ହେଡଲାଇନସ୍:

ବିଜେଡିରେ ମିଶିଲେ ଆମ ଆଦମୀ ପାର୍ଟି ନେତାଙ୍କ ସହ ୨୦୦ରୁ ଉର୍ଧ୍ଵ  କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ଆମ୍ ଆଦମୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ନନ୍ଦଲାଲ ସିଂହ, ମୁଖପାତ୍ର ଭରଦ୍ୱାଜ ମିଶ୍ର, ରାଜ୍ୟ ଯୁବ ସଭାପତି ସୁବ୍ରତ ଛାଟୋଇ, ରାଜ୍ୟ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି, ବଲାଙ୍ଗୀର ଜିଲ୍ଲା ସଂଯୋଜକ ଅଜୟ ଦାସଙ୍କ ସହ ଆପ୍ ର ୨୦୦ରୁ ଊଦ୍ଧ୍ୱର୍ କର୍ମୀ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଯୋଗଦାନ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । 

ଦଳ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗ ଦେଇଥିବା ଆପ୍ ର ସମସ୍ତ ନେତା ଓ କର୍ମୀଙ୍କୁ ବିଜେଡି ସଭାପତି  ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଆମ୍ ଆଦମୀ ପାର୍ଟିର ନେତା ଓ କର୍ମୀମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ । ବିଜୁ ଜନତା ଦଳ କିପରି ଆହୁରି ଶକ୍ତିଶାଳୀ ହେବା ସହ ଜନସାଧାରଣଙ୍କୁ ସୁଶାସନ ଯୋଗାଇ ପାରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ନୂତନ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । 

ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ଆଜି ବହୁତ ଆଗକୁ ଯାଇପାରିଛି । ଭୁବନେଶ୍ୱର ଆଜି ୧ନମ୍ବର ସ୍ମାର୍ଟସିଟି ହୋଇଥିବା ବେଳେ ସ୍ପୋର୍ଟ୍ସ କ୍ୟାପିଟାଲରେ ପରିଣତ ହୋଇଛି । ଏପରିକି ଜିଡିପି ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଯଥେଷ୍ଟ ଆଗରେ ରହିଛି । ୨୦୧୯ରେ ନବୀନ ପଟ୍ଟନାୟକ ଯେଭଳି ପୁଣିଥରେ ନିର୍ବାଚିିତ ହୋଇ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବେ, ସେଥିନିମନ୍ତେ ବିଜେଡିକୁ ଆମ୍ ଆଦମୀ ପାର୍ଟିର ପ୍ରାୟ ୭୦ ହଜାର କର୍ମୀ ତୃଣମୂଳ ସ୍ତରରେ ସାହାଯ୍ୟ କରିବେ । ଏଥିସହିତ ଦଳ ଯେଉଁ ଦାୟିତ୍ୱ ନ୍ୟସ୍ତ କରିବ, ସେ ଦାୟିତ୍ୱ ତୁଲାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ । 

 ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

0
0
0
s2sdefault