"ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ପିଠା ଯୋଜନା ବାସି ପିଠା"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପଦ୍ମପୁର ଗସ୍ତ  ।

ପଦ୍ମପୁର/ନୀଳ ଦୀପ

 ବରଗଡ ଜିଲ୍ଲା ପଦ୍ମପୁର ରେ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ ସମ୍ପର୍କ ପଦ ଯାତ୍ରା ରେ ଯୋଗ ଦେଇଥିଲେ । ପଦ୍ମପୁର ଶତିଭଟା ଏରୋଡ୍ରାମ ଫିଲ୍ଡରେ କେନ୍ଦ୍ର ମନ୍ତ୍ରୀଙ୍କର ବିମାନ ଅବତରଣ ପରେ ଦଳିୟ ନେତା ତଥା ବିଧିବଦ ମୁତାବକ ପଦ୍ମପୁର ଉପଜିଲ୍ଲାପାଳ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ଏରୋଡ୍ରାମ ଫିଲ୍ଡ ସ୍ଥିତ ଅତୀଥି ଭବନ ରେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ବିିଭିନ୍ନ ଅନୁଷ୍ଠାନ  ମାନେ ସ୍ୱାଗତ ଜଣାଇବା ସହ ଅଂଚଳର ବିକାଶ ନିମନ୍ତେ ସ୍ମାରକ ପତ୍ର ମାନ ଦେଇଥିଲେ । ଏହା ପରେ ଏରୋଡ୍ରାମ ଫିଲ୍ଡରୁ ଦଳିୟ କାର୍ଯ୍ୟାଳୟ  ପର୍ଯ୍ୟନ୍ତ କାର୍ଯ୍ୟକର୍ତା ମାନେ ଏକ ବିଶାାଳ ବାଇକ ର୍ୟାଲି ସହ ପାଛୋଟି ନେଇଥିଲେ । କାର୍ଯ୍ୟଳୟ ଠାରୁ ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ ଖେଳ ପଡିଆ ପର୍ଯ୍ୟନ୍ତ ପଦ ଯାତ୍ରା ରେ ଜନସାଧାରଣଙ୍କ ଗହଳି ସହ ଆସି ପହଂଚି ଥିଲେ । ପଡିଆରେ ଆୟୋଜିତ ଜନସମାବେଶରେ ହଜାର ହଜାର ସଂଖ୍ୟାରେ ଯୋଗଦେବା ସହ ହୁଳହୁଳି ସହ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ପଦ୍ମପୁର ବିଧାୟକ ଶପ୍ରଦୀପ ପୂରୋହୀତ ସ୍ୱାଗତ ଭାଷଣ ଦେବା ସହ ଜନ ସମ୍ପର୍କଜାତ୍ରା ତଥା ରାଜ୍ୟ ସରକାରଙ୍କ ଅଂଚଳ ପ୍ରତି ଅବହେଳା ବିଷୟରେ ବକ୍ତବ୍ୟ ଦେଇଥିଲେ । ଏହା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ପଦ୍ମପୁର ର ଗୌରବ ଏସିୟାନ ବ୍ଲାଇନ୍ଡ ଚେସ ରୋପ୍ୟ ଚମ୍ପିୟନ ସୌନ୍ଦର୍ଯ୍ୟ ଏବଂ ପ୍ରାଦୁର୍ଯ୍ୟଙ୍କୁ ସମ୍ମାନିତ କରିଥିଲେ । ଏହା ପରେ ଜନସମ୍ପର୍କ ପଦଯାତ୍ରା ଦ୍ୱାରା ସେ ଜନସାଧାରଣଙ୍କ ଦୁଖଃ ବୁଝିବା ପାଇ ଆସିଛନ୍ତି ବୋଲି ଜନ ସାଧାରଣଙ୍କୁ ସମ୍ବୋଧନା ଦେବା ସହ ପଦ୍ମପୁର ର ବିକାଶ ତଥା ଛତିଶଗଡ ସିମା ଅଂଚଳରେ ଅବସ୍ଥିତ ଚର୍ଦାପାଲି ଗ୍ରାମକୁ ବର୍ତମାନ ଯାଏଁ ରାଜ୍ୟ ସରକାର ପୋଲ ଟିଏ ନିର୍ମାଣ କରି ପାରିନଥିବାର କହିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ପିଠା ଯୋଜନାକୁ ବାସି ପିଠା ବୋଲି କହିବା ସହ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଖୁବ ବର୍ଷି ଥିଲେ । ଏହା ସହ ଛତିଶଗଡ ରେ ଜନ ବିରୋଧି ହାବା ଯୋଗୁଁ ଜେମିତି ସରକାର ବଦଳିଲା ସେହିପରି ୧୯ ନିର୍ବାଚଚନରେ ମଧ୍ୟ ଓଡିଶାର ଜନସାଧାରଣ ବର୍ତମାନ ସରକାରଙ୍କୁ ଗାଦିଚ୍ୟୁତ କରିବେ ବୋଲି କହିଥିଲେ । ନୃସିଂହନାଥ ଫିଠ ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଶିକ୍ଷାର ଅବିକଶିତତ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତତା ତଥା ମରୁଡି ପ୍ରପିଡିତ ପଦ୍ମପର ଅଂଚଳରେ ପାନିୟ ଜଳର ଅୁବିଧା ବିଷୟରେ ବକ୍ତବ୍ୟ ଦେଇଥିଲେ । ଶକ୍ତି ତଥା ଶ୍ରମ ମନ୍ତ୍ରୀ ଏହି ଅଂଚଳର ହୋଇ ମଧ୍ୟ ବର୍ତମାନ ଯାଏଁ ଅଂଚଳର ବହୁ ଗାଁକୁ ବିଜୁଳି ନପହଂଚିବା, ଚାଷୀ ପୂଅ ବାଧ୍ୟ ହୋଇ କାମ ନପାଇ ଦାଦନ ଖଟିବାକୁ ଯିବା ଆଦି ବିଷୟ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନିଜ ବକ୍ତବ୍ୟରେ ଉଦ୍ଧବୋଧିତ କରିଥିଲେ । ଏହା ସହ ଖୁବ ଶିଘ୍ର ବରଗଡକୁ ମଧ୍ୟ ଗ୍ୟାସ ପାଇପ ସଂଯୋଗ ନେଇ ଘୋଷଣା କରିଥିଲେ । ଏହା ସହ ପଦ୍ମପୁର ଜିଲ୍ଲା ମାନ୍ୟତା ଦାବି ନେଇ ଜେତେ ବିକେନ୍ଦ୍ରିକରଣ ହେଲେ ସେତିକି ଭଲ ବୋଲି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ।

0
0
0
s2sdefault