ସିପିଆଇ କର୍ମକର୍ତ୍ତାଙ୍କୁ ଭେଟିଲେ କଳିକେଶ-କୁଳମଣି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,: ବିଜେଡିର ଏକ ପ୍ରତିନିଧି ଦଳ ଆଜି ଦିଲ୍ଲୀ ଠାରେ ସିପିଆଇ କର୍ମକର୍ତ୍ତାଙ୍କୁ ସାକ୍ଷାତ କରିଛନ୍ତି । ବିଜେଡି ତରଫରୁ ସାଂସଦ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ଓ ଶ୍ରୀ କୁଳମଣି ସାମଲ ସିପିଆଇର ଜାତୀୟ ସଂପାଦକ ତଥା ସାଂସଦ ଡି. ରାଜାଙ୍କୁ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ିଥିଲେ । ଶ୍ରୀ ରାଜା ମଧ୍ୟ ଏ ପ୍ରସଂଗରେ ସକାରାତ୍ମକ ମନ୍ତବ୍ୟ ପ୍ରଦାନ କରିବା ସହିତ ଆଶା ପ୍ରକାଶ କରିଥିଲେ ଯେ ଏହି ପ୍ରୟାସ ଯେପରି ସଫଳ ହୁଏ । ତତ୍ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ୱାଗତ କରିବା ସହିତ ପ୍ରଶଂସା କରିଥ#ଲେ । ସୂ‘ନାଯୋଗ୍ୟ, ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବିଭିନ୍ନ ପ୍ରତିନିଧ# ଦଳମାନେ ଭାରତବର୍ଷର ୨୨ଟି ଜାତୀୟ ଓ ଅଞ୍ଚଳିକ ଦଳମାନଙ୍କୁ ଭେଟି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ସମର୍ଥର୍ନ ସଂଗ୍ରହ କରୁଛନ୍ତି ।

0
0
0
s2sdefault