ହେଡଲାଇନସ୍:

ପିସି କାରବାର ବନ୍ଦ କରାଯିବା ଓ ଯୁବକଙ୍କୁ ରୋଜଗାର  ଦାବିରେ ବିଜେପି ଯୁବ ମୋର୍ଚ୍ଚାର  ଅଫିସ୍ ଘେରାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଆଇଟିଡ଼ିଏ ଅଫିସ ସମ୍ମୁଖ ରେ ରାୟଗଡ଼ା ଜିଲ୍ଲା ବିଜେପି ଯୁବ ମୋର୍ଚା  ପକ୍ଷରୁ ପିସି କାରବାର ବନ୍ଦ କରାଯିବା ଓ ଯୁବକଙ୍କୁ ରୋଜଗାର  ଦାବିରେ ଅଫିସ୍ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ନୀଳାଦ୍ରି ବିହାରୀ ପାତ୍ରଙ୍କ ନେତୃତ୍ୱରେ ଗୁଣପୁର ବ୍ଲକ ଯୁବ ମୋର୍ଚା  ସଭାପତି ସୁମନ ସହୁକାର , ଗୁଣପୁର ଯୁବ ମୋର୍ଚା ନଗର ସଭାପତି ବଦ୍ରି ମହାନ୍ତି , ଗୁଣପୁର ବିଜେପି ନଗର ସଭାପତି ଅନିଲ ସହୁକାର ଙ୍କ ସମେତ ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟିକା , ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ମୁଟିକା , ମଇନା ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ । ଯୁବମୋର୍ଚ୍ଚା ର ସଦସ୍ୟ ମାନେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ରୁ ଏକ ବାଇକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରି ଆଇ ଟି ଡ଼ି ଏ ଅଫିସ୍ ନିକଟ ରେ ପହଞ୍ଚିଥିଲେ ।

ଶିକ୍ଷିତ ଯୁବକ ଯୁବତୀ ଙ୍କୁ କର୍ମ ନିଯୁକ୍ତି ମିଳୁନି ତେଣୁ ବେକାର ସମସ୍ୟା ବଢ଼ିବାରେ ଲାଗିଛି ବୋଲି ଯୁବ ମୋର୍ଚା ପକ୍ଷରୁ କୁହାଯାଇଛି । ବିଭିନ୍ନ ସ୍ଥାନ ରେ ନିଯୁକ୍ତି ନିମନ୍ତେ ପିସି କାରବାର କରାଯାଉଛି ବୋଲି କହିବା ସହ ସେମାନେ ବିକ୍ଷୋଭ କରିବା ସହ ତୁରନ୍ତ ଏହି ପିସି କାରବାର କୁ ବନ୍ଦ କରିବାକୁ ଦାବି କରିଥିଲେ ।

0
0
0
s2sdefault