ଆଗରୁ ଗର୍ଜୁଥିଲେ : ଏବେ ତିତିଲି କ୍ଷତିପୂରଣ କେନ୍ଦ୍ର ନଦେବାବେଳେ ରାଜ୍ୟ ବିଜେପି ଚୁପ କାହିଁକି : ବିଜେଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ତିତିଲି ବାତ୍ୟା ପରେ ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କଲା ରାଜ୍ୟ ବିଜେପି । ରାଜ୍ୟ ସରକାରଙ୍କୁ ନିନ୍ଦିତ ଓ ଅପମାନିତ କରିବା ପାଇଁ ଅନେକ ଅପଚେଷ୍ଟା କଲେ ରାଜ୍ୟ ବିଜେପିର ସଦସ୍ୟମାନେ । ଏପରିକି ଅନେକ କୁମ୍ଭୀର କାନ୍ଦଣା କଲେ । କିନ୍ତୁ ଯେତେବେଳେ କେନ୍ଦ୍ର ସରକାର ତିତିଲିର କ୍ଷୟକ୍ଷତି ପାଇଁ ଯେଉଁ ଏନଡିଆରଏଫର ଅର୍ଥ ପ୍ରଦାନ କରିବା କଥା, ତାହା ଓଡ଼ିଶାକୁ ଦେଲେ ନାହିଁ, ସେତେବେଳେ ରାଜ୍ୟ ବିଜେପି ପାଟି ଚୁପ୍ । ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର ସିଂହଭାଗ ଖର୍ଚ୍ଚ କଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି   କେନ୍ଦ୍ରୀୟ ପାଣ୍ଠିର ସହାୟତା ଦେବା ପାଇଁ ଅନୁରୋଧ କଲେ, ସେତେବେଳେ ରାଜ୍ୟ ବିଜେପି ନିରବ କାହିଁକି? ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ବିଜେପି ଓଡ଼ିଶାର ଜନସାଧାରଣଙ୍କ ପାଖରେ କିମ୍ବା ଓଡ଼ିଶା ସ୍ୱାର୍ଥ ସହିତ ନାହିଁ । କେବଳ ଶସ୍ତା ରାଜନୀତି ପାଇଁ ତିତିଲିର ପରବର୍ତ୍ତୀ ସମୟରେ ସାଧାରଣ ଜନତାଙ୍କୁ ଭୂଆଁ ବୁଲାଇବାରେ ବ୍ୟସ୍ତ ରହୁଛି ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

 

0
0
0
s2sdefault