ହେଡଲାଇନସ୍:

 ଭଣ୍ଡାରିପୋଖରୀରେ ସତ୍ୟଙ୍କ ଶକ୍ତି ପ୍ରଦର୍ଶନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଶାଳ ରାଲି ଓ ଯୁବ ଗର୍ଜନ ସମାବେଶ ପରେ ଭଣ୍ଡାରୀପୋଖରିରୁ ଲଢ଼ିବା ଥୟ

ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ

ସତ୍ୟ ନାୟକ କୋଉଠୁ ଲଢ଼ିବେ ! ଲୋକସଭା ନା ବିଧାନ ସଭା ନା ଲଢ଼ିବେନି !! ଏମିତି ଅନେକ ପ୍ରଶ୍ନ ଶୁଣିବାକୁ ମିଳୁଥିଲା ସାମ୍ବାଦିକରୁ ରାଜନେତା ପାଲଟି ଥିବା ସତ୍ୟ ପ୍ରକାଶ ନାୟକଙ୍କ ସମ୍ପର୍କରେ | ହେଲେ ନିର୍ବାଚନ ପୂର୍ବରୁ ଭଣ୍ଡାରିପୋଖରୀରେ ସତ୍ୟପ୍ରକାଶ ଗୁରୁବାର ଦିନ  ଏକ ବିଶାଳ ଯୁବ  ଅଧିକାର ରାଲି ଓ ସମାବେଶ ଆୟୋଜନ କରି ସ୍ପଷ୍ଟ କରିଦେଇଛନ୍ତି ଯେ " ଆଉ କୋଉଠୁ ନୁହଁ, ଭଣ୍ଡାରୀପୋଖରିରୁ ହିଁ ବିଧାନସଭା ନିର୍ବାଚନ ଲଢ଼ିବେ ` ଖୋଲାଖୋଲି କିଛି କହିନଥିଲେ ମଧ୍ୟ " ବୁଝିବା ଲୋକକୁ ଇଶାରା ଯଥେଷ୍ଟ"  ପରି  ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବାସୀଙ୍କ ଭିତରେ ଗୋଟେ ସ୍ପଷ୍ଟ ଛାପ ଛାଡି ଦେଲେ ଯେ ଭଣ୍ଡାରିପୋଖରୀ ହେବ ତାଙ୍କ ରାଜନୈତିକ କର୍ମ ଭୂମି |

ଦଳୀୟ ବ୍ୟାନରରେ ନହୋଇଥିଲେ ବି ସତ୍ୟଙ୍କ ଏହି ବିଶାଳ ସମାବେଶ ଆଉ ରାଲିକୁ ନେଇ ଏବେ ଭଦ୍ରକ ଜିଲ୍ଲା ରାଜନୀତି ସରଗରମ ହୋଇଛି । ସତ୍ୟଙ୍କୁ ପାଛୋଟି ପ୍ରାୟ ୭୦୦ ମୋଟର ସାଇକେଲ୍‍ରେ ଓ ୩୦ ବୋଲେରୋ ଗାଡ଼ିରେ ୧୦୦୦ରୁ ଅଧିକ ଯୁବ ସମର୍ଥକଙ୍କ ଏକ ବିରାଟ ଶୋଭାଯାତ୍ରା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର କେନ୍ଦୁଆପଦା ଛକଠାରୁ ବାହାରିଥିଲା । ସତ୍ୟଙ୍କ ନେତୃତ୍ୱରେ ଆୟୋଜିତ ଏହି ଯୁବ ଗର୍ଜନ ସମାବେଶ ଅବସରରେ ପ୍ରାୟ ୧୫ କିଲୋମିଟର ଯାଏ ଶୋଭାଯାତ୍ରା ପରିକ୍ରମା କରିଥିଲା । କେନ୍ଦୁଆପଦାଠାରୁ ବାହାରି ଷେଣ୍ଢତୀରା, ନୀଳକ ଦେଇ ବନ୍ତ ବଜାରଠାରେ ଆୟୋଜିତ ସମାବେଶ ସ୍ଥଳରେ ପହଞ୍ଚିଥିଲା ।  ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ର‌୍ୟାଲି କଂଗ୍ରେସ ବ୍ୟାନରରରେ ଆୟୋଜିତ  ହୋଇନଥିଲେ ମଧ୍ୟ ହଜାର ହଜାର ଯୁବକ ଓ ଅଞ୍ଚଳବାସୀ ଏହି ସମାବେଶରେ ଯୋଗ ଦେଇଥିଲେ । ଯଦିଓ ଖୋଲାଖୋଲି ମନ୍ତବ୍ୟ ଦେଇ ନାହାନ୍ତି ଏହି ର‌୍ୟାଲି ଜରିଆରେ ସତ୍ୟ ଯେଉଁ ସନ୍ଦେଶ ଦେଇଛନ୍ତି ତାହା ହେଲାକି ଆଗାମୀ ଦିନରେ ଭଣ୍ଡାରୀପୋଖରିରୁ ହିଁ ନିର୍ବାଚନ ଲଢ଼ିବେ ।  

ସୂଚନାଯୋଗ୍ୟଯେ, ଭଣ୍ଡାରୀପୋଖରୀରୁ ୨ଥର ନିର୍ବାଚିତ ବିଜେଡିର ପ୍ରଫୁଲ୍ଲ ସାମଲ ଏବେ ଦୁର୍ନୀତି ଓ ଦଳୀୟ କନ୍ଦଳ ଘେରରେ ଫଶିଛନ୍ତି । ସାମ୍ବାଦିକ ଭାବରେ ସତ୍ୟ ପ୍ରଫୁଲ୍ଲ ସାମଲଙ୍କ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ପ୍ରସଙ୍ଗ ରେ ଖୁଲାସା କରି ସେ ଅଞ୍ଚଳରେ ବେଶ୍‍ ଚର୍ଚିିତ  । 

 ବୁଧବାର ଏହି ବିଶାଳ ରାଲି  ପରେ ଏକ ପ୍ରକାର ସ୍ପଷ୍ଟ  ଯେ, ଆଗାମୀ ଦିନରେ ଭଣ୍ଡାରୀପୋଖରିରୁ ହିଁ ନିର୍ବାଚନ ଲଢ଼ିବେ ।  ସାମ୍ବାଦିକତାରୁ ରାଜନୀତିରେ ଯୋଗଦେବାପରେ ସତ୍ୟ ନାୟକଙ୍କୁ କଂଗ୍ରେସ ଦଳ ଗୁରୁତ୍ୱପୂର୍ଣ୍ଣ ମିଡିଆ ସେଲ୍‍ର ଅଧ୍ୟକ୍ଷ ସହ ଇସ୍ତାହାର କମିଟିର ସଦସ୍ୟ ଭାବେ ଦାୟିତ୍ୱ ଦିଆ ଯାଉଛି | ତାଙ୍କୁ ମଧ୍ୟ ଭଦ୍ରକ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ଅର୍ପଣ  କରାଯାଇଛି | ହେଲେ ଦଳର ବ୍ୟାନର ବାହାରେ ଗୋଟାଏ ଗର୍ଜନ ସମାବେଶ କରି ନିଜ ଦଂଡାର ଶକ୍ତି ପ୍ରଦର୍ଶନ କରିଥିବା  ସତ୍ୟଙ୍କ ଏହି ଗର୍ଜନକୁ କଂଗ୍ରେସରେ ଓ ଖାସ କରି  ଭଦ୍ରକ ଜିଲ୍ଲା କଂଗ୍ରେସରେ  କେଉଁ ରୂପରେ ନେଉଛି ତାଙ୍କ ପ୍ରତି ଏ ଜଣ ସମର୍ଥନକୁ ଦଳୀୟ ମୋହର ଲାଗୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା |  

 

 

0
0
0
s2sdefault