ଶପଥ ନେଉ ନେଉ କଥା ରଖିଲେ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଲ ନାଥ: କୃଷକଙ୍କର ଦୁଇ ଲକ୍ଷ ଟଙ୍କା ଯାଏଁ ହେବ ଋଣ ଛାଡ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୋପାଲ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ  କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କମଲ ନାଥ | ଶପଥ ନେବାର ମାତ୍ର କେଇ ଘଣ୍ଟା ଭିତରେ ସେ ସେଇଛନ୍ତି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | କୃଷକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ମଧ୍ୟପ୍ରଦେଶ ସରକାର କୃଷକଙ୍କ ଋଣ ଛାଡ଼  କରିବେ | ଏଠି ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରଂଭ ହୋଇଛି | ଦେଶରେ ଶିଳ୍ପପତି ବ୍ୟବସାୟୀ ମନକୁ ଲକ୍ଷଲକ୍ଷ କୋଟି ଟଙ୍କା ଋଣ ମାଫି ହେଉଥିବା ବେଳେ ଦେଶର କୃଷକଙ୍କୁ ଋଣ ଛାଡ କାରାଯାଉନଥିବା  ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା  କରି ଆସିଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ | ଆଉ ମଧ୍ୟପ୍ରଦେଶରେ ଚାଷୀଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ କରାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ଦଳ | ଦେଶ ବାସୀଙ୍କୁ ଖାସ କରୀ ମଧ୍ୟପ୍ରଦେଶର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିବାକୁ ପଛାଇନାହାନ୍ତି କମଲ ନାଥ ସରକାର | କ୍ଷମତାକୁ ଆସିବାପରେ ଗୁରୁତ୍ୱପୁର୍ଣ ନିଷ୍ପତ୍ତି ଭାବେ ଚାଷୀଙ୍କ ଋଣ ଛାଡ ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି | 

0
0
0
s2sdefault