ଆଗାମୀ ନିର୍ବାଚନ ଓଡିଆ ଲୋକଙ୍କ ପାଇଁ ଜବାବ ମାଗିବାର ନିର୍ବାଚନ ହେବ-ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱରରେ ବିଜେପିର ଜନପରାମର୍ଶ ପଦଯାତ୍ରା ଓ ସାଧାରଣ ସଭା

"ସୁନା ଚାମଚ ଧରି ଜନ୍ମ ନେଇଥିବା ଲୋକ ଗରିବ ଲୋକମାନଙ୍କର ଦୁଃଖ ବୁଝିପାରିବେନି , ମାତ୍ର ବାସନମଜାଳି, ଚା ବିକାଳି ଘରର ପୁଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ଦୁଃଖ ବୁଝୁଛନ୍ତି"

ଭୋଗରାଇ/ ଭୁବନେଶ୍ୱର(UJJWAL kAR) - ଓଡିଶାର ଆଗାମୀ ନିର୍ବାଚନ ଓଡିଆ ଲୋକଙ୍କ ପାଇଁ ଜବାବ ମାଗିବାର ନିର୍ବାଚନ ହେବ ବୋଲି ବାଲେଶ୍ୱର ଜିଲା ଭୋଗରାଇ ଠାରେ ଜନପରାମର୍ଶ ପଦଯାତ୍ରା ଓ ଏକ ବିରାଟ ସାଧାରଣ ସଭାକୁ ଉଦବୋଧନ ଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଓଡିଆ ଲୋକମାନେ ହକ ପାଇଁ ଏକ୍ ହେବାକୁ ପଡିବ | ନସିଭଡ  ୧୯ ବର୍ଷ ଧରି ଶାସନରେ ଥିବା ଲୋକମାନେ ଜନସେବା ବଦଳରେ ଓଡିଶାକୁ ନିଜର ଜାଗିର ଓ ବ୍ୟକ୍ତିଗତ ସମ୍ପତି ଭାବୁଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ୧୯ ବର୍ଷ ଶାସନରେ ସ୍ଥାଣୁତା, ଭ୍ରଷ୍ଟାଚାର, ଶିକ୍ଷାର ଅବ୍ୟବସ୍ଥା ଓ ସମ୍ବେଦନ ହୀନତାର ମୁକ୍ତି ଦେଇ ରାଜ୍ୟକୁ ସ୍ୱାବଲମ୍ବୀ, ସ୍ୱାଭିମାନୀ ଓ ସମୃଦ୍ଧଶଶାଳୀ କରି ନୂଆ ଓଡିଶାର ସ୍ୱପ୍ନକୁ ସାକାର କରିବାକୁ ପଡିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାରେ ଓଡିଶାର ଜନତା ପିସିରେ ପେସି ହୋଇଯାଉଛନ୍ତି । ଭୋଗରାଇ ଅଂଚଳରେ ଜନ ସାଧାରଣଙ୍କ ସହିତ କଥା ହେଲା ବେଳେ ତୃଣମୂଳ  ସ୍ତରର ଦୁର୍ନୀତିର ପ୍ରସଙ୍ଗ ସାଧାରଣ ଲୋକ ଉଠାଉଛନ୍ତି । ୭୫ ବର୍ଷର ବୃଦ୍ଧା ହାତଗୁଂଜା ନ ଦେବାରୁ ଭତା ପାଇ ନାହିଁ । ଗରିବ ମା ବଢିଲା ଝିଅକୁ ଧରି କୁଡିଆରେ ପଡିଛି , ହେଲେ ଲାଂଚ ନଦେବାରୁ ଘର ମିଳୁନି । ଆମ ଗାଁ ଆମ ବିକାଶ ଯୋଜନାରେ ଟଙ୍କା ତ ବଂଟା ହେଉଛି ମାତ୍ର ସ୍ଥାନୀୟ ଯୁବକ ତା ସହିତ ଧୋକ୍କା ହେଉଥିବାର ଅଭିଯୋଗ କରୁଛି । କଣ କାମ ହେଉଛି କିଏ କାମ ପାଉଛି ତାକୁ ଜଣାନାହିଁ , କାମ କରି ଦି ପଇଷା ରୋଜଗାର କରିବାରୁ ସେ ବଂଚିତ ହେଉଛି । ସେହିପରି ସରକାରୀ ପ୍ରୋତ୍ସାହନରେ ଚିଟଫଣ୍ଡ କମ୍ପାନୀ ମାନେ ଓଡିଆଙ୍କ ଅର୍ଥ ଲୁଟ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଗୁଡ ନ୍ୟୁଜ ଇଣ୍ଡିଆ ଭଳି ସଂସ୍ଥା ସେଲଟର ହୋମ୍ କରି ଓଡିଆ ପିଲାମାନଙ୍କୁ ନିର୍ଯ୍ୟାତନା, ଚାଲାଣ ଓ ଧର୍ମାନ୍ତରୀକରଣରେ ଲିପ୍ତ ଥିବା ବେଳେ ମନ୍ତ୍ରୀ ଜାଣିନଥିବା କଥା କହୁଛନ୍ତି । ଏହାକୁ ଅପାରଗତା ଓ ସମ୍ବେଦନହୀନ କୁହାଯିବନି ତ ଆଉ କଣ କୁହାଯିବ । ଶ୍ରୀ ପ୍ରଧାନ ପିଠା ଯୋଜନାକୁ ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ କଙ୍କଣ ଉପାଖ୍ୟାନ ବୋଲି କହିଛନ୍ତି । ବିନା ଲାଂଚରେ କିଛି ହୋଇପାରୁନି । ଯୁବକ ବେକାର, ମହିଳା ଅସୁରକ୍ଷିତ ଓ ଚାଷୀ ସବୁଠାରୁ ବଡ ସମସ୍ୟା ମଧ୍ୟରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭାରତରେ ନୂଆ ଓଡିଶା ଗଠନ ପାଇଁ ବଦ୍ଧ ପରିକର । ନୂଆ ଭାରତ, ନୂଆ ଓଡିଶା, ନୂଆ ବାଲେଶ୍ୱର ଓ ନୂଆ ଭୋଗରାଇ ବିନା ସମ୍ଭବ ନୁହେଁ । ନୂଆ ଭୋଗରାଇ ମାନେ ପୁଣି ସ୍ଥାନୀୟ ଧାନ, ପାନ, ମୀନର ଅର୍ଥନୀତିକୁ ମଜଭୂତ କରି ସ୍ଥାନୀୟ ଯୁବ ପୀଢିକୁ ରୋଜଗାରର ବ୍ୟବସ୍ଥା ତିଆରି କରିବା । ଯଦି ପଡୋଶୀ ରାଜ୍ୟର ଦୀଘା ପର୍ଯ୍ୟଟନ ପାଇଁ ଅନ୍ତରାଷ୍ଟ୍ରୀୟ ମାନଚିତ୍ରରେ ସ୍ଥାନ ପାଇ ପାରିଲା ତାହାହେଲେ ଚନ୍ଦନେଶ୍ୱର କାହିଁକି ଏତେ ପଛରେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସବୁଘରେ ବିଜୁଳି ଓ ପାଇଖାନା ପାଇଁ ମୋଦି ସରକାର ଟଙ୍କା ପଠାଇଛନ୍ତି ମାତ୍ର ଓଡିଆ ଲୋକମାନେ ବିନା ବିଜୁଳି ଓ ବିନା ପାଇଖାନାରେ କାହିଁକି ଅଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ସେହିପରି ଭାରତ ସରକାରଙ୍କ ଜନସେବାକାରୀ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଇର୍ଷା କାରଣରୁ ଲାଗୁ କଲେନାହିଁ । ଯାହାଦ୍ୱାରା ସାଧାରଣ ଓଡିଆ ଲୋକଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଲେ ବୋଲି ସେ କହିଛନ୍ତି । ସୁନା ଚାମଚ ଧରି ଜନ୍ମ ନେଇଥିବା ଲୋକ ଗରିବ ଲୋକମାନଙ୍କର ଦୁଃଖ ବୁଝିପାରିବେନି , ମାତ୍ର ବାସନମଜାଳି, ଚା ବିକାଳି ଘରର ପୁଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ଦୁଃଖ ବୁଝୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault