ହେଡଲାଇନସ୍:

କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭାସ୍କର କିଛି କରୁ ନାହାନ୍ତି ତ ରାମମୁର୍ତ୍ତିଙ୍କ ବିରୋଧରେ 

ଗୁଣପୁରରୁ ସିଦ୍ଧାର୍ଥ ଦାଶ‬

ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନୀ ଉତ୍ସଵ ମଧ୍ୟରେ ଶାସକ ବିଜେଡ଼ି ଦଳର ଏକ ରାଜନୈତିକ ଦୃଷ୍ଟି କୋଣ ଦେଖିବାକୁ ମିଳିଛି ।ବିଜେଡ଼ି ର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀ ରାମମୂର୍ତ୍ତୀ ଗମାଙ୍ଗ ହଟ୍ଟହଟା ହେବା ଦେଖିବାକୁ ମିଳିଛି ।

ଶ୍ରୀ ଆରୁଖ ଙ୍କ ଗସ୍ତ ନିମନ୍ତେ ଗୁଣପୁର ପୁଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଡ଼ିଣ୍ଡିମ ପିଟୁଥିବା ପୁଲିସ୍ ବାହିନୀଙ୍କ ବାହସ୍ପଟ ଆଜି ଦାଣ୍ଡରେ ପଡ଼ିଛି । ରାଜସ୍ୱ ବିଭାଗ ଡାକ ବଙ୍ଗଳା ଠାରେ ପୁର୍ବତନ ବିଧାୟକଙ୍କ ପୁତ୍ରବଧୁ ଖୁଲମ ଖୁଲା ପ୍ରବେଶ କରି ଶଶୁର ଓ ସ୍ୱାମୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା  ଦେଉଥିବା ଅଭିଯୋଗ ଆଣିଛନ୍ତି ।

ମହିଳାଙ୍କ ଏହି କ୍ରନ୍ଦନ ଦେଖି ସେଠାରେ ବହୁ ଲୋକ ଜମା ହୋଇଥିବା ଦେଖିବାକୁ ମିଳିଛି । ଏ ନେଇ ଥାନାରେ ଉକ୍ତ ମହିଳା ଜଣକ ଏତଲା ଦେବା ସହ ରାଜ୍ୟ ମହିଳା କମିଶନ , ରାଜ୍ୟ ମାନବାଧିକାର କମିଶନ ଙ୍କ ପାଖରେ ଫେରାଦ ଦେଇଥିଲେ ସୁଦ୍ଧା ନ୍ୟାୟ ମିଳିନଥିବା ସୂଚନା ଦେଇଛନ୍ତି ।

ସେଠାରେ ଉପସ୍ଥିତ ପୂର୍ବତନ ବିଧାୟକ ଶ୍ରୀ ଗମାଙ୍ଗ ଓ ତାଙ୍କ ପୁତ୍ରବଧୁ ଙ୍କ ମଧ୍ୟରେ କଥା କଟାକଟି ହେବା ହେତୁ ହଟ୍ଟହଟା ହୋଇଥିଲେ ପୂର୍ବତନ ବିଧାୟକ ଶ୍ରୀ ରାମମୂର୍ତ୍ତି ଗମାଙ୍ଗ । ଶ୍ରୀ ଗମାଙ୍ଗ ବିଧାୟକ ଥିବା ବେଳ ଠୁ ଆଜି ପର୍ଯ୍ୟନ୍ତ ତାଙ୍କ ନାମ ରେ କିମ୍ବା ତାଙ୍କରି କୌଣସି କଳୁଷିତ ଅଧ୍ୟାୟ ନଥିବା କୁହାଯାଉଥିବା ବେଳେ ପୁତ୍ର ର ସମସ୍ୟା କୁ କେନ୍ଦ୍ର କରି ଶ୍ରୀ ଗମାଙ୍ଗ ଙ୍କୁ ବଦନାମ କରାଯାଉଥିବା ଚର୍ଚ୍ଚା ହେଉଛି । ଗତ ଦିନ ରେ ଶ୍ରୀ ଭାସ୍କର ରାଓ ଙ୍କ ସହ ଦଳ ଭିତରେ ମନାନ୍ତର ଓ ମତାନ୍ତର ନେଇ ବିଜେଡ଼ି ଛାଡ଼ି ବିଜେପି ରେ ଯୋଗ ଦେଇଥିଲେ ଶ୍ରୀ ଗମାଙ୍ଗ । ବିଜେପି ରେ ଯୋଗ ଦେବା ପରେ ଲୋକପ୍ରିୟତା ଦୃଷ୍ଟି ରୁ ଗୁଣପୁର ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ମଧ୍ୟ ହୋଇଥିଲେ ଶ୍ରୀ ଗମାଙ୍ଗ । 

୫ ବର୍ଷ ର ବିଧାୟକ ଟର୍ମ ସରିବା ପରେ କିଛି ଦିନ ପରେ , ବିଜୁ ବାବୁ ଓ ନବୀନ ବାବୁ ଙ୍କ ଆଦର୍ଶ କୁ ଭୁଲି ନ ପାରି ପୁଣି ବିଜେଡ଼ି ରେ ଯୋଗ ଦେଇଛନ୍ତି ଶ୍ରୀ ଗମାଙ୍ଗ । ଏତେ ସୁରକ୍ଷା ବଳୟ କୁ ଭେଦି ରାଜ୍ୟସଭା ସାଂସଦ ଶ୍ରୀ ଭାସ୍କର ରାଓ ଙ୍କ ସହ ଦେଖା କରିବା ନିମନ୍ତେ ଶ୍ରୀ ଗମାଙ୍ଗ ଙ୍କ ପୁତ୍ରବଧୁ ଯିବା ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ନା ପୂର୍ବତନ ବିଧାୟକ ଙ୍କୁ ୨୦୧୯ ନିର୍ବାଚନ ରୁ ନିବୃତ ରଖିବା ତଥା ଟିକଟ ନଦେବା ନିମନ୍ତେ ଶ୍ରୀ ରାଓ ଙ୍କ ଏହା ଏକ କଳୁଷିତ ଷଡଯନ୍ତ୍ର ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି ।

0
0
0
s2sdefault