ହେଡଲାଇନସ୍:

ଧର୍ମେନ୍ଦ୍ର ପ୍ରଧାନଙ୍କ  ଚିଠି ପ୍ରଚାର ସର୍ବସ୍ୱ : ବିଜେଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଚିଠି ଲେଖିଛନ୍ତି, ତାହା ପ୍ରଚାର ସର୍ବସ୍ୱ । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଏବଂ ତାଙ୍କ ମନ୍ତ୍ରାଳୟମାନେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରକଳ୍ପ ପାଇଁ ଜମି ପ୍ରଦାନ କରିବା ପାଇଁ ଆବେଦନ କରିଥାନ୍ତି । ରାଜ୍ୟ ସରକାର ମଧ୍ୟ କେନ୍ଦ୍ରୀୟ ପ୍ରକଳ୍ପଗୁଡିକ ପାଇଁ ଗତ ୧୮ବର୍ଷ ମଧ୍ୟରେ ଅନେକ ଜମି ପ୍ରଦାନ କରିଛନ୍ତି । ଯେଉଁ ଜମି ଦକ୍ଷତାବିକାଶ ଅନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି, ଆଜି ପର୍ଯ୍ୟନ୍ତ ତା’ଉପରେ ଗୋଟିଏ ଇଟା ମଧ୍ୟ ଦକ୍ଷତା ବିକାଶ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରଖିପାରି ନାହାନ୍ତି । କାହିଁକି ଆଜି ପର୍ଯ୍ୟନ୍ତ ଜମି ଯୋଗାଇଦେବା ସତ୍ତେ୍ୱ ଶ୍ରୀ ପ୍ରଧାନ ଓ ତାଙ୍କର ମନ୍ତ୍ରାଳୟ ଏହି କେନ୍ଦ୍ରୀୟ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାରେ ବିଫଳ ହୋଇଛନ୍ତି, ତା’ର ଉତ୍ତର ଶ୍ରୀ ପ୍ରଧାନ ଓଡ଼ିଶାର ଜନସାଧାରଣଙ୍କ ପାଖରେ ରଖିବା ଉଚିତ୍‍ । ବାକ୍ୟ ଓ ପ୍ରଚାର ସର୍ବସ୍ୱ ନହୋଇ ଯଦି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟରତ ରୁହନ୍ତେ, ତେବେ ନିଜର ସ୍ଥାଣୁତା ଏ ପ୍ରକାର ଭାବରେ ଲୋକଲୋଚନକୁ ଆସନ୍ତା ନାହିଁ । ଜଣାପଡୁଛି, ଶ୍ରୀ ପ୍ରଧାନ କାର୍ଯ୍ୟ ନୁହେଁ, କେବଳ କଥାରେ ବିଶ୍ୱାସ କରନ୍ତି । କିନ୍ତୁ ରାଜ୍ୟ ସରକାର କଥାରେ ନୁହେଁ, କାର୍ଯ୍ୟରେ ବିଶ୍ୱାସ କରନ୍ତି ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

0
0
0
s2sdefault