ହେଡଲାଇନସ୍:

ଶ୍ରୀକାନ୍ତ ଜାଣନ୍ତିନି ଶୃଙ୍ଖଳାଭଙ୍ଗ କଣ !!!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର - ଦଳୀୟ ଶୃଙ୍ଖଳା ଭଂଗ କଣ ମୁଁ ଜାଣିନାହିଁ । ମୋତେ ପିସିସି ବା ଏଆଇସିସି ପଚାରିଲେ ତାର ଠିକଣା ଜବାବ ଦେବି ବୋଲି କଂଗ୍ରେସ ଦଳର ବରିଷ୍ଠ  ନେତା ଶ୍ରୀକାନ୍ତ ଜେନା ପ୍ରକାଶ କରିଛନ୍ତି । 

ପିସିସିର ଶୃଙ୍ଖଳା କମିଟି ତାଙ୍କର ଆଚରଣ ନେଇ ଆଲୋଚନା କରିବା ଲାଗି କରିଥିବା ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ, ମୋ ଜୀବନରେ ଖଣି ଚୋରୀ କରି ନାହିଁ କି ଲାଂଚ ଦେଇ କୋର୍ଟରେ ଭର୍ତ୍ସିିତ ହୋଇନାହିଁ । ମୋର ମନ୍ତବ୍ୟ ଦଳର ଶୃଙ୍ଖଳା ଭଂଗ କରିଛି ବୋଲି ଯାହା କୁହାଯାଉଛି ତାହା ନୁହେଁ, ମୋ ନିଜ ପାଇଁ ମୁଁ କହିନାହିଁ । ଯାହା କହିଛି ମୁଁ ଠିକ୍ କହିଛି ବୋଲି ସେ କହିଥିଲେ । ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ଥିଲା ବେଳେ ମୁଁ କେତେଗୁଡ଼ିଏ ପ୍ରସ୍ତାବ ରଖିଥିଲି । ତାକୁ ଯଦି ବିଶୃଙ୍ଖଳା କୁହାଯିବ ମୋର କିଛି କହିବାର ନାହିଁ । 

ଅନ୍ୟପକ୍ଷରେ ପିସିସି ଶୃଙ୍ଖଳା କମିଟି ବସି ଶ୍ରୀକାନ୍ତଙ୍କ ଆଚରଣ ଉଚ୍ଚାରଣ ଦଳୀୟ ସଂଗଠନ ବିରୋଧୀ ପି ବିଶୃଙ୍ଖଳିତ ବୋଲି ଦର୍ଶାଇଛି | ଶ୍ରୀକାନ୍ତ ଏଆଇସିସି ସଦସ୍ୟ ହୋଇଥିବା ଯୋଗୁ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା  ଏଆଇସିସି ଉପରେ ଛନ୍ଦି ଦିଆଯାଇଛି | ଯାହା ଆଶା କରାଯାଉଛି ତିନି ରାଜ୍ୟରେ ସରକାର ଗାଁଠହନ ଓ ମନ୍ତ୍ରୀମଣ୍ଡଳ ଟେନ୍ସନ ସାରିବା ପରେ  ଖୁବ ଶୀଘ୍ର ଏ ଦିଗରେ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ରାହୁଲ ନେଇ ପାରନ୍ତି |  

0
0
0
s2sdefault