ଆଂକେ ଯାଉଛନ୍ତି, ତାଙ୍କେ ଆଉଛନ୍ତି : ମାନେ ପ୍ଲସ ମାଇନସ କ୍ୟାନସଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଜି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ଯାଉଛନ୍ତି | ଯିବା ପୂର୍ବରୁ କେନ୍ଦ୍ର ରେଳବାଇ, ବିମାନ ଚଳାଚଳ ମନ୍ତ୍ରାଳୟ ଓ ଖୋଦ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କୁ ତିନିଟା ଚିଠି ଲେଖି ଦେଇ ଯାଇଛନ୍ତି  | ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଓଡ଼ିଶା ମହୋତ୍ସବର ରୂପ ଦିଆଯାଇଥିବା ବେଳେ ଗସ୍ତ କିନ୍ତୁ ସୁରଟରେ ରହୁଥିବା ଗଂଜାମ ଭୋଟରଙ୍କୁ ଆସନ୍ତା ନିର୍ବାଚନ ପୂର୍ବରୁ ପ୍ରଭାବିତ କରିବା ପାଇଁ ଯେ ଉଦ୍ଦିଷ୍ଟ | 

ଏପଟେ ବିଜେପି ବି କିଛି କାମ ଗେମ ଖେଳିନି | ଆଂକେ ସୁରଟ ଯାଇ ଗର୍ଜିବା ବେଳକୁ ତାଙ୍କ ଅର୍ଥାତ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କୁ ରାଫେଲ ଖୁଲାସା ବାହାନାରେ ଓଡିଶା ଡ଼କାଇଛି |   ବିଜୟ ରାଫେଲ ଡିଲ ନେଇ ସେ ସମ୍ବାଦିକ ସମ୍ମିଳନୀ କରିବେ ସିନା, ଓଡିଶା ପ୍ରସଙ୍ଗରେ ଓଡିଶା ସାମ୍ବାଦିକ ଜିଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସିଧା ଶୁଣିବେ | ସେପଟେ  ନବୀନ ପଟ୍ଟନାୟକ ଗୁଜୁରାଟର ସୁରତ ଗସ୍ତରେ ଯାଇ ଓଡ଼ିଆ ଉତ୍ସବରେ ଯୋଗ ଦେବେ । ସେଠାରେ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଫେରି ଆସିବେ । ମାନେ ପ୍ଲସ ମାଇନସ କ୍ୟାନସଲ | 

 

0
0
0
s2sdefault