀ ପୂରଣ ଆଦି ଦାବୀ ନେଇ ବିଜେପି ପକ୍ଷରୁ ଡ଼ିସେମ୍ବର ୧୮ ମୟୂରଭଞ୍ଜ ବନ୍ଦ ଡ଼ାକରା ଜିଲ୍ଲାରେ ସଫଳ ହୋଇଛି ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଏଥି ସହିତ ଆଜିର ଏହି  ବନ୍ଦ ଡ଼ାକରାକୁ ସଫଳ କରିବା ନିମନ୍ତେ ଜିଲ୍ଲାର ସମସ୍ତ ଜନସାଧାରଣ ସ୍ୱତଃପ୍ରବୃତ୍ତ ଭାବେ ଆଗେଇ ଆସିଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପିର ଜିଲ୍ଲା ଉପ-ସଭାପତି ପରେଶ ଚନ୍ଦ୍ର ମହାନ୍ତ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୂଦ୍ରିକ ଝଡ଼ ପାଥେଇ ପ୍ରଭାବରେ ସୋମବାର ରାତିରୁ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ବାରିପଦା ସହରରେ ବନ୍ଦ ପାଳନକାରୀମାନଙ୍କ ଉପରେ ଏହାର ପ୍ରଭାବ ବିଶେଷ ଭାବେ ପକାଇ ପାରିନଥିଲା । ମଙ୍ଗଳବାର ପୂର୍ବାହ୍ନରେ ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନତେୃତ୍ୱରେ ବିଜେପିର ବରିଷ୍ଠ  ନେତା ଜୀବନ ସାହୁ, ଜିଲ୍ଲା ଉପସଭାପତି ପରେଶ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ହାବଡ଼ା, ଶୋଭାବତୀ ହୋତା, କୁମାର ମଙ୍ଗଳମ୍, ସୁମନ ସିଂ, ନରେନ୍ଦ୍ର ସିଂ, ପାୟଲ ରାୟ, ମାନସୀ ତ୍ରିପାଠୀ, ଅନ୍ତର୍ଯ୍ୟାମୀ ଦାସ, ମନୋଜ ବେହେରା, ପ୍ରକାଶ ଅଗ୍ରୱାଲା, ଚନ୍ଦ୍ର ଶେଖର ଦାସ, ଏମଡ଼ି. ଅମିରୁଦ୍ଧିନ, ଆପ୍ପୁ ସେଠୀ, ଶିରିଶ ଚନ୍ଦ୍ର ମହାନ୍ତ, ଭବାନୀ ଶଙ୍କର ମହାନ୍ତ, ଜନାର୍ଦ୍ଦନ ମହାନ୍ତ, ମାଧ ହାଁସଦାଃ, ରଞ୍ଜନ ମହାନ୍ତ ଓ ଲକ୍ଷ୍ମଣ ମୁର୍ମୁ ପ୍ରମୁଖ ୧୮ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ପିକେଟିଂ ଆରମ୍ଭ କରିଥିଲେ । ଫଳରେ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେହିପରି ସହରରେ ଥିବା କୋର୍ଟ, କଚେରୀ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ସମସ୍ତ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ , ପରିବହନ ସେବା, ଗମନାଗମନ, ଦୋକାନ ବଜାର ଆଦି ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା । 

0
0
0
s2sdefault